Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି
ଆଜିର ଖବର

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Admission
ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କୁ Common PG Entrance Test (CPET) ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଡ଼ିବ।

CPET ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବୃଆରୀ ମାସ ୨୭ ତାରିଖରୁ ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲକୁ ଯାଇ Common Application Form (CAF) ପୂରଣ କରିପାରିବେ। ଏପ୍ରିଲ ମାସ ୨୭ ତାରିଖରୁ ମେ’ ମାସ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। CPET ପ୍ରବେଶିକା ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ।

ଏଥିସହ ଜୁଲାଇ ୧୦, ୨୦୨୬ ରିଖ ସୁଦ୍ଧା ସମସ୍ତ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସଠିକ ସମୟରେ ସ୍ନାତକୋତ୍ତର ପାଠ୍ୟକ୍ରମର ପାଠପଢ଼ା ସମାପ୍ତ ହେବା ସହ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ।

Common Application Form Common PG Entrance Test CPET SAMS ଉଚ୍ଚଶିକ୍ଷା ବିଭାଗ ନାମଲେଖା ପ୍ରକ୍ରିୟା ଶିକ୍ଷାବର୍ଷ 2026-27 ସ୍ନାତକୋତ୍ତର ପାଠ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026
Latest News

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.