ଚିଲିକା: ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀଙ୍କ ଦ୍ବାରା ଚ଼ଳିତ ଆର୍ଥିକ ବର୍ଷ ବଜେଟ୍ ରେ ଏସିଆ ମହାଦେଶର ସର୍ବବୃହତ ଲୁଣ ହ୍ରଦ ଚିଲିକାର ପରିବେଶ ଅନୁକୁଳ- ପୁନରୁଦ୍ଧାର କାର୍ଯ୍ୟ ଅଧୀନରେ ମତ୍ସ୍ୟ ସମ୍ପଦ ପୁନର୍ଜୀବିତ, ଲିଡ୍ ଚ୍ୟାନେଲ, ବାଲୁଗାଁ ଚ୍ୟାନେଲ ଭଳି ବହୁ ବିକାଶମୂଳକ କାର୍ଯ୍ୟ ଅନୁମୋଦନ ହୋଇଅଛି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନ ଠାରେ ଚ଼ିଲିକା କୈବର୍ତ୍ତ ଯୁବ ମୋର୍ଚ୍ଚା ସଂଘର ସଭାପତି ଦିଲ୍ଲୀପ କୁମାର ବେହେରାଙ୍କ ନେତୃତ୍ବରେ ଚ଼ିଲିକା ଚତୁଃପାର୍ଶ୍ଵରେ ଥିବା ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଦସ୍ୟ ମାନେ ସାକ୍ଷାତ କରି ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ କରିବା ସହ ରାଜ୍ୟ ସରକାରଙ୍କୁ ବିନମ୍ରତାର ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସେମାନେ ମାନ୍ୟବର ମନ୍ତ୍ରୀଙ୍କୁ ଚିଲିକାର ପରିବେଶ ସୁରକ୍ଷା ଓ ମତ୍ସ୍ୟଜୀବୀଙ୍କ ଜୀବିକା ସୁଦୃଢ଼ିକରଣ ପାଇଁ ନିଆଯାଇଥିବା ଏହି ଐତିହାସିକ ପଦକ୍ଷେପ ପାଇଁ ଧନ୍ୟବାଦ୍ ଜ୍ଞାପନ କରିବା ସହ ରାଜ୍ୟ ସରକାରଙ୍କ ପ୍ରତି ତାଙ୍କର ଆଭାର ଓ କୃତଜ୍ଞତା ବ୍ୟକ୍ତ କରିଥିଲେ। ଚିଲିକାର ପରିବେଶୀୟ ସନ୍ତୁଳନ ରକ୍ଷା, ମତ୍ସ୍ୟ ସମ୍ପଦର ବୃଦ୍ଧି ଓ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଆର୍ଥିକ ସଶକ୍ତିକରଣ ନିମନ୍ତେ ଏହି ବଜେଟ୍ ବ୍ୟବସ୍ଥା ଏକ ଦୂରଦର୍ଶୀ ଓ ଲୋକକଳ୍ୟାଣମୂଳକ ପଦକ୍ଷେପ ବୋଲି ସମ୍ପ୍ରଦାୟ ପକ୍ଷରୁ ମତ ପ୍ରକାଶ କରାଯାଇଛି।


