Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ
ଆଜିର ଖବର

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ
କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର: ରାଜ୍ୟର ବିକାଶମୂଳକ କାର୍ଯ୍ୟ,ସମୃଦ୍ଧ ଐତିହ୍ୟ, ଏବଂ ସଂସ୍କୃତିର ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶର ଗଣମାଧ୍ୟମ ପ୍ରତିନିଧି ଦଳ, ଆଜି କଟକର ଦୁଇ ପ୍ରମୁଖ ଐତିହ୍ୟ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧି ଦଳ ପ୍ରଥମେ ଓଡ଼ିଆ ବଜାର ସ୍ଥିତ “ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ” ଏବଂ ପରେ କଟକର ଐତିହାସିକ “ନ୍ୟାୟ ସଂଗ୍ରହାଳୟ” (ମ୍ୟୁଜିୟମ ଅଫ ଜଷ୍ଟିସ) ବୁଲି ଦେଖିବା ସହ ଓଡ଼ିଶାର ଇତିହାସ ଓ ନ୍ୟାୟିକ ବିବର୍ତ୍ତନ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।

ପ୍ରତିନିଧି ଦଳ ନେତାଜୀଙ୍କ ଜନ୍ମସ୍ଥାନ ପୈତୃକ ଭବନରେ ପହଞ୍ଚି ମହାନ ସଂଗ୍ରାମୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରେ ସଂରକ୍ଷିତ ଥିବା ନେତାଜୀଙ୍କ ଶୈଶବର ସ୍ମୃତି, ବ୍ୟକ୍ତିଗତ ବ୍ୟବହୃତ ସାମଗ୍ରୀ, ବିରଳ ଫଟୋଗ୍ରାଫ୍ ଏବଂ ପତ୍ରାବଳୀକୁ ଦେଖି ତାଙ୍କର ସଂଗ୍ରାମମୟ ଜୀବନୀ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ। ସେହିପରି ନ୍ୟାୟ ସଂଗ୍ରହାଳୟ ପରିଦର୍ଶନ ସମୟରେ ଓଡ଼ିଶାର ଶତାବ୍ଦୀ ପୁରୁଣା ଆଇନଗତ ଦଲିଲ ଏବଂ ବିଚାର ବିଭାଗୀୟ ଢାଞ୍ଚାର ପରିବର୍ତ୍ତନ ସମ୍ପର୍କରେ ସେମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଓଡ଼ିଶାର ଏହି ମହାନ ଐତିହ୍ୟକୁ ସଠିକ ଭାବେ ସଂରକ୍ଷଣ କରିବାରେ ପ୍ରଶାସନର ଉଦ୍ୟମକୁ ସେମାନେ ବେଶ ପ୍ରଶଂସା କରିଥିଲେ।

ଏହି ଅବସରରେ ପ୍ରତିନିଧି ଦଳ ମତ ଦେଇଥିଲେ ଯେ, ଏହି ଗସ୍ତ ଓଡ଼ିଶାର ପ୍ରଗତିଶୀଳ ବୈଷୟିକ ଜ୍ଞାନକୌଶଳ ସହ ଏହାର ଗୌରବମୟ ଅତୀତକୁ ବୁଝିବାରେ ଏକ ସେତୁ ସଦୃଶ ଅଟେ। ଓଡ଼ିଶାର କଳା, ଭାସ୍କର୍ଯ୍ୟ ଏବଂ ସଭ୍ୟତା ସାରା ଭାରତ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବହନ କରେ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏହି ପରିଦର୍ଶନ ଦ୍ଵାରା ମଧ୍ୟପ୍ରଦେଶ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

ଐତିହ୍ୟ ସ୍ଥଳୀ ପରିଦର୍ଶନ କଟକ ଗଣମାଧ୍ୟମ ପ୍ରତିନିଧି ମଧ୍ୟପ୍ରଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026

ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ଜନ୍ମମାଟିରେ ପ୍ରତିମୂର୍ତ୍ତି ଉନ୍ମୋଚିତ

February 25, 2026

ଅନିଲ ଅମ୍ବାନୀଙ୍କ ବିରୋଧରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୭୧୬ କୋଟିର ଘର ଜବତ

February 25, 2026

ଆଜି ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍: ବର୍ଷା ହେଲେ କାହାକୁ ମିଳିବ ଲାଭ ଏବଂ କିଏ ସହିବ କ୍ଷତି?

February 25, 2026
Latest News

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026

ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ଜନ୍ମମାଟିରେ ପ୍ରତିମୂର୍ତ୍ତି ଉନ୍ମୋଚିତ

February 25, 2026

ଅନିଲ ଅମ୍ବାନୀଙ୍କ ବିରୋଧରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୭୧୬ କୋଟିର ଘର ଜବତ

February 25, 2026

ଆଜି ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍: ବର୍ଷା ହେଲେ କାହାକୁ ମିଳିବ ଲାଭ ଏବଂ କିଏ ସହିବ କ୍ଷତି?

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.