Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଭାରତ ରଙ୍ଗ ମହୋତ୍ସବର ଉଦଯାପନୀ ଉତ୍ସବରେ ମଞ୍ଚସ୍ଥ ହେଲା ଓଡ଼ିଆ ନାଟକ ‘ଗାନ୍ଧୀଙ୍କ ଓଡ଼ିଶା’

ଭୁବନେଶ୍ବର: ଆଜାଦୀ କା ଅମ୍ରିତ ମହୋତ୍ସବ ଅବସରରେ ଆୟୋଜିତ ୨୨ ତମ ଭାରତ ରଙ୍ଗ ମହୋତ୍ସବ ୨୦୨୨ର ଉଦଯାପନୀ ସଂଧ୍ୟାରେ ଶେଷ ନାଟକ ଭାବେ ଓଡ଼ିଆ ନାଟକ ‘ଗାନ୍ଧୀଙ୍କ ଓଡ଼ିଶା’ ମଞ୍ଚସ୍ଥ ହୋଇ ବେଶ୍ ଆଦୃତ ହୋଇଥିଲା। ନାଟ୍ୟକାର ଶଙ୍କର ତ୍ରିପାଠୀ ରଚିତ ଓ ନଳିନୀ ନିହାର ନାୟକଙ୍କ ନିର୍ଦ୍ଦେଶିତ ଏହି ନାଟକରେ ବିଭିନ୍ନ ଭୂମିକାରେ ଚିନ୍ମୟ, ମିନତୀ, ସମରେନ୍ଦ୍ର, ଭାସ୍କର, ଭିଷ୍ମ, ସ୍ବୟଂ, ଅନୀଲ, ପ୍ରମୁଖ ଅଭିନୟ କରିଥିଲେ।

ଆଜି କାର୍ଯ୍ୟକ୍ରମର ମୁଖ୍ୟ ଅତିଥୀ ପ୍ରଖ୍ୟାତ ଲେଖିକା, ନିର୍ଦ୍ଦେଶିକା, ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ରର ପ୍ରଯୋଜିକା, ସମ୍ପାଦିକା ତଥା ସମାଜସେବୀ ଡକ୍ଟର ଇତିରାଣୀ ସାମନ୍ତ, କିଟ୍ ଆର୍ଟିଟେକଚର ସ୍କୁଲର ନିର୍ଦ୍ଦେଶକ ସୌମେନ୍ଦୁ ଶଙ୍କର ରାୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସେକ୍ରେଟାରୀ ପ୍ରବୋଧ ରଥ, ପ୍ରଖ୍ୟାତ ଫିଲ୍ମ ନିର୍ମାତା ତଥା ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ, ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।। ଦିଲ୍ଲୀ, ବାରାଣାସୀ, ଅମ୍ରିତସର, ବାଙ୍ଗାଲୋର, ମୁମ୍ବାଇ ଭଳି ସହରରେ ଭାରତ ରଙ୍ଗ ମହୋତ୍ସବ ଆୟୋଜନ ହେଉଛି, ସେହି ସମୟରେ ଆମେ ଆମ ସହର ଭୁବନେଶ୍ୱରରେ ମଧ୍ୟ ଏହି ମହୋତ୍ସବର ସଫଳ ଆୟୋଜନ କରିପାରିଛେ ବୋଲି ଅଭିନେତା ଓ ପ୍ରଯୋଜକ ସମରେଶ ରାଉତରାୟ ଓଡ଼ିଶାବାସୀ ଗର୍ବ ଅନୁଭବ କରୁଛୁ ବୋଲି ପ୍ରକାଶ କରିଥିଲେ। ଏଥି ପାଇଁ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା କୁ ଅନେକ ଅନେକ ଧନ୍ୟବାଦ ଦେବା ସହ ଏନଏସଡିର ନିର୍ଦ୍ଦେଶକ ସୌମେନ୍ଦ୍ର ଶଙ୍କର ରାୟଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।

