Categories
ଆଜିର ଖବର ରାଜ୍ୟ ଖବର

ଉଚ୍ଚଶିକ୍ଷା ବିଭାଗର ଘୋଷଣା, ଏହି ୧୮ ଟି ସ୍ଥାନରେ ଖୋଲିବ ଡିଗ୍ରୀ କଲେଜ

ଭୁବନେଶ୍ବର: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏକ ଘୋଷଣା କରିଛି। ତାହା ହେଲା ଯେଉଁ ବ୍ଲକରେ ଡିଗ୍ରୀ କଲେଜ ନାହିଁ ସେହି ସ୍ଥାନରେ ଚଳିତ ବର୍ଷ ନୂଆ କଲେଜ ଖୋଲାଯିବ। ଶିକ୍ଷାରେ ସମାନତା, ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ନଥିବା ୧୮ ଗୋଟି ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) ମହାବିଦ୍ୟାଳୟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।୨୦୨୪-୨୫ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରାଯିବ।

ଏହିସବୁ ମହାବିଦ୍ୟାଳୟଗୁଡ଼ିକ ନିମନ୍ତେ ବ୍ଲକ ହେଡ଼ କ୍ୱାର୍ଟର ଠାରୁ ୫କିମି ପରିସୀମା ଭିତରେ ୧୦ ଏକର ଜମି ଯୋଗାଇଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ମହାବିଦ୍ୟାଳୟଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ମହାବିଦ୍ୟାଳୟ ନଥିବା ୧୮ଟି ବ୍ଲକରେ ଖୋଲିବ ଯୁକ୍ତ-୩ ମହାବିଦ୍ୟାଳୟ: ଚଳିତ ଶିକ୍ଷାବର୍ଷରୁ ହେବ ଶିକ୍ଷାଦାନ

ଭୁବନେଶ୍ୱର: ଶିକ୍ଷାରେ ସମାନତା, ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ନଥିବା ୧୮ ଗୋଟି ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) ମହାବିଦ୍ୟାଳୟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।

୨୦୨୪-୨୫ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରାଯିବ।
ଗଜପତିର ଗୁମ୍ମା, ଗଞ୍ଜାମର ଧରକୋଟ, କଳାହାଣ୍ଡିର ଥୁଆମୂଳ-ରାମପୁର, କନ୍ଧମାଳର ଖଜୁରିପଡ଼ା, କୋରାପୁଟର ବନ୍ଧୁଗାଁ, ନାରାୟଣପାଟଣା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୁରଭଞ୍ଜର ତିରିଂ, ନବରଙ୍ଗପୁରର ତେ;ୁଳିଖୁଣ୍ଟି, କୋଷଗୁମୁଡ଼ା, ଝରିଗାଁ, ରାଇଗଡ଼, ରାୟଗଡ଼ାର କାଶିପୁର, ରାମନାଗୁଡ଼ା, ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ, କୁଆଁରମୁଣ୍ଡା ଆଦି ବ୍ଲକରେ ସ୍ନାତକ ମହାବିଦ୍ୟାଳୟ ଖୋଲାଯିବ।

ଏହିସବୁ ମହାବିଦ୍ୟାଳୟଗୁଡ଼ିକ ନିମନ୍ତେ ବ୍ଲକ ହେଡ଼ କ୍ୱାର୍ଟର ଠାରୁ ୫କିମି ପରିସୀମା ଭିତରେ ୧୦ ଏକର ଜମି ଯୋଗାଇଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି। ମହାବିଦ୍ୟାଳୟଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ନବନିଯୁକ୍ତ ପ୍ରାର୍ଥୀଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନବନିଯୁକ୍ତ ପ୍ରାର୍ଥୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଏହି ପ୍ରାର୍ଥୀମାନଙ୍କୁ ରାଜସ୍ୱ ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଆର୍ଥିକ ସେବା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସମେତ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ/ବିଭାଗରେ ନିଯୁକ୍ତି ମିଳିଛି।

ନବନିଯୁକ୍ତମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କ ଅଭିଯାନ କ୍ରମାଗତ ଭାବେ ଆଗେଇ ଚାଲିଛି । ଆଜିର କାର୍ଯ୍ୟକ୍ରମ ଅବସରରେ ସାରା ଦେଶରେ ୫୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ନିଯୁକ୍ତି ପତ୍ର ନବନିଯୁକ୍ତ ପ୍ରାର୍ଥୀଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟର ଫଳ ବୋଲି ସେ ଦର୍ଶାଇଥିଲେ। ଏହି ଅବସରରେ ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ଜନସାଧାରଣଙ୍କ ସହିତ ସିଧାସଳଖ କାରବାର କରୁଥିବା ବ୍ୟବସ୍ଥାର ଏକ ଅଂଶ ହେବାକୁ ଯାଉଛନ୍ତି । ଜଣେ ସରକାରୀ କର୍ମଚାରୀ ଭାବରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସାଧାରଣ ଲୋକଙ୍କ ‘ସହଜ ଜୀବନଯାପନ’ ପ୍ରତି ସେମାନେ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ୍‌।

