Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଇବର୍‌ ଠକାମୀରୁ ବର୍ତ୍ତିବା ପାଇଁ ତରିକା କହିଲେ ଆଇଜି କ୍ରାଇମ୍‌ବ୍ରାଞ୍ଚ ସଫିନ୍‌ ଅହମଦ୍‌
ବିଶେଷ ଖବର

ସାଇବର୍‌ ଠକାମୀରୁ ବର୍ତ୍ତିବା ପାଇଁ ତରିକା କହିଲେ ଆଇଜି କ୍ରାଇମ୍‌ବ୍ରାଞ୍ଚ ସଫିନ୍‌ ଅହମଦ୍‌

October 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
CyberCrime
ସାଇବର୍‌ ସୁରକ୍ଷା ସଚେତନତା, ଠକାମୀରୁ ବର୍ତ୍ତିବା ପାଇଁ ତରିକା କହିଲେ ଆଇଜି କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍‌ଏସ୍‌ଏସ୍‌ ସେଲ୍‌ ଓ ଓଡ଼ିଶା ପୋଲିସର ମିଳିତ ସହଯୋଗରେ ଆଜି ସାଇବର ସୁରକ୍ଷା ସଚେତନତା ୱେବିନାର୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ରାଇମ୍‌ ବ୍ରାଞ୍ଚ ଆଇ.ଜି. ସଫିନ୍‌ ଅହମଦ୍‌ କହିଲେ ଯେ ଆଜିର ଇଣ୍ଟରନେଟ୍‌ ଦୁନିଆରେ ସ୍ମାର୍ଟଫୋନ୍‌ ସହ ଜଡ଼ିତ ସାଇବର ଅପରାଧ ବଢ଼ିବାର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ ଏବଂ ଅଳ୍ପ ସମୟ ମଧ୍ୟରେ ଅଧିକ ରୋଜଗାର କରିବାର ଇଚ୍ଛା।

ଆମେ ନିଜେ ଏପରି ଠକାମି ବାବଦରେ ବୁଝିପାରିଲେ ଅନ୍ୟମାନଙ୍କୁ ସଚେତନ କରାଇ ଏହାକୁ ପ୍ରତିହତ କରିପାରିବା। ଗାଁଗହଳିର ଲୋକଙ୍କୁ ଏ ବିଷୟରେ ଅଧିକ ଜାଗରୂକ କରିବାର ସମୟ ଆସିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ସହକାରୀ ପୋଲିସ୍‌ କମିଶନର ଅଞ୍ଜନା ଟୁଡ଼ୁ ବିଭିନ୍ନ କଲେଜର ପ୍ରାୟ ୭୦୦ ଜଣ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ସଚେତନତା ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସେ କହିଲେ ଯେ ଇଣ୍ଟରନେଟ୍‌ ହେଉଛି ଦୁଇଧାରିଆ ଅସ୍ତ୍ର। ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୪୭ ପ୍ରତିଶତ। ଏଥିରୁ ଉପୁଜୁଥିବା ଅପରାଧର ସଂଖ୍ୟା ୪୦ ପ୍ରତିଶତ।

ଲୋଭ, ମୋହ, ପ୍ରତିଶୋଧ ପରାୟଣ ମନୋଭାବ ଯୋଗୁଁ ସାଇବର ଅପରାଧ ସଂଖ୍ୟା ଅଧିକ ମାତ୍ରାରେ ବଢ଼ୁଛି। ଏହାକୁ ପ୍ରତିରୋଧ କରିବାକୁ ହେଲେ ଆମକୁ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ହେବ। ଆବଶ୍ୟକ ସ୍ଥଳେ ସାଇବର ଥାନାର ଆଶ୍ରୟ ନେବାକୁ ସେ ପରାମର୍ଶ ଦେଇଥିଲେ।

