Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମାଜିକ ଅନୁଷ୍ଠାନ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଗଣ-ପଦଯାତ୍ରା
ଆଜିର ଖବର

ସାମାଜିକ ଅନୁଷ୍ଠାନ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଗଣ-ପଦଯାତ୍ରା

February 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାମାଜିକ ଅନୁଷ୍ଠାନ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଗଣ-ପଦଯାତ୍ରା
ସାମାଜିକ ଅନୁଷ୍ଠାନ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଗଣ-ପଦଯାତ୍ରା

ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ ସାମାଜିକ ସଚେତନତା ଓ ନାଗରିକ ଦାୟିତ୍ୱବୋଧ ସୃଷ୍ଟି କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଆସନ୍ତା ଫେବ୍ରୁଆରି ୨୮ ତାରିଖ ଶନିବାର ଦିନ ଏକ ୱାକାଥନ ଆୟୋଜିତ ହେବାକୁ ଯାଉଛି। ‘ସ୍ୱଚ୍ଛ ଓଡ଼ିଶା, ସୁଖୀ ଓଡ଼ିଶା’ ଶୀର୍ଷକ ଏହି ଗଣ-ପଦଯାତ୍ରାର ମୂଳ ଲକ୍ଷ୍ୟ ହେଉଛି – ସ୍ୱଚ୍ଛତା ହିଁ ସୁସ୍ଥତା ଓ ସମୃଦ୍ଧିର ଆଧାର। ଏହି ଅଭିଯାନ ଭାରତ ସରକାରଙ୍କ ‘କଞ୍ଜୁମର ୱେଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲାଏନ୍ସ କମିଶନ’ଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହେବ।

ଆସନ୍ତା ୨୮ ତାରିଖ ସକାଳ ୬ଟା ୩୦ ମିନିଟରେ ଭୁବନେଶ୍ୱରସ୍ଥିତ ନିକୋ ପାର୍କରୁ ଏହି ପଦଯାତ୍ରା ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମର ଗେଟ୍ ନଂ-୩ ନିକଟରେ ଶେଷ ହେବ। ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ନିର୍ମାଣ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

ଏହି ୱାକାଥନରେ ଅନେକ ଜଣାଶୁଣା କ୍ରୀଡ଼ାବିତ୍ ଏବଂ ବଲିଉଡ୍ ସେଲିବ୍ରିଟିମାନେ ସାମିଲ ହୋଇ ସ୍ୱଚ୍ଛତା ଓ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ବାଣ୍ଟିବେ। ଏହି ଅଭିଯାନରେ ‘ନ୍ୟୁଜ୍‌ରୁମ୍’ ଅଫିସିଆଲ୍ ମିଡିଆ ପାର୍ଟନର ଭାବେ ଯୋଡ଼ି ହୋଇଛି।

ସ୍ୱଚ୍ଛତା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ସୁଖୀ ଓ ସମୃଦ୍ଧ ଜୀବନର ମୂଳଦୁଆ। ଏହି ମହତ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ ସଂଗଠନ ସହ ସମସ୍ତ ଜନସାଧାରଣଙ୍କୁ ଏହି ଗଣ-ପଦଯାତ୍ରାରେ ଯୋଗଦେବାକୁ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ନିବେଦନ କରାଯାଇଛି। ଜନସାଧାରଣଙ୍କର ସହଭାଗିତାରେ ଏକ ‘ସ୍ୱଚ୍ଛ ଓଡ଼ିଶା’ ଗଠନ ହୋଇପାରିବ, ଯାହା ଏକ ‘ସୁଖୀ ଓଡ଼ିଶା’ ଗଢ଼ିବାରେ ସହାୟକ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ସମ୍ପୂର୍ଣ୍ଣ ଦେୟମୁକ୍ତ। ପ୍ରାଥମିକ ସୂଚନା ଓ ପଞ୍ଜୀକରଣ ପାଇଁ ଅଂଶଗ୍ରହଣକାରୀମାନେ ସକାଳ ୬ଟା୧୫ ସୁଦ୍ଧା ନିକୋ ପାର୍କରେ ପହଞ୍ଚିବାକୁ ଅନୁରୋଧ କରାଯାଇଛି। ଏହି ଅଭିଯାନ ସମ୍ପର୍କିତ ଅଧିକ ବିବରଣୀ, ରୁଟ୍ ମ୍ୟାପ୍ କିମ୍ବା ଅନ୍ୟାନ୍ୟ ଜରୁରୀ ସୂଚନା ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ‘ସିଟିଜେନ୍ ୱେଭ୍ ମିଡିଆ’ର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍‌ରେ ସମ୍ପର୍କ କରିପାରିବେ।

କଳିଙ୍ଗ ଷ୍ଟାଡିୟମ ଗଣ-ପଦଯାତ୍ରା ନିକୋ ପାର୍କ ସାମାଜିକ ଅନୁଷ୍ଠାନ ସିଟିଜେନ୍ ୱେଭ୍ ମିଡିଆ ସ୍ୱଚ୍ଛ ଓଡ଼ିଶା
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026
Latest News

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026

୨୧୯ ଏଲ୍‍ପିଜି ବିତରକଙ୍କ ଉପରେ ଜରିମାନା, ୫୬ ବିତରକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.