Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’
ଆଜିର ଖବର

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର 'ଚନ୍ଦ୍ରବଂଶୀ'
ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର 'ଚନ୍ଦ୍ରବଂଶୀ'

ଭୁବନେଶ୍ଵର: ଅନେକ ମନୋରଞ୍ଜନ ଭିତ୍ତିକ ଧାରାବାହିକ, ରିୟ୍ଯାଲିଟି ସୋ ଓ ନୂଆ ଓଡିଆ ଚଳଚ୍ଚିତ୍ର ସହିତ ପ୍ରତି ସପ୍ତାହରେ ଯୋଡ଼ିଛି ନୂଆ ନୂଆ ଦର୍ଶକ। ସେହିପରି ହୋଲି ପୂର୍ବରୁ ଆସନ୍ତା ମାର୍ଚ ୧ ତାରିଖ ରବିବାର ସନ୍ଧ୍ୟା ୬:୩୦ରୁ ହାଇ-ଭୋଲଟେଜ୍ ଡ୍ରାମା ଏବଂ ଭରପୂର ଆକ୍ସନରେ ଭରା ଏକ ସନ୍ଧ୍ୟା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, କାରଣ ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’ ର ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି କେବଳ ଓଡ଼ିଶାର ଲୋକପ୍ରିୟ ଚ୍ଯାନେଲ ଜୀ ସାର୍ଥକରେ।

‘ଚନ୍ଦ୍ରବଂଶୀ’ ହେଉଛି ଏକ ରୋମାଞ୍ଚକର ଆକ୍ସନ-ଡ୍ରାମା ଯେଉଁଥିରେ ପରମ୍ପରା ଅନୁଯାୟୀ ଉତ୍ତରାଧିକାର ପାଲଟିଯାଇଛି ଅଭିଶାପ ରୂପରେ। ଏକ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ବଂଶରେ ଉତ୍ତରାଧିକାରୀ ସାଜିଥିବା ମୁଖ୍ୟ ନାୟକ ଛନ୍ଦି ହୋଇଯାଇଛନ୍ତି କ୍ଷମତା, ସଂଘର୍ଷ, ଲୁଚି ରହିଥିବା ରହସ୍ୟ ଏବଂ ପୁରୁଣା ଶତ୍ରୁତା ମଧ୍ୟରେ। ଯେତେବେଳେ ଲୁକ୍କାୟିତ ସତ୍ୟ ସାମ୍ନାକୁ ଆସିବାକୁ ଲାଗେ, ରକ୍ତର ସମ୍ପର୍କର ପ୍ରକୃତ ପରୀକ୍ଷା ହୁଏ ଏବଂ ସମ୍ପର୍କଗୁଡ଼ିକ ବିଶ୍ୱାସଘାତକତାର ସୀମାକୁ ପାରି ହୋଇଯାଏ। ଏହି ଚଳଚ୍ଚିତ୍ରଟି ପ୍ରତିଶୋଧ ଏବଂ ନ୍ୟାୟ, ଅହଂକାର ଏବଂ ମାନବିକତା ମଧ୍ୟରେ ଥିବା ଭାବପ୍ରବଣ ସଂଘର୍ଷକୁ ଅତ୍ୟନ୍ତ ସୁନ୍ଦର ଭାବରେ ଦର୍ଶାଇଛି। ଏହି କାହାଣୀଟି ନାଟକୀୟ ମୁହାଁମୁହିଁ, ଗଭୀର ଆବେଗ ଏବଂ ଦମଦାର ଆକ୍ସନ ଦୃଶ୍ୟରେ ପରିପୂର୍ଣ୍ଣ ଯାହା ଦର୍ଶକଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବାକୁ ସଫଳ ହୋଇଥିଲା।

ଚଳଚ୍ଚିତ୍ରରେ ଓଲିଉଡର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ପୁନମ ମିଶ୍ର, ଲିପ୍ସା ମିଶ୍ର, ଶ୍ରୀତମ ଦାସ, ଉଷସୀ ମିଶ୍ର ଏବଂ ରାଜ ରାଜେଶ ପ୍ରମୁଖ ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି। ନିର୍ଦ୍ଦେଶନା ୟଶ ଓ ସୁନୀଲ ଦେଇଥିବା ବେଳେ ଏହାର ପ୍ରଯୋଜନା ପ୍ରୀତମ ସାହୁ କରିଛନ୍ତି। ଅସଦ ନିଜାମ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଶକ୍ତିଶାଳୀ କାହାଣୀ ସହିତ ଦମଦାର ଅଭିନୟ ଏବଂ ଉଚ୍ଚ ମାନର ନିର୍ମାଣ ଶୈଳୀର ସମନ୍ୱୟରେ, ‘ଚନ୍ଦ୍ରବଂଶୀ’ ଘରେ ବସି ଦେଖୁଥିବା ଦର୍ଶକଙ୍କୁ ଦେବା ଏକ ଅଭୁଲା ସିନେମା ଅନୁଭୂତି। କ୍ଷମତା, ତ୍ୟାଗ ଏବଂ ସମ୍ମାନର ଏହି ଆକର୍ଷଣୀୟ କାହାଣୀକୁ ଦେଖିବାକୁ ଭୁଲନ୍ତୁ ନାହିଁ, କେବଳ ଜୀ ସାର୍ଥକରେ, ମାର୍ଚ୍ଚ ୧ ରବିବାର ସନ୍ଧ୍ୟା ୬:୩୦ରେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।

ଚନ୍ଦ୍ରବଂଶୀ ଜୀ ସାର୍ଥକ ୱାର୍ଲଡ ଟିଭି ପ୍ରିମିୟମ ମାର୍ଚ୍ଚ ୧ ତାରିଖ ସୁପରହିଟ୍ ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.