Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ‘ସ୍ୱଚ୍ଛ ଓଡ଼ିଶା, ସୁଖୀ ଓଡ଼ିଶା’ ୱାକାଥନ
ଆଜିର ଖବର

ଭୁବନେଶ୍ୱରରେ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ‘ସ୍ୱଚ୍ଛ ଓଡ଼ିଶା, ସୁଖୀ ଓଡ଼ିଶା’ ୱାକାଥନ

February 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱରରେ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ‘ସ୍ୱଚ୍ଛ ଓଡ଼ିଶା, ସୁଖୀ ଓଡ଼ିଶା’ ୱାକାଥନ
ଭୁବନେଶ୍ୱରରେ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ‘ସ୍ୱଚ୍ଛ ଓଡ଼ିଶା, ସୁଖୀ ଓଡ଼ିଶା’ ୱାକାଥନ
ଭୁବନେଶ୍ୱର: ସାମାଜିକ ସଚେତନତା ଓ ନାଗରିକ ଦାୟିତ୍ୱବୋଧ ସୃଷ୍ଟି କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଫେବ୍ରୁଆରି ୨୮ ତାରିଖ ଶନିବାର ଦିନ ଆୟୋଜିତ ହୋଇଯାଇଛି ‘ସ୍ୱଚ୍ଛ ଓଡ଼ିଶା, ସୁଖୀ ଓଡ଼ିଶା’ ୱାକାଥନ। ଭାରତ ସରକାରଙ୍କ ‘କଞ୍ଜୁମର ୱେଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲାଏନ୍ସ କମିଶନ’ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ଏହି ଗଣ-ପଦଯାତ୍ରା।
ସ୍ୱଚ୍ଛତା ହିଁ ସୁସ୍ଥତା ଓ ସମୃଦ୍ଧିର ଆଧାର, ଏହି ଲକ୍ଷ୍ୟ ନେଇ ଆୟୋଜିତ ହୋଇଥିବା ପଦଯାତ୍ରା ଭୁବନେଶ୍ୱରସ୍ଥିତ ନିକୋ ପାର୍କରୁ ବାହାରି କଳିଙ୍ଗ ଷ୍ଟାଡିୟମର ଗେଟ୍ ନଂ-୩ ନିକଟରେ ପହଞ୍ଚିଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ, “ସ୍ୱଚ୍ଛତା ହିଁ ସୁସ୍ଥ ଜୀବନର ଆଧାର। ଜାତିର ପିତା ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ଏହି ବାର୍ତ୍ତା ଦେଇ ଆସିଛନ୍ତି। ‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ୱଚ୍ଛତା ଦିଗରେ ଜନସଚେତନତା ସୃଷ୍ଟି କରିବା ସହ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ।”
ଏହି ୱାକାଥନରେ ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, କ୍ରୀଡ଼ାବିତ୍, ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ ସଂଗଠନ ଓ ସେଲିବ୍ରିଟିମାନେ ସାମିଲ ହୋଇ ସ୍ୱଚ୍ଛତା ଓ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ବାଣ୍ଟିଥିଲେ। ‘କଞ୍ଜୁମର ୱେଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲାଏନ୍ସ କମିଶନ’ର ରାଜ୍ୟ ନିର୍ଦ୍ଦେଶକ ନୀଲିମା ଆର୍ ପାତ୍ର, ଅଲିମ୍ପିଆନ୍ ଦୂତୀ ଚାନ୍ଦ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ।
ଏହି ପଦଯାତ୍ରାରେ ‘ନ୍ୟୁଜ୍‌ରୁମ୍’ ଅଫିସିଆଲ୍ ମିଡିଆ ପାର୍ଟନର ଭାବେ ଯୋଡ଼ି ହୋଇଥିଲା। ‘ନ୍ୟୁଜରୁମ୍’ର ପ୍ରତିଷ୍ଠାତା ସମ୍ପାଦକ ମନୋରଞ୍ଜନ ମିଶ୍ର କହିଥିଲେ, “ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୧୦ ହଜାର ଷ୍ଟେପ୍ ଚାଲିବା ସହ ତା’ର ଆଖପାଖ ଅଞ୍ଚଳକୁ ସୁସ୍ଥ ରଖିବା ଜରୁରୀ। ଏହି ୱାକାଥନ କେବଳ ଏକ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ଦୀର୍ଘମିଆଦୀ ସାମାଜିକ ଅଭିଯାନର ଆରମ୍ଭ।”
‘ସିଟିଜେନ୍ ୱେଭ୍ ମିଡିଆ’ ପକ୍ଷରୁ ସମସ୍ତ ଅଂଶଗ୍ରହଣକାରୀ, ସହଯୋଗୀ ସଂଗଠନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର ୱାକାଥନ ସିଟିଜେନ୍ ୱେଭ୍ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026
Latest News

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.