ଚଳିତ ମାସ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ପାଳନ ସମାରୋହ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୯୪୯ ମସିହା ଏହି ଦିନରେ ଦେଶ ନିଜ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଦେଇଥିଲା । ସେ ବାବା ସାହେବ ଆମ୍ବେଦକରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ଯିଏକି ସମ୍ବିଧାନର ସ୍ଥପତି ଭାବରେ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ ଯେ ସ୍ୱାଧୀନତା ପରେ ସମାନତାର ନୀତିକୁ ଅଣଦେଖା କରାଯାଇଥିଲା ଏବଂ ସମାଜର ଏକ ପ୍ରମୁଖ ବର୍ଗ ବର୍ଷ ବର୍ଷ ଧରି ସମ୍ବଳ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ହିଁ ‘ବଞ୍ଚିତମାନଙ୍କୁ ପ୍ରାଥମିକତା’ ମନ୍ତ୍ର ଗ୍ରହଣ କରାଯାଇଥିଲା ଏବଂ ଏକ ନୂତନ ମାର୍ଗ ତିଆରି ହୋଇଥିଲା। ଯେଉଁମାନେ କେବେ କୌଣସି ସୁବିଧା ପାଇନଥିଲେ ସେମାନଙ୍କ ଦ୍ୱାରରେ ସରକାର ପହଞ୍ଚିଥିଲେ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ବହୁ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ସରକାରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଫଳରେ ଆଜି ଯେଉଁ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳୁଛି ତାହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମଲାତନ୍ତ୍ର, ଜନସାଧାରଣ ଏବଂ ଫାଇଲ ବ୍ୟବସ୍ଥା ସମାନ ରହିଥିଲେ ମଧ୍ୟ ଗରିବ ଏବଂ ମଧ୍ୟବିତ୍ତଙ୍କ ବିକାଶକୁ ପ୍ରାଥମିକତା ଦେଇ ସମଗ୍ର ବ୍ୟବସ୍ଥାର କାର୍ଯ୍ୟ ପ୍ରଣାଳୀ ଏବଂ ଶୈଳୀରେ ସାମଗ୍ରିକ ପରିବର୍ତ୍ତନ ଆସିଛି । ଏହା ସାଧାରଣ ଲୋକଙ୍କ କଲ୍ୟାଣର ସକାରାତ୍ମକ ଫଳାଫଳକୁ ସାମ୍ନାକୁ ଆଣିଛି ବୋଲି ସେ କହିଛନ୍ତି। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ୧୩ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହା ସରକାରୀ ଯୋଜନାର ପ୍ରଭାବ ଗରିବଙ୍କ ପାଖରେ ପହଞ୍ଚିବାର ପ୍ରମାଣ ବୋଲି  ସେ କହିଛନ୍ତି। ସରକାରୀ ଯୋଜନାଗୁଡ଼ିକୁ ସାଧାରଣ ନାଗରିକଙ୍କ ଘର ପାଖରେ ପହଞ୍ଚାଉଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ନିଯୁକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କ ସମୟକୁ ଲୋକଙ୍କ ସେବାରେ ଉପଯୋଗ କରିବାକୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କୁ କହିଥିଲେ ଯେ ସେମାନେ ଆଧୁନିକ ରାଜପଥ, ରେଳ ଷ୍ଟେସନ, ବିମାନବନ୍ଦର ଏବଂ ଜଳପଥ କ୍ଷେତ୍ରରେ ଭାରତକୁ ବଦଳାଇବା ପାଇଁ ଭିତ୍ତିଭୂମି ବିପ୍ଳବକୁ ଦେଖୁଛନ୍ତି । ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରୁଛି।

ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବାରେ ମିଶନ ମୋଡ୍ ରେ କାର୍ଯ୍ୟ କରାଯିବା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଦେଶର ସଚ୍ଚୋଟ ଟିକସଦାତାଙ୍କ ପ୍ରତି ଏକ ବଡ଼ ଅନ୍ୟାୟ। ବିଗତ ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ସମୀକ୍ଷା କରିଛନ୍ତି ଏବଂ ସେଗୁଡ଼ିକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିଛନ୍ତି। ବିଳମ୍ବିତ ପ୍ରକଳ୍ପର ଉଦାହରଣ ଦେଇ ସେ କହିଥିଲେ, ୨୨-୨୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବିଦାର କଲବୁର୍ଗି ରେଳ ଲାଇନ କାମ ନିକଟରେ ଶେଷ ହୋଇଛି । ସରକାର ଏହାକୁ ମାତ୍ର ୩ ବର୍ଷରେ ଶେଷ କରିଛନ୍ତି। ସିକ୍କିମର ପାକ୍ୟୋଙ୍ଗ ବିମାନବନ୍ଦର ନିର୍ମାଣ ପାଇଁ ୨୦୦୮ରେ ପରିକଳ୍ପନା କରାଯାଇଥିଲା, କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଏହା କେବଳ କାଗଜପତ୍ରରେ ରହିଥିଲା । ୨୦୧୪ ପରେ ଆରମ୍ଭ ହୋଇ ୨୦୧୮ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା। ପାରାଦୀପ ବିଶୋଧନାଗାର ୨୦-୨୨ ବର୍ଷ ଧରି କେବଳ ଆଲୋଚନା ପର୍ଯ୍ୟାୟରେ ରହିଥିଲା ଏବଂ ଏ ଦିଗରେ କୌଣସି ବିଶେଷ ଅଗ୍ରଗତି ହୋଇନଥିଲା । ନିକଟରେ ଏହି ବିଶୋଧନାଗାର କାର୍ଯ୍ୟ ଶେଷ ହୋଇଛି।

ଦେଶର ରିୟଲ ଇଷ୍ଟେଟ୍ କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଏହା ବିଲ୍ଡର ଏବଂ ମଧ୍ୟବିତ୍ତଙ୍କ ଅବନତି ଆଡକୁ ଅଗ୍ରସର ହେଉଥିଲା କିନ୍ତୁ ରେରା ଆଇନ ହିଁ ସ୍ୱଚ୍ଛତା ଆଣିଛି ଏବଂ ନିବେଶକୁ ପ୍ରୋତ୍ସାହିତ କରିଛି । ପ୍ରକଳ୍ପଗୁଡିକ କିପରି ଅଟକି ଯାଉଥିଲା ଯାହା ନିଯୁକ୍ତି ସୁଯୋଗକୁ ଠପ୍ କରିଦେଉଥିଲା ସେ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, “ଆଜି ଦେଶରେ ଏକ ଲକ୍ଷରୁ ଅଧିକ ରିଅଲ ଇଷ୍ଟେଟ ପ୍ରକଳ୍ପ ରେରା ଅଧୀନରେ ପଞ୍ଜୀକୃତ ହୋଇଛି । ସେ କହିଛନ୍ତି ଯେ ଦେଶର ବଢୁଥିବା ରିଅଲ ଇଷ୍ଟେଟ ଆଜି ବିପୁଳ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ।

କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତି ଆଜି ଦେଶର ଅର୍ଥବ୍ୟବସ୍ଥାକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସେ ଆହୁରି କହିଥିଲେ ଯେ ଭାରତର ଅଭିବୃଦ୍ଧି ହାରକୁ ନେଇ ବିଶ୍ୱର ଜଣାଶୁଣା ଅନୁଷ୍ଠାନ ଗୁଡ଼ିକ ଅତ୍ୟନ୍ତ ଆଶାବାଦୀ ରହିଛନ୍ତି। ଭାରତର ଦ୍ରୁତ ଅଭିବୃଦ୍ଧି ସହିତ ବଢ଼ୁଥିବା ନିଯୁକ୍ତି ସୁଯୋଗ, ଏକ ବିଶା କାର୍ଯ୍ୟବଳ ଜନସଂଖ୍ୟା ଏବଂ ବଢ଼ୁଥିବା ଶ୍ରମ ଉତ୍ପାଦକତା ଉପରେ ବିଶ୍ୱସ୍ତରୀୟ ନିବେଶ ମାନ୍ୟତା ପ୍ରଦାନକାରୀ ସଂସ୍ଥାମାନେ ମାନ୍ୟତା ଦେଇଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ । ସେ  ଏହାର ଏକ ପ୍ରମୁଖ କାରଣ ଭାବେ ଭାରତର ଉତ୍ପାଦନ ଓ ନିର୍ମାଣ କ୍ଷେତ୍ରର ଶକ୍ତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଭାରତରେ ରୋଜଗାର ଓ ଆତ୍ମନିଯୁକ୍ତିର ଅନେକ ସମ୍ଭାବନା ସୃଷ୍ଟି ହେବ ବୋଲି ଏହି ତଥ୍ୟ ପ୍ରମାଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତରେ ହେଉଥିବା ବିକାଶର ସୁଫଳ ଯେପରି ସମାଜର ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରୀ କର୍ମଚାରୀ ଭାବରେ ନିଯୁକ୍ତି ପାଇଥିବା ଲୋକମାନଙ୍କ ଭୂମିକା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କୌଣସି ଅଞ୍ଚଳ ଯେତେ ଦୂରରେ ଥାଉ ନା କାହିଁକି, ଏହା ଆପଣଙ୍କ ପ୍ରାଥମିକତା ହେବା ଉଚିତ। ଜଣେ ବ୍ୟକ୍ତି ଯେତେ ଦୁର୍ଗମ ସ୍ଥାନରେ ରହିଥାଆନ୍ତୁ ନା କାହିଁକି, ଆପଣଙ୍କୁ ତାଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ଏକ ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ନବନିଯୁକ୍ତ ବ୍ୟକ୍ତିମାନେ ଭାରତ ସରକାରଙ୍କ କର୍ମଚାରୀ ଭାବରେ ଏହି ଆଭିମୁଖ୍ୟ ସହିତ ଆଗକୁ ବଢ଼ିବେ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ।

