ବାଣପୁର: ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଗଠିତ ‘ଶକ୍ତିଶ୍ରୀ ସଶକ୍ତିକରଣ କାର୍ଯ୍ୟକ୍ରମ’ ଆନୁକୂଲ୍ୟରେ ଗୋଦାବରୀଶ ମହାବିଦ୍ୟାଳୟରେ ଏକ ଛ’ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ଥାନା ଏସ. ଆଇ ରଶ୍ମିତା ସାମଲ ଓ ଏ. ଏସ. ଆଇ ବିଦ୍ୟାଧର ମଲ୍ଲିକ ଉପସ୍ଥିତ ରହି ସଭାରେ ବାଳିକାମାନଙ୍କୁ ଆଇନ କାନୁନ ବିଷୟରେ ଉଦବୋଧନ ଦେଇଥିଲେ।
ଉକ୍ତ ସଭାରେ କଲେଜର ଅଧ୍ୟକ୍ଷ ଏସ ପି ଏନ ଏସ ବର୍ମା, ପୂର୍ବତନ ପିଇଟି ବୈରାଗୀ ଚରଣ ବଳ, ଶକ୍ତିଶ୍ରୀ ସଂଯୋଜିକା ମନସ୍ପିତା ପାଳ, ଅଧ୍ୟାପକ ଅଜୟ କୁମାର ଦାଶ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଛନ୍ତି।
ଏହି ପ୍ରଶିକ୍ଷଣ ଶିବିରରେ ଏକ ଶହ ପଚାଶରୁ ଉର୍ଦ୍ଧ ଛାତ୍ରୀ ଯୋଗ ଦେଇ ଶେଷରେ ନିଜର ପ୍ରମାଣ ପତ୍ର ଅତିଥିଙ୍କ ଠାରୁ ଗ୍ରହଣ କଲେ ଓ ଶେଷରେ ଅତିଥିଙ୍କ ସମ୍ମୁଖରେ ନିଜେ ଶିଖିଥିବା କୌଶଳ ପ୍ରଦର୍ଶନୀ କରିଥିଲେ।