ଆଇଟି ଆକଫ, ପୋକ୍‌ସୋ ଆକଫ, ଆଇପିସି ଆକଫ ତଥା ସାଇବର ସିକୁ୍ୟରିଟି ପୋଲିସ ଜରିଆରେ ଥାନାରେ ମାମଲା ରୁଜୁ କରାଯାଇପାରିବ। ଅନ୍‌ଲାଇନ୍‌ରେ cybercrime.gov.in କିମ୍ବା ୧୯୩୦କୁ ଡାଏଲ୍‌ କରି ଜଣେ ଏତାଲା ଦାୟର କରିପାରିବ। ସତର୍କ ରହିବା ଏବଂ ଭାବିଚିନ୍ତି କାର୍ଯ୍ୟ କରିବା ଦ୍ୱାରା ସାଇବର ଅପରାଧକୁ ପ୍ରତିହତ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ ଆଜିର ଡିଜିଟାଲ୍‌ ଦୁନିଆରେ ଜୀବନ ଜିଇଁବା ବହୁତ ଆରାମଦାୟକ ହୋଇପାରିଛି। କିନ୍ତୁ ତା’ସହ ସାଇବର ଅପରାଧ ମଧ୍ୟ ଯୋଡି ହୋଇ ରହିଛି, ଯାହାକି ଡିଜିଟାଲ୍‌ ଦୁନିଆର ମେରୁଦଣ୍ଡ ଦୁର୍ବଳ କରିଦେଉଛି।

ତେଣୁ ଓଡ଼ିଶା ସରକାରଙ୍କ ଦ୍ୱାରା ୩୪ଟି ସାଇବର ରଥର ଶୁଭାରମ୍ଭ କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏହା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ସାଇବର ସଚେତନତାକୁ ବ୍ୟାପକ କରାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ।

ରାଜ୍ୟ ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶେଷରେ ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଫିସର ଶ୍ରୀ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଉଚ୍ଚଶିକ୍ଷା ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାଟ୍ରିକ ପରୀକ୍ଷା ଫଳ: ପ୍ରଥମ ଥର ପାଇଁ ଇଂରାଜୀ ସହ ଓଡ଼ିଆ ଭାଷାରେ ମିଳିବ ସାର୍ଟିଫିକେଟ୍

May 2, 2026

ଭୂମି ସୀମା ମାର୍ଗରେ ଇରାନରୁ ୨,୪୯୦ ଭାରତୀୟଙ୍କୁ ଯାତ୍ରା ସୁବିଧା ଦେଲା ଭାରତୀୟ ଦୂତାବାସ

May 2, 2026

RDC ତଦନ୍ତ କୁ ବ୍ୟାଙ୍କ ସଂଘର ଚ୍ୟାଲେଞ୍ଜ

May 1, 2026

ରଣନୈତିକ ଗୁରୁତ୍ୱ ଓ ସନ୍ତୁଳିତ ବିକାଶର ପ୍ରକୃଷ୍ଟ ଉଦାହରଣ ସାଜୁଛି ‘ଗ୍ରେଟ୍ ନିକୋବର ପ୍ରକଳ୍ପ’

May 1, 2026
Latest News

ଆଜି ମାଟ୍ରିକ ପରୀକ୍ଷା ଫଳ: ପ୍ରଥମ ଥର ପାଇଁ ଇଂରାଜୀ ସହ ଓଡ଼ିଆ ଭାଷାରେ ମିଳିବ ସାର୍ଟିଫିକେଟ୍

May 2, 2026

କଣ ପିତାଙ୍କ ସମ୍ପତ୍ତି ଉପରେ ପୁଅର ସଂପୂର୍ଣ୍ଣ ଅଧିକାର ଅଛି ? ଜାଣନ୍ତୁ ଆଇନ କଣ କହେ

May 2, 2026

ଭାରତକୁ ଲାଇଭ୍‌ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା

May 2, 2026

ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର, ପୁରୁଣା ଏବଂ ବନ୍ଦ ଆକାଉଣ୍ଟ ସକ୍ରିୟ ହେବ !

May 2, 2026

ଭୂମି ସୀମା ମାର୍ଗରେ ଇରାନରୁ ୨,୪୯୦ ଭାରତୀୟଙ୍କୁ ଯାତ୍ରା ସୁବିଧା ଦେଲା ଭାରତୀୟ ଦୂତାବାସ

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.