ଦେଶ ପାଇଁ ଆଗାମୀ ୨୫ ବର୍ଷ ସମୟର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ନୂତନ ଶିକ୍ଷଣ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ସହିତ ଯୋଡ଼ି ହୋଇ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ଜାରି ରଖିବାକୁ ସେ ନବନିଯୁକ୍ତମାନଙ୍କୁ ଅନୁରୋଧ କରିଥିଲେ। ବର୍ଷେ ତଳେ ‘କର୍ମଯୋଗୀ ପ୍ରାରମ୍ଭ’ ମଡ୍ୟୁଲ୍ ଆରମ୍ଭ ହେବା ପରଠାରୁ ଲକ୍ଷ ଲକ୍ଷ ନୂଆ ସରକାରୀ କର୍ମଚାରୀ ତାଲିମ ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ ଲାଇନ୍ ପ୍ରଶିକ୍ଷଣ ପ୍ଲାଟଫର୍ମ ଆଇଜିଓଟି କର୍ମଯୋଗୀରେ ୮୦୦ରୁ ଅଧିକ ପାଠ୍ୟକ୍ରମ ଉପଲବ୍ଧ ରହିଛି। ‘‘ଏହାକୁ ଆପଣଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ”, ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ । ନୂଆକରି ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶ୍ରୀ ମୋଦୀ ପୁଣି ଥରେ ଅଭିନନ୍ଦନ ଜଣାଇଥିଲେ । ରାଷ୍ଟ୍ର ନିର୍ମାଣ ଦିଗରେ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ପୃଷ୍ଠଭୂମି

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କ ସଶକ୍ତିକରଣ ଓ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ନବନିଯୁକ୍ତମାନେ ସେମାନଙ୍କର ଅଭିନବ ଚିନ୍ତାଧାରା ଏବଂ ଭୂମିକା ସମ୍ବନ୍ଧୀୟ ଦକ୍ଷତା ସହିତ ଦେଶର ଶିଳ୍ପ, ଆର୍ଥିକ ଏବଂ ସାମାଜିକ ବିକାଶକୁ ସୁଦୃଢ଼ କରିବା କାର୍ଯ୍ୟରେ ଯୋଗଦାନ କରିବେ ଯାହା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ପ୍ରଶିକ୍ଷଣ ଗ୍ରହଣ କରିବାର ସୁଯୋଗ ପାଉଛନ୍ତି । ଏଥିରେ ଯେକୌଣସି ସ୍ଥାନରେ ଯେକୌଣସି ଡିଭାଇସ୍‌ ଜରିଆରେ ୮୦୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ସାଇବର୍‌ ଠକାମୀରୁ ବର୍ତ୍ତିବା ପାଇଁ ତରିକା କହିଲେ ଆଇଜି କ୍ରାଇମ୍‌ବ୍ରାଞ୍ଚ ସଫିନ୍‌ ଅହମଦ୍‌

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍‌ଏସ୍‌ଏସ୍‌ ସେଲ୍‌ ଓ ଓଡ଼ିଶା ପୋଲିସର ମିଳିତ ସହଯୋଗରେ ଆଜି ସାଇବର ସୁରକ୍ଷା ସଚେତନତା ୱେବିନାର୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ରାଇମ୍‌ ବ୍ରାଞ୍ଚ ଆଇ.ଜି. ସଫିନ୍‌ ଅହମଦ୍‌ କହିଲେ ଯେ ଆଜିର ଇଣ୍ଟରନେଟ୍‌ ଦୁନିଆରେ ସ୍ମାର୍ଟଫୋନ୍‌ ସହ ଜଡ଼ିତ ସାଇବର ଅପରାଧ ବଢ଼ିବାର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ ଏବଂ ଅଳ୍ପ ସମୟ ମଧ୍ୟରେ ଅଧିକ ରୋଜଗାର କରିବାର ଇଚ୍ଛା।

