Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବିଷ୍ୟତରେ ଯନ୍ତ୍ର ଅଧିକ କାର୍ଯ୍ୟକ୍ଷମ ଓ ଚତୁର ଭାବେ ଉଭା ହେବ: ପ୍ରଫେସର (ଡକ୍ଟର) ପେନ୍‌
ଆଜିର ଖବର

ଭବିଷ୍ୟତରେ ଯନ୍ତ୍ର ଅଧିକ କାର୍ଯ୍ୟକ୍ଷମ ଓ ଚତୁର ଭାବେ ଉଭା ହେବ: ପ୍ରଫେସର (ଡକ୍ଟର) ପେନ୍‌

March 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭବିଷ୍ୟତରେ ଯନ୍ତ୍ର ଅଧିକ କାର୍ଯ୍ୟକ୍ଷମ ଓ ଚତୁର ଭାବେ ଉଭା ହେବ: ପ୍ରଫେସର (ଡକ୍ଟର) ପେନ୍‌
ଭବିଷ୍ୟତରେ ଯନ୍ତ୍ର ଅଧିକ କାର୍ଯ୍ୟକ୍ଷମ ଓ ଚତୁର ଭାବେ ଉଭା ହେବ: ପ୍ରଫେସର (ଡକ୍ଟର) ପେନ୍‌

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତା ଏବେ ସବୁଠି ଚର୍ଚ୍ଚାରେ ରହିଥିବା ବେଳେ ଏହି ସମ୍ପର୍କିତ ଜଣେ ଆନ୍ତର୍ଜାତିକ ବିଶେଷଜ୍ଞ କହିଛନ୍ତି ଯେ ଭବିଷ୍ୟତରେ ମେସିନ୍ ଅଧିକ କାର୍ଯ୍ୟକ୍ଷମ ଓ ଚତୁର ହେବା ସହ ମଣିଷର ବୁଦ୍ଧିମତାକୁ ପଛରେ ପକାଇଦେବ।

ମେସିନ୍ କେବଳ ଶିକ୍ଷା ଆହରଣ କରିବ ନାହିଁ ବରଂ ଶିକ୍ଷା ଗ୍ରହଣ କିଭଳି କରାଯାଏ ତାହାକୁ ମଧ୍ୟ ଶିଖିବାରେ ସକ୍ଷମ ହୋଇଯିବ ବୋଲି କହିଛନ୍ତି କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଏଆଇ ଏଥିକ୍ସ ଆଣ୍ଡ ସୋସାଇଟିର ପ୍ରଫେସର ଓ ହାଭାର୍ଡ ବିଶ୍ୱବିଦ୍ୟାଳୟର ବର୍କମ୍ୟାନ୍ କ୍ଲେନ୍ ସେଂଟର ଫର ଇନ୍‌ଟରନେଟ ଆଣ୍ଡ ସୋସାଇଟିର ଫ୍ୟାକଲ୍ଟି ପ୍ରଫେସର (ଡକ୍ଟର) ଜନି ପେନ୍। ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ଆନ୍ତର୍ଜାତିକ ଏଆଇ କନ୍‌କ୍ଲେଭ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ପେନ୍।

ସମ୍ମିଳନୀର ପ୍ରସଙ୍ଗ “ଇଣ୍ଡିଆଜ୍ ଏଆଇ ଫ୍ୟୁଚର- ରୋଲ ଅଫ୍ ଏକାଡେମିଆ, ଇଣ୍ଡଷ୍ଟ୍ରି, ରିସର୍ଚ୍ଚ ଆଣ୍ଡ ଇନୋଭେସନ୍‌” ଉପରେ ନିଜ ବକ୍ତବ୍ୟ ରଖି ପ୍ରଫେସର ପେନ୍ କହିଥିଲେ ଯେ ବର୍ତ୍ତମାନ ଭଳି ୧୫ ବର୍ଷ ତଳେ ଏଆଇ କୌଣସି ଚର୍ଚ୍ଚାରେ ନଥିଲା। ତେବେ ବର୍ତମାନ ଲୋକମାନେ ଏଆଇ ଓ ଏହା ଭବିଷ୍ୟତକୁ କିଭଳି ପ୍ରଭାବିତ କରିବ ସେ ବିଷୟରେ ଚିନ୍ତିତ ଅଛନ୍ତି।

ପ୍ରଫେସର ପେନ୍ କହିଥିଲେ ଯେ ‘ଇନ୍‌ଟେନ୍ସନ୍ ଇକୋନୋମି’ କ୍ଷେତ୍ରରେ ଏଆଇର ପ୍ରଭାବ ରହିଥିବା ବେଳେ ସାମାଜିକ ବୈଷୟିକ କ୍ଷେତ୍ର ଏବଂ ଜଳବାୟୁ ପରିବର୍ତନକୁ ନେଇ ଏହାର ଭୂମିକା ରହିବ।