ଭାରତ ସ୍ୱାଧିନତାର ୭୫ବର୍ଷ ପୂର୍ତୀ ଅବସରରେ ଦେଶ ପାଳୁଛି ଆଜାଦୀ କା ଅମ୍ରିତ ମହୋତ୍ସବ। କେତେ ଯେ ବୀର ଏ ଦେଶର ସ୍ୱାଧିନତା ପାଇଁ ବଳିଦାନ ଦେଇଛନ୍ତି ତାହାର ହିସାବ ନାହିଁ। ଇଂରେଜ। ଶାସନ ବିରୋଧରେ ବର୍ଷ ବର୍ଷର ସଂଗ୍ରାମ ପରେ ଆମେ ସ୍ୱାଧିନତା ପାଇଛେ, ସ୍ୱାଧିନ ହୋଇଛେ ଆଉ ଆଜି ସ୍ୱାଭିିମାନର ସହ ଜୀଇଁପାରୁଛେ। ସେଇ ସଂଗ୍ରାମର ସ୍ମାରକ ସଦୃଶ ଆଜି ଦେଶ ପାଳୁଛି ସ୍ୱାଧିନତାର ମହାପର୍ବ ଆଜାଦୀ କା ଅମ୍ରିତ ମହୋତ୍ସବ।

ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରାଜ୍ୟ ପବିତ୍ର ଉତ୍କଳ ଭୁଖଣ୍ଡ ଯାହାକୁ ଆଜି ଆମେ ଓଡିଶା ବୋଲି ସମ୍ବୋଧନ କରୁଛେ, ସେହି ଐତିହାସିକ ମାଟିରେ ଦେଶର ସବୁଠାରୁ ବଡ ମହୋତ୍ସବ ‘ଭାରତ ରଙ୍ଗ ମହୋତ୍ସବ-୨୦୨୨’ର ସଫଳ ଆୟୋଜନ ହୋଇଥିଲା। ଜୁଲାଇ ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଆୟୋଜିତ ଏହି ରଙ୍ଗ ମହୋତ୍ସବ କେବଳ ଏକ ମହୋତ୍ସବ ନଥିଲା ବରଂ ଥିଲା ଆମ ମାଟିର, ଆମ ଜାତିର ସ୍ୱାଭିମାନ, ଅସ୍ମିତା ଓ କଳାସଂସ୍କୃତିର ନିଛକ ରଙ୍ଗୀନ ପ୍ରଦର୍ଶନ।

ଉଦଘାଟନୀ ଦିବସର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ଆମ ମାଟିର ପୁଅ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଲିଖିତ ମହାସଂଗ୍ରାମର ମହାନାୟକ ବକ୍ସି ଜଗବନ୍ଧୁ ନାଟକ ସାରା ଦେଶରେ ଓଡିଆ ପୁଅର ବୀରତ୍ୱ ବଖାଣିଛି। ଆଜି ଉଦଯାପନୀ ଉତ୍ସବରେ ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀଙ୍କ ରଚିତ ଗାନ୍ଧୀଙ୍କ ଓଡିଶା ଉପସ୍ଥିତ ଦର୍ଶକଙ୍କୁ ସ୍ୱତନ୍ତ୍ର ଉପଲବ୍ଧି ଦେବାରେ କାଣିଚାଏ ବି ଉଣା କରିନି।

ଓଡିଶା ଭଳି ଏକ ଛୋଟିଆ ରାଜ୍ୟର ଭୁବନେଶ୍ୱର ଭଳି ଏକ ଛୋଟିଆ ସହରରେ ଭାରତ ସରକାର ଓ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ତରଫରୁ ମିଳିତ ଭାବେ ଆୟୋଜିତ ୨୨ତମ ଭାରତ ରଙ୍ଗ ମହୋତ୍ସବ ୨୦୨୨ର ଅପୁର୍ବ ସଫଳତା ପାଇଁ ଓଡିଶା ସରକାର, କଳିଙ୍ଗ ଇନଷ୍ଟଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍)କୂ ଏନ୍ ଏସ୍ ଡି ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

୨୧ ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଭାରତ ରଙ୍ଗ ମହୋତ୍ସବ

ଭୁବନେଶ୍ବର: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସ୍ୱାଧୀନତାର ୭୫ ବର୍ଷକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି। ଏହି ଅବସରରେ ଜାତୀୟ ନାଟ୍ୟ ବିଦ୍ୟାଳୟ (ଏନଏସଡି), ନୂଆଦିଲ୍ଲୀଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ- ୨୦୨୨ ଅନ୍ତର୍ଗତ ଏକ ଉତ୍ସବ “ଆଜାଦୀ କା ଅମୃତ ମହୋତ୍ସବ- ୨୨ତମ ଭାରତ ରଙ୍ଗ ମହୋତ୍ସବ, ୨୦୨୨ (ସ୍ୱାଧୀନତା ଖଣ୍ଡ)” ଆୟୋଜନ କରୁଛନ୍ତି।