ଆମେ ନିଜେ ଏପରି ଠକାମି ବାବଦରେ ବୁଝିପାରିଲେ ଅନ୍ୟମାନଙ୍କୁ ସଚେତନ କରାଇ ଏହାକୁ ପ୍ରତିହତ କରିପାରିବା। ଗାଁଗହଳିର ଲୋକଙ୍କୁ ଏ ବିଷୟରେ ଅଧିକ ଜାଗରୂକ କରିବାର ସମୟ ଆସିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ସହକାରୀ ପୋଲିସ୍‌ କମିଶନର ଅଞ୍ଜନା ଟୁଡ଼ୁ ବିଭିନ୍ନ କଲେଜର ପ୍ରାୟ ୭୦୦ ଜଣ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ସଚେତନତା ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସେ କହିଲେ ଯେ ଇଣ୍ଟରନେଟ୍‌ ହେଉଛି ଦୁଇଧାରିଆ ଅସ୍ତ୍ର। ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୪୭ ପ୍ରତିଶତ। ଏଥିରୁ ଉପୁଜୁଥିବା ଅପରାଧର ସଂଖ୍ୟା ୪୦ ପ୍ରତିଶତ।

ଲୋଭ, ମୋହ, ପ୍ରତିଶୋଧ ପରାୟଣ ମନୋଭାବ ଯୋଗୁଁ ସାଇବର ଅପରାଧ ସଂଖ୍ୟା ଅଧିକ ମାତ୍ରାରେ ବଢ଼ୁଛି। ଏହାକୁ ପ୍ରତିରୋଧ କରିବାକୁ ହେଲେ ଆମକୁ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ହେବ। ଆବଶ୍ୟକ ସ୍ଥଳେ ସାଇବର ଥାନାର ଆଶ୍ରୟ ନେବାକୁ ସେ ପରାମର୍ଶ ଦେଇଥିଲେ।

ଆଇଟି ଆକଫ, ପୋକ୍‌ସୋ ଆକଫ, ଆଇପିସି ଆକଫ ତଥା ସାଇବର ସିକୁ୍ୟରିଟି ପୋଲିସ ଜରିଆରେ ଥାନାରେ ମାମଲା ରୁଜୁ କରାଯାଇପାରିବ। ଅନ୍‌ଲାଇନ୍‌ରେ cybercrime.gov.in କିମ୍ବା ୧୯୩୦କୁ ଡାଏଲ୍‌ କରି ଜଣେ ଏତାଲା ଦାୟର କରିପାରିବ। ସତର୍କ ରହିବା ଏବଂ ଭାବିଚିନ୍ତି କାର୍ଯ୍ୟ କରିବା ଦ୍ୱାରା ସାଇବର ଅପରାଧକୁ ପ୍ରତିହତ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ ଆଜିର ଡିଜିଟାଲ୍‌ ଦୁନିଆରେ ଜୀବନ ଜିଇଁବା ବହୁତ ଆରାମଦାୟକ ହୋଇପାରିଛି। କିନ୍ତୁ ତା’ସହ ସାଇବର ଅପରାଧ ମଧ୍ୟ ଯୋଡି ହୋଇ ରହିଛି, ଯାହାକି ଡିଜିଟାଲ୍‌ ଦୁନିଆର ମେରୁଦଣ୍ଡ ଦୁର୍ବଳ କରିଦେଉଛି।

ତେଣୁ ଓଡ଼ିଶା ସରକାରଙ୍କ ଦ୍ୱାରା ୩୪ଟି ସାଇବର ରଥର ଶୁଭାରମ୍ଭ କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏହା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ସାଇବର ସଚେତନତାକୁ ବ୍ୟାପକ କରାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ।

ରାଜ୍ୟ ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶେଷରେ ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଫିସର ଶ୍ରୀ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ରମାଦେବୀ ମହିଳା ବିଶ୍ୱବିଦ୍ୟାଳରେ, ମହିଳା ହକି ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱର ସମେତ ରାଉରକେଲା ସହରରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଜାରି ରହିଛି ।

