Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି
ଆଜିର ଖବର

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Bidhan Sabha Samachar
Bidhan Sabha Samachar

ଭୁବନେଶ୍ଵର: ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି। ଆସନ୍ତା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଗୃହକୁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବଜେଟ 2026-27 ଉପସ୍ଥାପନା କରିଥିଲେ। ମୋଟ ୭ ଦିନ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିଥିଲା। ଚାଷୀଙ୍କ ସମସ୍ୟା ଆଳରେ ବିରୋଧୀଙ୍କ ହଟ୍ଟଗୋଳ ହେତୁ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆସନ୍ତା ମାର୍ଚ୍ଚ ୮ ତାରିଖ ରୁ ଆରମ୍ଭ ହେବ, ଯେଉଁଥିରେ ବଜେଟ ଆଲୋଚନା କରାଯିବ।

ମଙ୍ଗଳବାର ସପ୍ତମ କାର୍ଯ୍ୟ ଦିବସରେ ଚାଷୀ ସମସ୍ୟା ନେଇ ବିରୋଧୀ ଦଳ ବିଧାୟକମାନଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଏହି କାରଣରୁ ବାଚସ୍ପତି ଗୃହକୁ ପ୍ରଥମାର୍ଦ୍ଧରେ ଏକାଧିକବାର ମୁଲତବୀ ଘୋଷଣା କରିଥିଲେ। ଶୂନ୍ୟକାଳରେ ମଧ୍ୟ ଗୃହରେ ବିରୋଧୀ ଦଳର ହଟ୍ଟଗୋଳ ଜାରି ରହିଥିଲା। ଦ୍ୱିତୀୟାର୍ଦ୍ଧ ବୈଠକରେ କଂଗ୍ରେସର ବିଧାୟକମାନଙ୍କ ହଟ୍ଟଗୋଳ ଜାରି ରହିଥିବା ବେଳେ ବିଜେଡ଼ି ବିଧାୟକମାନେ ଅନୁପସ୍ଥିତ ରହିଥିଲେ। ହଟ୍ଟଗୋଳ ଯୋଗୁ ଦ୍ୱିତୀୟାର୍ଦ୍ଧରେ ଗୃହ ଦୁଇଥର ମୁଲତବୀ ହୋଇଥିଲା।

ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ନଗର ଉନ୍ନୟମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର ଡ୍ରେନେଜ ସମସ୍ୟା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ପଢୁଥିବା ସମୟରେ ବିରୋଧୀଙ୍କ ହଟ୍ଟଗୋଳ ତୀବ୍ର ହେବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୦ଟା ୩୮ ମିନିଟ୍ ରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏହା ପରେ ମଧ୍ୟ ଗୃହରେ ଅନୁରୂପ ପରିସ୍ଥିତି ଲାଗି ରହିଥିଲା।

ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଚାଷୀ ସମସ୍ୟା ଦୂର କରିବାରେ ବର୍ତ୍ତମାନ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ ଉଠାଇଥିବା ବେଳେ ରାମଚନ୍ଦ୍ର କାଡ଼ାମ ଅନୁରୂପ ବକ୍ତବ୍ୟ ରଖିଥିଲେ। ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ହଳଦିଆ ପଦର ବ୍ରିଜ ନିର୍ମାଣରେ ତୃଟି ଥିବାରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଏବଂ ନିକଟରେ ଘଟିଥିବା ଏକ ଦୁର୍ଘଟଣାରେ ୫ଟି ଅମୂଲ୍ୟ ଜୀବନ ହାନି ହୋଇଥିବାରୁ ଏହା ଉପରେ ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ। ପଦ୍ମଲୋଚନ ପଣ୍ଡା, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଚାଷୀ ସମସ୍ୟା ନେଇ ବିରୋଧୀ ଦଳ ଯେଭଳି ଗୃହରେ ବିଶୃଙ୍ଖଳା ସୃଷ୍ଟି କରି ଅଚଳାବସ୍ଥା କରୁଛନ୍ତି, ତାହାର ନିନ୍ଦା କରିଥିଲେ। ଏହା ପରେ ହଟ୍ଟଗୋଳ କାରଣରୁ ବାଚସ୍ପତି ପୁନର୍ବାର ଗୃହକୁ ୧୨ଟା ୦୫ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ କରିଥିଲେ। “ଧାନମଣ୍ଡିରେ କଟନି, ଛଟନି ଅଭିଯୋଗ ଦର୍ଶାଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଅଶୋକ ଦାସ ଓ ତାରାପ୍ରସାଦ ବାହିନୀପତିଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହୋଇଥିଲା। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ଉତ୍ତର ରଖିଥିଲେ।

ତେବେ ମନ୍ତ୍ରୀ ଉତ୍ତର ଦେବା ଆରମ୍ଭ କରିବା ମାତ୍ରେ ମୁଖ୍ୟ ବିରୋଧୀ ଦଳ ବିଜେଡ଼ିର ବିଧାୟକମାନେ ଏହାର ପ୍ରତିବାଦ ଜଣାଇଥିଲେ। ବିରୋଧୀ ଦଳର ଅଭିଯୋଗକୁ ଦୃଢ ଭାବରେ ଖଣ୍ଡନ କରି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ରାଜ୍ୟ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରୁଛନ୍ତି। ସମସ୍ତ ଯୋଗ୍ୟ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ଯାହା କୁହାଯାଇଥିଲା ତାହା ନିଶ୍ଚିତ ଭାବେ ପାଳନ କରାଯିବ।

ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ସେ ଦୃଢକ୍ତି ପ୍ରକାଶ କରିଥିଲେ। ଗୃହର ଦ୍ୱିତୀୟାର୍ଦ୍ଧ ବୈଠକ ଅପରାହ୍ନ ୪ଟାରେ ଆରମ୍ଭ ହେବା ପରେ ବାଚସ୍ପତିଙ୍କ ଅନୁମତି କ୍ରମେ ଆଜି ଦିବସ ପାଇଁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ କାଗଜାତ, ରିପୋର୍ଟ ଏବଂ କମିଟି ରିପୋର୍ଟ ଉପସ୍ଥାପନ କରାଯିବା ସହ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟ ଉପରେ ଅସମାପ୍ତ ରହିଥିବା ସାଧାରଣ ଆଲୋଚନା ଆରମ୍ଭ ହୋଇଥିଲା। ଏଥିରେ କେବଳ ଶାସକ ଦଳର ୩/୪ଜଣ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଅମର ନାୟକ, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇ ବଜେଟକୁ ଐତିହାସିକ ଓ ଲୋକାଭିମୁଖୀ ବୋଲି ବର୍ଣ୍ଣନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୫୮ ପ୍ରତିଶତ ଅର୍ଥ ବ୍ୟବସ୍ଥା କରାଯାଇଛି। ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ସ୍ୱପ୍ନ ସାକାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟମାନଙ୍କ ଭିତରେ ସ୍ଥାନିତ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ଓଡ଼ିଶାରେ ରେଳବାଇର ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ ବାବଦରେ କେନ୍ଦ୍ର ସରକାର ସର୍ବାଧିକ ଅର୍ଥ ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ପ୍ରକଟ କରିଥିଲେ।

ଗୃହ ମୁଲତବି ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026
Latest News

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.