Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ
ଆଜିର ଖବର

ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

February 26, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ
ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଚଳିତ ୨୦୨୬ ବର୍ଷରେ ଗ୍ରୀଷ୍ମ ପ୍ରବାହ ତଥା ରୌଦ୍ର ତାପକୁ ସମ୍ପୂର୍ଣ୍ଣ ଭାବେ ମୁକାବିଲା କରିବା ଉପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ସମସ୍ତ ଧନ ଜୀବନ ପ୍ରତ୍ୟେକ ପ୍ରାଣୀ ତଥା ମନୁଷ୍ୟ, ପଶୁ ଓ ପକ୍ଷୀ ମାନଙ୍କୁ ସୁରକ୍ଷା ପ୍ରଦାନ କରି ଶୂନ୍ୟ ମୃତ୍ୟୁ ହାର ବଜାୟ ରଖିବା ଦିଗରେ ବିସ୍ତୃତ ଆଲୋଚନା କରି ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଡେପୁଟୀ କଲେକ୍ଟର (ଜରୁରୀ) ଶ୍ରୀତପା ମିଶ୍ର ପ୍ରମୁଖ ଯୋଗ ଦେଇଥିବା ଆଭାଷିରେ ବି ଡି ଓ, ତହସିଲଦାର ମାନେ ଯୋଗ ଦେଇଥିଲେ।

ବୈଠକରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର ବିଭାଗ ପକ୍ଷରୁ ଆସିଥିବା ବିଭିନ୍ନ ଆଶୁ ପଦକ୍ଷେପ ଗ୍ରହଣ ଦିଗରେ ଅଧିକାରୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଜନସାଧାରଣ ମାନେ ରୌଦ୍ର ତାପରୁ ସୁରକ୍ଷା ନିମନ୍ତେ ଅସୁରକ୍ଷିତ ଗୋଷ୍ଠୀ ମାନଙ୍କ ଚିହ୍ନଟ କରଣ, ପାନୀୟ ଜଳ ଯୋଗାଣ, ଜଳଛତ୍ର କେନ୍ଦ୍ର ଖୋଲିବା, ଅସୁରକ୍ଷିତ ଲୋମାନଙ୍କ ନିମନ୍ତେ ଦିନବେଳା ରୌଦ୍ରତାପରୁ ସୁରକ୍ଷା ଦେବା ନିମନ୍ତେ ଆଶ୍ରୟ ସ୍ଥଳୀ ଯୋଗାଇଦେବା, ଗାଈଗୋରୁ ମାନଙ୍କୁ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଜଳକୁଣ୍ଡ ନିର୍ମାଣ କରିବା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ବିଶୁଦ୍ଧ ୨୪ ଘଣ୍ଟିଆ ଜଳ ଯୋଗାଣ, ସ୍କୁଲ ମାନଙ୍କରେ ଥିବା ଅଚଳ ନଳ କୁପ ଗୁଡ଼ିକୁ ଯୁଧ୍ୟକାଳୀନ ଭିତ୍ତିରେ ସଚଳ କରିବା, ପର୍ଯ୍ୟାପ୍ତ ପରିମାଣର ଓ ଆର ଏସ ପ୍ୟାକେଟ ମହଜୁଦ ରଖିବା, ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଅଙ୍ଗନୱାଡ଼ି କେନ୍ଦ୍ର, ପ୍ରାଥମିକ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ପାନୀୟଜଳ ଓ ଆର ଏସ ପ୍ୟାକେଟ ରଖିବା ସହ ଯେଭଳି ପ୍ରତ୍ୟେକ ଆଶା ଦିଦି ଏବଂ ଅଙ୍ଗନୱାଡ଼ି କର୍ମୀ ମାନେ ଓ ଆର ଏସ, ଜୀବନ ରକ୍ଷାକାରୀ ଔଷଧ, ସ୍ଵାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସ୍ଵତନ୍ତ୍ର ଅଂଶୁଘାତ ବେଡ ରଖିବା, ଇଏସଆଇ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସାଧାରଣ ଲୋକଙ୍କୁ ଚିକିତ୍ସା ପ୍ରଦାନ କରିବା, ପ୍ୟାସେଞ୍ଜର ବସ୍ ଚଳାଚଳ ପରିବହନ ବିଭାଗ ନିୟମାନୁସାରେ ଚାଲୁରଖିବା, ଶ୍ରମିକ ମାନଙ୍କ କାର୍ଯ୍ୟ ନିର୍ଘଣ୍ଟ ସମୟ ଶ୍ରମ ବିଭାଗ ନିର୍ଦ୍ଦେଶ ଅନୁଯାୟୀ ହେବା ଦିଗରେ ବିଭାଗୀୟ ଅଧିକାରୀ ମାନେ ଏସ ଓ ପି ଜାରି କରିବା ସହ ତଦାରଖ କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୂନ୍ୟ ମୃତ୍ୟୁ ହାର ବଜାୟ ରଖିବା ପାଇଁ ଅଧ୍ୟକ୍ଷ ବୈଠକରେ ଗୁରୁତ୍ୱାରୋପ କରିଥିଲେ।