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ହକି ଖେଳର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଉଛି । ଆଜି ଏହି ପରିପ୍ରେକ୍ଷୀରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ମହିଳା ହକି ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ଏଥି ସହିତ ଦସ୍ତଖତ ଅଭିଯାନ ଓ ଗଣପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଯୋଗ ଦେଇ ଖେଳ ନୀତି ନିର୍ଦ୍ଧାରଣ କରିବାକୁ ଉଦ୍ୟମ କରାଯିବ ବୋଲି କହିଥିଲେ। ଗୃହ ତଥା କ୍ରୀଡ଼ା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ା ବିଭାଗ ତରଫରୁ ସୁନ୍ଦରଗଡ଼ର ୧୭ଟି ବ୍ଲକରେ ହକି ଷ୍ଟାଡ଼ିୟମ ନିର୍ମାଣ କରାଯାଇଛି ବୋଲି ସୂଚନା ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏନ୍‌ଏସ୍‌ଏସ୍‌ ପାଇଁ ଉଚ୍ଚଶିକ୍ଷା ବିଭାଗର ବହୁମୁଖୀ କାର୍ଯ୍ୟକ୍ରମର ଘୋଷଣା

ଭୁବନେଶ୍ୱର: ଆଜି ଗୀତଗୋବିନ୍ଦ ସଦନଠାରେ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସଂଯୋଜକ ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନାର ସେ୍ୱଚ୍ଛାସେବୀମାନଙ୍କ ପାଇଁ ବହୁମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମନୋନୀତ ପ୍ରାୟ ୫ ହଜାର ଛାତ୍ରଛାତ୍ରୀ ସେ୍ୱଚ୍ଛାସେବୀମାନଙ୍କ ପାଇଁ ଯୁବ ନେତୃତ୍ୱ ପ୍ରଶିକ୍ଷଣ, ଜନଜାତି ସେ୍ୱଚ୍ଛାସେବୀ ଦକ୍ଷତା ବିକାଶ, ନିଶାମୁକ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ ସଚେତନତା, ସଡ଼କ ନିରାପତ୍ତା ସଚେତନତା, ରକ୍ତଦାନ ଆଦି କାର୍ଯ୍ୟକ୍ରମଗୁଡ଼ିକର ସଫଳତାର ସହ ଆୟୋଜନ କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା।

ଗ୍ରାମାଞ୍ଚଳ ସେ୍ୱଚ୍ଛାସେବୀମାନେ ଚାରୋଟି ଦଳରେ ଭାରତ ଦର୍ଶନ କାର୍ଯ୍ୟରେ ସାମିଲ ହେବେ। ଏଥି ସହିତ ରାଜ୍ୟ ସଂହତି ଶିବିର ଓ ପ୍ରତିଭା ଅନେ୍ୱଷଣ ଶିବିର ଆୟୋଜନ କରାଯାଇ ଜାତୀୟ ସେବା ଯୋଜନାକୁ ସୁଦୃଢ଼ କରାଯିବ ବୋଲି ରାଜ୍ୟ ସମୀକ୍ଷା ବୈଠକରେ ସଭାପତିତ୍ୱ କରି ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରଶାନ୍ତ କୁମାର ରଥ ମତବ୍ୟକ୍ତ କରିଛନ୍ତି।

ଆୟୋଜିତ ସଭାରେ ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଜାତୀୟ ସେବା ଯୋଜନାକୁ ସର୍ବଭାରତୀୟ ସ୍ତରରେ ଏକ ନମ୍ବର କରିବାକୁ ଆହ୍ୱାନ ଦେଇଥିଲେ।

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟକ୍ରମ ସଂଯୋଜକ ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ବୈଠକରେ କେନ୍ଦ୍ରର ଅନୁଦାନ ଗ୍ରହଣ ପାଇଁ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପ୍ରଣାଳୀ ଉପରେ ବିଶଦ ଆଲୋଚନା କରାଯାଇଥିଲା।
ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍‌ ସହକାର୍ଯ୍ୟକ୍ରମ ଉପଦେଷ୍ଟା ଡ. କମଳ କୁମାର କର ଆଭାସୀ ମାଧ୍ୟମରେ ଯୋଗଦେଇ ଆର୍ଥିକ ସୁପରିଚାଳନାର ବିଭିନ୍ନ ଦିଗ ଉପରେ ବିଶେଷ ଆଲୋଚନା କରିଥିଲେ।

ଏଥି ସହିତ ବିଶ୍ୱବିଦ୍ୟାଳୟ ସ୍ତରରେ ପଡ଼ିରହିଥିବା ଏନ୍‌ଏସ୍‌ଏସ୍‌ ପାଣ୍ଠିର ସୁପରିଚାଳନା ପାଇଁ ସମ୍ଭାବ୍ୟ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଧିକାରୀ ତଥା ଉପଶାସନ ସଚିବ ଡ. ରମେଶ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନଭେମ୍ବର ୨୬ ତାରିଖରେ ସ୍କୁଲ କଲେଜରେ ପାଳିତ ହେବ ସମ୍ବିଧାନ ଦିବସ

