Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଣକ୍ୟାଡ଼ର ପବ୍ଲିକ୍ ପ୍ରସିକ୍ୟୁଟରମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ଆଇନ ମନ୍ତ୍ରୀ
ଆଜିର ଖବର

ଅଣକ୍ୟାଡ଼ର ପବ୍ଲିକ୍ ପ୍ରସିକ୍ୟୁଟରମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ଆଇନ ମନ୍ତ୍ରୀ

February 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Non-Cadre Public Prosecutors’ Training Camp Inaugurated
Non-Cadre Public Prosecutors’ Training Camp Inaugurated

ଭୁବନେଶ୍ଵର: ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପ୍ରାଥମିକତା ରହିଆସିଛି। ଏହି କ୍ରମରେ ଆମ ଦେଶରେ ଭାରତୀୟ ନ୍ୟାୟ ସଂହିତାଠାରୁ ଆରମ୍ଭ କରି ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଦି ପ୍ରଚଳନ ଆରମ୍ଭ ହୋଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ। ଏହି କ୍ରମରେ ବିଭିନ୍ନ ଜିଲ୍ଲାରେ ଅଣକ୍ୟାଡ଼ର ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତ ହୋଇଛନ୍ତି। ନବନିଯୁକ୍ତମାନେ ନ୍ୟାୟ ବ୍ୟବସ୍ଥାକୁ ତ୍ୱରିତ ଗତିରେ ଆଗେଇ ନେବା ଏବଂ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି।

ଆଜି ଆଇନ ବିଭାଗ ଏବଂ ପବ୍ଲିକ୍ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅଣକ୍ୟାଡ଼ର ପବ୍ଲିକ୍ ପ୍ରସିକ୍ୟୁଟରମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଆମ ଦେଶରେ ପ୍ରଚଳିତ ନ୍ୟାୟ ବ୍ୟବସ୍ଥାରେ ପୀଡ଼ିତ ଓ ଅସହାୟମାନଙ୍କୁ ଆଇନ ସହାୟତା ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ ରହିଛି। ଏଣୁ ଦେଶର ଆଇନ ବ୍ୟବସ୍ଥାକୁ ଭଲ ଭାବେ ବୁଝିବା ସହିତ ନ୍ୟାୟ ପ୍ରକ୍ରିୟାକୁ କିଭଳି ସଠିକ୍ ଢଙ୍ଗରେ ଆଗେଇ ନେଇହେବ ସେଥିନେଇ ପବ୍ଲିକ୍ ପ୍ରସିକ୍ୟୁଟରମାନେ ଏହି ତାଲିମ ଶିବିରରୁ ଜ୍ଞାନ ଆହୋରଣ ନେବାକୁ ସେ ପରାମର୍ଶ ଦେଇଥିଲେ। ଏଥି ସହିତ ପରବର୍ତ୍ତୀ ସମୟରେ ପବ୍ଲିକ୍ ପ୍ରସିକ୍ୟୁଟରମାନଙ୍କୁ ନିୟମିତ ଅନ୍ତରାଳରେ ତାଲିମ ଓ ପ୍ରଶିକ୍ଷଣ ସହ ପ୍ରତିମାସରେ ସମସ୍ତଙ୍କ କାର୍ଯ୍ୟର ସମୀକ୍ଷା କରାଯିବା ନେଇ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ସ୍ୱାଗତ ଭାଷଣ ଦେବା ସହ ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ସୂଚନା ଦେଇଥିଲେ। ପବ୍ଲିକ୍ ପ୍ରସିକ୍ୟୁସନ୍ର ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିବାବେଳେ ଆଭାସି ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଅଣ-କ୍ୟାଡ଼ର ପବ୍ଲିକ୍ ପ୍ରସିକୁ୍ୟଟରମାନେ ଯୋଗଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ କଟକ, ଗଞ୍ଜାମ, ସମ୍ବଲପୁର, ବାଲେଶ୍ୱର, ପୁରୀ, କୋରାପୁଟ ଓ ଅନୁଗୁଳ ଜିଲ୍ଲାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବରୁ କ୍ୟାଡର ପ୍ରସିକ୍ୟୁଟରମାନଙ୍କ ପାଇଁ ପୂର୍ବରୁ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଥିବାବେଳେ ଅଣକ୍ୟାଡର ପ୍ରସିକ୍ୟୁଟରମାନଙ୍କ ପାଇଁ ଏପରି ସଂଗଠିତ ପ୍ରୟାସ ପ୍ରଥମ ଥରପାଇଁ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି । ଓଡିଶା ଲ ଅଫିସର୍ସ ରୁଲ୍ସ, ୧୯୭୧ ଅନୁସାରେ ନବନିଯୁକ୍ତ ପ୍ରସିକ୍ୟୁଟରଙ୍କୁ ଧ୍ୟାନରେ ରଖି ଏହି ପ୍ରଶିକ୍ଷଣକୁ ସଂକ୍ଷିପ୍ତ ଓ ପ୍ରୟୋଜନମୂଳକ ଭାବରେ ଗଠନ ହୋଇଛି ।