ଅବିରାମ ବିଜୁଳି ଶକ୍ତି ଯୋଗାଣ ଓ ଛାତକୁ ଥଣ୍ଡା ରଖିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ସ୍ୱରୂପ ଛାତରେ ନଡ଼ା ଓ ପାଣି ସିଞ୍ଚନ ଭଳି ପଦ୍ଧତି ଅନୁକରଣ କରିବା, କୌଣସି ଶ୍ରମିକ ପ୍ରଚଣ୍ଡ ରୌଦ୍ରତାପରେ ଯେଭଳି କାର୍ଯ୍ୟ ନ କରନ୍ତି ସେଠୀ ପ୍ରତି ସଂପୃକ୍ତ ବିଭାଗୀୟ ଯତ୍ନବାନ ହେବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା କାର୍ଯ୍ୟାଳୟରେ କଣ୍ଟୋଲ ରୁମ୍ କାର୍ଯ୍ୟ କରିବା, ତୃଣମୂଳ ସ୍ତରରୁ ସହରାଞ୍ଚଳ ପର୍ଯ୍ୟନ୍ତ ପଂଚାୟତ ଜନପ୍ରତିନିଧି ମାନଙ୍କ ସହଯୋଗରେ ଆଶୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା,ଏବଂ ସମ୍ଭାବ୍ୟ ଅଂଶୁ ଘାତ ଜନିତ ମୃତ୍ୟୁର ଯୁଗ୍ମ ତଦନ୍ତ ରିପୋର୍ଟ ସଂପୃକ୍ତ ମେଡିକାଲ ଅଫିସର, ପୁଲିସ୍ ଓ ତହସିଲଦାର ବିଭାଗୀୟ ଅଧିକାରୀ ମାନଙ୍କ ଦ୍ଵାରା ୪୮ ଘଣ୍ଟା ମଧ୍ୟରେ ସାରି ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥି ସହ ଜଳକ୍ଳିଷ୍ଟ ଅଞ୍ଚଳ ରେ ଆବଶ୍ୟକ ଆଗୁଆ ପଦକ୍ଷେପ, ଜଳକ୍ଳିଷ୍ଟ ଅଞ୍ଚଳ ର ଅଭିଯୋଗ ୪୮ ଘଣ୍ଟା ମଧ୍ୟରେ ସମାଧାନ କରିବା,ପଶୁ ପକ୍ଷୀ ମାନଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରିବା ପାଇଁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବସ୍ ଓ ଟ୍ରକ ଏବଂ ଅନ୍ୟାନ୍ୟ ଯାନ ଚାଳକ ମାଲିକ ସଂଘ୍ ମାନଙ୍କ ସହ ଲୋଚନାକରି ବସ୍ ଷ୍ଟାଣ୍ଡ ରେ ପାନୀୟଜଳ, ଅସ୍ଥାୟୀ ସ୍ଥଳୀ,ଓ ଆର ଏସ ବ୍ୟବସ୍ଥା କରିବାକୁ ପରିବହନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଧ୍ୟକ୍ଷ। ସର୍ବୋପରି ସମସ୍ତ ଅଧିକାରୀ ଏବଂ କର୍ମଚାରୀ ରାଜ୍ୟ ସରକାରଙ୍କ ଶୂନ୍ୟ ମୃତ୍ୟୁ ହାର ବଜାୟ ରଖିବା ଦିଗରେ ନିଷ୍ଠାପର ଭାବେ ସେବା ପ୍ରଦାନ କରିବାକୁ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଆହ୍ଵାନ ଦେଇଛନ୍ତି।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଅରବିନ୍ଦ ନାୟକ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଶ୍ରୀ ରଶ୍ମିତା ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଜ୍ଞା ପାରମିତା ଜେନା, ଜିଲ୍ଲା ପଂଚାୟତ ଅଧିକାରୀ ସ୍ୟାମଳେନ୍ଦୁ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଦିଲ୍ଲୀପ କୁମାର ହିଆଲ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି ଶ୍ରୀମତୀ ଶ୍ରୀୟା ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ମୋହନ ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନଙ୍କ ସମେତ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ , ଅତ୍ୟାବଶ୍ୟକ ବିଭାଗ ଅଧିକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ।

ଖୋର୍ଦ୍ଧା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ବୈଠକ ରୌଦ୍ରତାପ ସାଫଲ୍ୟ ମଣ୍ଡିତ
Share. Facebook Twitter LinkedIn Email WhatsApp Copy Link

Related Posts

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026
Latest News

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.