ଭୁବନେଶ୍ୱର: ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବାର ଦିବସ ନଭେମ୍ବର ୨୬କୁ ସାରା ଦେଶରେ ସମ୍ବିଧାନ ଦିବସ ରୂପେ ପାଳନ ପାଇଁ ଜାତୀୟ ସ୍ତରରେ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସଚିବ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସରକାରୀ ଉଦ୍ୟୋଗ ବିଭାଗ ଦ୍ୱାରା ସେମାନଙ୍କ ଅଧିନସ୍ଥ ସ୍କୁଲ, କଲେଜ, ସରକାରୀ ଉଦ୍ୟୋଗ ଓ ସ୍ୱୟଂଶାସିତ ପ୍ରତିଷ୍ଠାନଗୁଡ଼ିକରେ ଏହି ସମ୍ବିଧାନ ଦିବସ ସ୍ୱତନ୍ତ୍ର ରୂପେ ପାଳିତ ହେବ। ଏହି ଦିବସ ପାଳନ ସମୟରେ ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ପାଠ କରାଯିବ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ମୁଖ୍ୟ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲାପାଳମାନେ ଏହି ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବାକୁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଏହି ତାରିଖରୁ ଆରମ୍ଭ ହେବ ଯୁକ୍ତ-୩ ର ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଯୁକ୍ତ-୩ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହି ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୯ ତାରିଖରେ ଏହାର ପ୍ରଥମ କର୍ଟ ଅଫ ତାଲିକା ପ୍ରକାଶ ପାଇବ। ସେହିପରି ଦ୍ୱିତୀୟ କର୍ଟ ଅଫ ତାଲିକା ସେପ୍ଟେମ୍ବର ୨୧ ତାରିଖରେ ପ୍ରକାଶ ପାଇବ। ସାମ୍ସ ପୋର୍ଟାଲ ମାଧ୍ୟମରେ ସେପ୍ଟେମ୍ବର ୯ ରୁ ୧୪ ତାରିଖ ମଧ୍ୟରେ ଆବେଦନ ପାଇଁ ଆବଶ୍ୟକ ଫି ଦାଖଲ କରାଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ରଙ୍କ ବାତ୍ୟା ସମୀକ୍ଷା

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ବରିଷ୍ଠ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଆଜି ଅପରାହ୍ନରେ ଜଗତସିଂହପୁର ଠାରେ ପହଞ୍ଚି ସାମ୍ଭାବ୍ୟ ‘ୟାସ୍’ ବାତ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବାତ୍ୟା ପାରାଦ୍ଵୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା କାଲି ସକାଳ ସୁଦ୍ଧା ଏ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୮୧ଟି ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ୧୫ ହଜାରରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯିବାର ଲକ୍ଷ୍ୟ ରହିଛି ।ଆଜି ପାଖାପାଖି ୨୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତିର୍ତ୍ତୋଲ ବ୍ଳକର ତଳିଆ ଅଞ୍ଚଳରୁ ୬୦ଜଣ ଓ ଜଗତସିଂହପୁର ପୌରାଞ୍ଚଳରୁ ୧୪୦ ଜଣ ସ୍ଥାନାନ୍ତରିତ ହୋଇଛନ୍ତି। ଜିଲ୍ଲାରେ ୨୦୦୦ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯୨ ପ୍ରତିଶତ ହୋମ୍ ଆଇସୋଲେସନରେ ରହିଛନ୍ତି ଓ ସେମାନଙ୍କର ପକ୍କାଘର ରହିଛି। ଅନ୍ୟ ୨୦୦ ଜଣଙ୍କୁ ଉତ୍ସର୍ଗୀକୃତ କେନ୍ଦ୍ରରେ ରଖାଯିବ। ଏଥିସହିତ ପାରାଦ୍ବୀପ କୋଭିଡ୍ ହସପିଟାଲରେ ୬୦ଜଣ ଓ କୋଭିଡ୍ କେୟାର୍ ସେଣ୍ଟରରେ ୭୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କେହି କ୍ରିଟିକାଲ୍ ନାହାଁନ୍ତି। ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ୍ ରହିଛି। ଆସନ୍ତା କାଲି ୨୫୦ଟି ଅକ୍ସିଜେନ ସିଲିଣ୍ଡର ଜିଲ୍ଲାରେ ପହଞ୍ଚିବ।