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଭାରତରେ ଅବସ୍ଥାପିତ ଗାଏନାର ରାଷ୍ଟ୍ରଦୂତ ଧରମକୁମାର ସିରାଜ, ଟିମୋର-ଲେଷ୍ଟେର ରାଷ୍ଟ୍ରଦୂତ କାର୍ଲିଟୋ ନ୍ୟୁନସ ଏବଂ ବଲିଭିଆର କାଉନ୍‌ସେଲର ମିସ୍ ଆର୍ଲେଟ ଗାବ୍ରିଏଲା ବୁସ୍ତାମାଂଟେ ଗାର୍ସିଆ ମଧ୍ୟ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ଶ୍ରୀ ସିରାଜ କହିଥିଲେ ଯେ, ମଣିଷର ଦୈନନ୍ଦିନ ଜୀବନରେ ଏଆଇର ପ୍ରଭାବ ରହିଥିବା ବେଳେ ବିକାଶ କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେଉଛି। ଏଆଇ ଆମ ଜୀବନରେ ଏକ ବଡ଼ ଭୂମିକା ନେବାକୁ ଯାଉଥିବା ବେଳେ ଅର୍ଥନୀତି ଏବଂ ବିକାଶ ଉପରେ ମଧ୍ୟ ଏହାର ଭୂମିକା ରହିବ ବୋଲି ସେ କହିଥିଲେ।

ସେହିପରି ଏଆଇ ଯୋଗୁଁ ଚାକିରି କ୍ଷେତ୍ର ପ୍ରଭାବିତ ହେଉଥିବା ପ୍ରସଙ୍ଗକୁ ନେଇ ଶ୍ରୀ ସିରାଜ କହିଥିଲେ ଯେ ଏଆଇ ପ୍ରଶିକ୍ଷିତ ଏବଂ ଏଆଇର ବ୍ୟବହାର ଜାଣିଥିବା ବ୍ୟକ୍ତିମାନଙ୍କ ପାଇଁ ଏଆଇକୁ ନେଇ ଭୟଭୀତ ହେବା ଆବଶ୍ୟକ ନୁହେଁ। ତେବେ ଯେଉଁମାନେ ଏଆଇ ପ୍ରଶିକ୍ଷିତ ନୁହଁନ୍ତି ସେମାନେ ଚାକିରି ହରାଇବାର ସମ୍ଭାବନା ରହିଥିବା ସେ କହିଥିଲେ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଏଆଇ ଯେ ଚାକିର ଛଡ଼ାଇ ନେବ ସେ ନେଇ ଭୟଭୀତ ହେବାର ନାହିଁ ବରଂ ବୃତିଗତ ସ୍ତରରେ ଏହା ସହାୟକ ହେବ। ତେବେ ଭବିଷ୍ୟତରେ ଏଆଇ ସମ୍ପର୍କିତ ଜ୍ଞାନ ରଖୁଥିବା ବ୍ୟକ୍ତି ଏ ସମ୍ପର୍କରେ ଅନଭିଜ୍ଞ ଥିବା ବ୍ୟକ୍ତିଙ୍କ ଠାରୁ ଆଗରେ ରହିବେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ କୃତ୍ରିମ ବୁଦ୍ଧିମତା ପ୍ରଫେସର (ଡକ୍ଟର) ପେନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସତର୍କତା ଏବଂ ନିରାପଦ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ  ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ 

May 25, 2026

ପଲାନିସ୍ୱାମୀଙ୍କୁ ବଡ଼ ଝଟକା: ଇସ୍ତଫା ଦେଲେ ତିନି AIADMK ବିଧାୟକ, ବିଜୟଙ୍କୁ କଲେ ସମର୍ଥନ

May 25, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

୧୫ ବର୍ଷ ବୟସରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ବୈଭବ ସୂର୍ଯ୍ୟବଂଶୀ

May 25, 2026
Latest News

ସତର୍କତା ଏବଂ ନିରାପଦ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ  ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ 

May 25, 2026

ପଲାନିସ୍ୱାମୀଙ୍କୁ ବଡ଼ ଝଟକା: ଇସ୍ତଫା ଦେଲେ ତିନି AIADMK ବିଧାୟକ, ବିଜୟଙ୍କୁ କଲେ ସମର୍ଥନ

May 25, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

୧୫ ବର୍ଷ ବୟସରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ବୈଭବ ସୂର୍ଯ୍ୟବଂଶୀ

May 25, 2026

ଏକାଥରେ 67 ବିଇଓ ଙ୍କୁ ବଦଳି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାଣନ୍ତୁ କିଏ କେଉଁଠାକୁ ଗଲେ

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.