୨୧ ରୁ ୨୫ ଜୁଲାଇ ଭୁବନେଶ୍ଵରରେ ଆୟୋଜିତ ହେବ ଏହି ଭାରତ ରଙ୍ଗ ମହୋତ୍ସବ। କିଟ କ୍ୟାମ୍ପସ ୬ ଅଡିଟୋରିଅମରେ ପ୍ରତେକ ସନ୍ଧ୍ୟାରେ ନାଟକ ପରିବେଷିତ ହେବ। ଏଥିରେ ଦୁଇଟି ଓଡ଼ିଆ ନାଟକ ମଧ୍ୟ ସ୍ଥାନ ପାଇଛି। ଜୁଲାଇ ୨୧ ରେ ବିଶ୍ଵଭୂଷଣ ହରିଚନ୍ଦନଙ୍କ ଦ୍ଵାରା ରଚିତ ନାଟକ “ମହାସଂଗ୍ରାମର ମହାନାୟକ” ଏବଂ ୨୫ ଜୁଲାଇରେ ଶଙ୍କର ତ୍ରିପାଠୀଙ୍କ ଦ୍ଵାରା ରଚିତ “ଗାନ୍ଧୀଙ୍କ ଓଡ଼ିଶା” ମଞ୍ଚସ୍ଥ ହେବ।

ପ୍ରଫେସର ଡଃ ରମେଶ ଚନ୍ଦ୍ର ଗୌର, ନିର୍ଦ୍ଦେଶକ, ଏନଏସଡି ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଏହି ଶୃଙ୍ଖଳାରେ ଭାରତର ବିଭିନ୍ନ ସହରରେ ୩୦ଟି ନାଟକ ମଞ୍ଚସ୍ଥ ହେବ। ନୂଆଦିଲ୍ଲୀ ଠାରେ ଜୁଲାଇ ୧୬, ୨୦୨୨ରେ ଏହି ଉତ୍ସବର ଶୁଭାରମ୍ଭ ହେବ ଓ ପରେ ଅନ୍ୟ ୫ ସହର ଭୁବନେଶ୍ୱର, ବାରଣାସୀ, ଅମୃତସର, ବେଙ୍ଗାଲୁରୁ ଓ ମୁମ୍ବାଇ ଠାରେ ଆୟୋଜିତ ହେବ। ଅଗଷ୍ଟ ୧୪, ୨୦୨୨ରେ ଜୱାହରଲାଲ ନେହେରୁ ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ଉତ୍ସବ ସମାପନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ।

ପ୍ରଫେସର (ଡଃ) ଗୌର ସ୍ୱତନ୍ତ୍ର ଭାବେ ସୂଚିତ କରିଛନ୍ତି ଯେ, ଏନଏସଡି ଜୁଲାଇ ୨୫ରେ ଜାତୀୟ ଯୁଦ୍ଧ ସ୍ମାରକୀ ପରିସରରେ କାରଗିଲ ବିଜୟ ଦିବସର ପୂର୍ବ ସନ୍ଧ୍ୟାରେ ସ୍ୱତନ୍ତ୍ର ନାଟକ “କାରଗିଲ ଏକ ନାଟ୍ୟ କଥା” ପରିବେଷଣ କରିବ। ଏହି କାର୍ଯ୍ୟକ୍ରମକୁ ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ଥଳ ସେନା ମୁଖ୍ୟଙ୍କୁ ଆମନ୍ତ୍ରିତ କରାଯିବ। ଜୱାହରଲାଲ ଆଉଟଡୋର ଷ୍ଟାଡିୟମ ଠାରେ ଅଗଷ୍ଟ ୧୪ରେ ଏକ ସ୍ୱତନ୍ତ୍ର ନାଟକ ମଞ୍ଚସ୍ଥ ହେବ।

ଶ୍ରୀ ଗୌର ସୂଚନା ଦେଇଛନ୍ତି ନାଟକ ଅନୁଷ୍ଠିତ ହେଉଥିବା ସମସ୍ତ ସ୍ଥାନରେ ଅନଲାଇନ ବୁକିଂ ମାଧ୍ୟମରେ ପ୍ରବେଶ କରାଯାଇପାରିବ। www.nsd.gov.in ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ପରେ ପ୍ରବେଶ ନିଃଶୁଳ୍କ ରହିବ।