ପାରାଦ୍ଵୀପରେ ବରିଷ୍ଠ ପୋଲିସ୍ ଅଧିକାରୀ ପହଞ୍ଚିଛନ୍ତି ଓ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଜଗତସିଂହପୁରରେ ପହଞ୍ଚିଛନ୍ତି। ବାତ୍ୟା ପରେ ରାସ୍ତାରେ ଭାଙ୍ଗି ପଡିଥିବା ଗଛ ସଫା, ବିଦ୍ୟୁତ ଖୁଣ୍ଟି ପୁନରୁଦ୍ଧାର ଓ ରାସ୍ତା ମରାମତି ନିମନ୍ତେ ଯଥେଷ୍ଟ ସଂଖ୍ୟାରେ ଟିମ୍ ଅଛନ୍ତି। ଏନ୍.ଡି.ଆର୍.ଏଫ୍ ଓଡ୍ରାଫ୍ ଓ ଅଗ୍ନିଶମ ଦଳ ପ୍ରସ୍ତୁତ ରହିଛନ୍ତି। ବାତ୍ୟାର ୨/୩ ଘଣ୍ଟା ମଧ୍ୟରେ ରାସ୍ତା ସଫା ହେବ। ପାନୀୟଜଳ ଯୋଗାଣ ପାଇଁ ମୋବାଇଲ୍ ଟ୍ୟାଙ୍କର ପ୍ରସ୍ତୁତ ରହିଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ପ୍ରମୁଖ ଶାସନ ସଚିବଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହିତ ପୂର୍ବାହ୍ନରେ କୁଜଙ୍ଗ ବ୍ଲକ ଓ ପାରାଦ୍ବୀପ ପୌରପରିଷଦରେ ଅତିରିକ୍ତ ଜିଲ୍ଲାପାଳ, କୁଜଙ୍ଗ ବିଡିଓ, ତହସିଲଦାର, ପାରାଦ୍ଵୀପ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ସହିତ ବାତ୍ୟା ପ୍ରସ୍ତୁତି, ସ୍ଥାନାନ୍ତରଣ, ଶୁଖିଲାଖାଦ୍ୟ ଓ ପାନୀୟଜଳ ଯୋଗାଣ ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତିରାଜ ଦିବସ: ସ୍କୁଲ, କଲେଜକୁ ଛୁଟି ଘୋଷଣା କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନଠାରୁ ଭୁବନେଶ୍ୱରସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ୍‌ ଯାତ୍ରାର ଆୟୋଜନ କରାଯାଉଛି। ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍‌ ହେବେ।

ଏହି ସାଇକେଲ୍‌ ରାଲିରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ସାଇକେଲ୍‌ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଅଧ୍ୟାପକଙ୍କ ଉପରେ ଲାଗିଲା ଅଙ୍କୁଶ : ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମିଳିଲା କଡା ନିର୍ଦ୍ଦେଶ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଅଧ୍ୟାପକଙ୍କ ଉପରେ ଅଙ୍କୁଶ ଲଗାଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟାପକଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷକୁ ଏନେଇ ଚିଠି କରାଯାଇଛି। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ଛୁଟି ମଞ୍ଜୁର ନ ହୋଇ ଛୁଟିରେ ରହିଲେ ନୋ ଓ୍ବାର୍କ ନୋ ପେ’ ଲାଗୁ ହେବ ବୋଲି ସୂଚନା ରହିଛି। କେବଳ ଉଚ୍ଚ ଅଧିକାରୀଙ୍କ ଅନୁମତି ନେଇ ଅଧ୍ୟାପକ ଛୁଟି ନେଇ ପାରିବେ। ଛୁଟି ନେଇ ରାଲି, ଧାରଣା, ହରତାଳରେ ଭାଗ ନେଇ ପାରିବେ ନାହିଁ ବୋଲି ସୂଚନା ରହିଛି। ନିୟମରେ ଖିଲାପ କଲେ ଏଥିପାଇଁ କଡା ଦଣ୍ଡ ମିଳିବ। ଯଦି ଜଣେ ସରକାରୀ ଅଧ୍ୟାପକ ହୋଇଥିବେ, ତେବେ ତାଙ୍କୁ ଆଗୁଆ ଅବସର ପାଇଁ କୁହାଯିବ। ଅନୁଦାନପ୍ରାପ୍ତ ଅଧ୍ୟାପକ ହୋଇଥିଲେ, ସମ୍ପୃକ୍ତ କଲେଜର ଅନୁଦାନ ପ୍ରତ୍ୟାହାର କରାଯିବ ବୋଲି ସୂଚନା ରହିଛି। ସେହିପରି ଆନ୍ଦୋଳନରେ ସାମିଲ୍‌ ପାଇଁ ଅଧ୍ୟକ୍ଷ ଛୁଟି ଦେଇଥିଲେ ଅଧ୍ୟକ୍ଷ ଦାୟୀ ରହିବେ  ବୋଲି ସୂଚନା ରହିଛି।