ଏହି ପ୍ରଶିକ୍ଷଣରେ ଦୈନିକ ଅଦାଲତୀ କାର୍ଯ୍ୟ, ପ୍ରକ୍ରିୟାଗତ ଶୃଙ୍ଖଳା, ପେଶାଗତ ନୀତିମାନଦଣ୍ଡ ଓ ସମଗ୍ର ରାଜ୍ୟରେ ପ୍ରସିକ୍ୟୁସନ୍ ପ୍ରକ୍ରିୟାରେ ଏକରୂପତା ଉପରେ ଗୁରୁତ୍ୱ ଦିଆଯିବା। ବିଶେଷ କରି, ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) ପରି ନୂତନ ଆପରାଧିକ ଆଇନଗୁଡିକର କାର୍ଯ୍ୟକାରୀ ପ୍ରୟୋଗ ଉପରେ ଖାସ ଗୁରୁତ୍ୱ ଦିଆଯାଉଛି। ମକଦମାର ଶୀଘ୍ର ଓ କାର୍ଯ୍ୟକାରୀ ନିଷ୍ପତ୍ତି, ପ୍ରାକ୍ରିୟାଗତ ତ୍ରୁଟି କମିବା, ଅଦାଲତରେ ଦୃଢ଼ ଭାବେ ପ୍ରମାଣ ପ୍ରଦର୍ଶନ, ପୀଡ଼ିତଙ୍କୁ ସମୟୋପଯୁକ୍ତ ଓ ନ୍ୟାୟସଙ୍ଗତ ନ୍ୟାୟ ପରି ସୁପ୍ରଶିକ୍ଷିତ ପ୍ରସିକ୍ୟୁସନ୍ ବ୍ୟବସ୍ଥା ଲୋକମାନଙ୍କୁ ସିଧାସଳଖ ଲାଭ ଦେବ ଏବଂ ଏହା ଲୋକମାନଙ୍କ ମଧ୍ୟରେ ନ୍ୟାୟ ବ୍ୟବସ୍ଥା ପ୍ରତି ଆସ୍ଥାକୁ ଆହୁରି ବଢ଼ାଇବI ଏହା ଦ୍ଵାରା ମକଦମା ପରିଚାଳନାରେ ତଦନ୍ତ କର୍ତ୍ତୃପକ୍ଷ ଓ ପ୍ରସିକ୍ୟୁଟରମାନଙ୍କ ମଧ୍ୟରେ ଭଲ ସମନ୍ୱୟ, ଚାର୍ଜ ଫ୍ରେମିଂ ଓ ପ୍ରମାଣ ପରିଚାଳନାରେ ସୁଧାର, ଅନାବଶ୍ୟକ ତାରିଖ ପଛକୁ ସରିବାର କମିବା, ମକଦମାର ଗୁଣମାନ ଓ ଫଳାଫଳରେ ସୁଧାର ଭଳି ସକାରାତ୍ମକ ପ୍ରଭାବ ଅନୁଭୂତ ହେବ।

Non-Cadre Public Prosecutors Training Camp Inaugurated ତାଲିମ କାର୍ଯ୍ୟକ୍ରମ ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.