Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି
ଆଜିର ଖବର

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି
ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

ବାଣପୁର: ଆଜି ଚୈତ୍ର କୃଷ୍ଣ ପ୍ରତିପଦା ବୁଧବାର ତା୪.୩.୨୬ ରିଖ ଅପରାହ୍ନ ୪ଘଟିକା ଅମୃତବେଳାରେ ଚଳିତବର୍ଷର ଐତିହାସିକ ପଞ୍ଚୁଦୋଳଯାତ୍ରାର ଶୁଭଖୁଣ୍ଟି ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ମଙ୍ଗଳାଚ଼ରଣରେ ଯାତ୍ରା ପଡ଼ିଆର ଯଜ୍ଞମଣ୍ଡପର ଐଶାନ୍ୟ କୋଣରେ ସ୍ଥାପନ କରାଯାଇଛି। ଯାତ୍ରାର ଯଜ୍ଞ କମିଟିର ଶାକଦୀପି ପଣ୍ଡିତ ନୃସିଂହ ଚ଼ରଣ ଆଚ଼ାର୍ଯ୍ୟଙ୍କ ଗଣନା ଅନୁସାରେ ପ୍ରଥମେ କମିଟି ତରଫରୁ ମା’ଭଗବତୀଙ୍କ ମନ୍ଦିରରେ ପ୍ରଥମ ନିମନ୍ତ୍ରଣ ଅର୍ପଣ କରି ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆଜ୍ଞାମାଳ କରାଯାଇ ଯାତ୍ରା ପଡ଼ିଆକୁ ଅଣାଯାଇଥିଲା।

ପୁଣି ଯାତ୍ରାର ମୁଖ୍ୟ ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚ଼କା ଦେବଙ୍କ ନିକଟରୁ ମଧ୍ୟ ତୁଳସୀ ଦୟଣା ମାଳ ଆସି ପଡ଼ିଆଠାରେ ଏକତ୍ର ଶୁଭ ପତାକାରେ ସ୍ଥାପନ କରାଯାଇ ମା’ ଭଗବତୀ ଓ ଶ୍ରୀ ଶ୍ରୀଚ଼ରଣଚକାଦେବଙ୍କର ଜୟଜୟକାର ଧ୍ୱନୀ ମଧ୍ୟରେ ଖୁଣ୍ଟ ପୋତା ଯାଇଥିଲା।

ଚଳିତ ବର୍ଷ ତା ୮.୩.୨୬ରିଖ ରବିବାର ରାତ୍ର ବାର ଘଟିକାରୁ ଦେବା ଦେବୀମାନଙ୍କ ଜମାଣ ଆରମ୍ଭ ହେବ। ଖୋର୍ଦ୍ଧାର ମହାରାଜା ଗଜପତି ନରସିଂହ ଦେବଙ୍କ ଦ୍ଵାରା ସ୍ଥାପିତ ଲୀଳାକ୍ଷେତ୍ର ବଡ଼ ହନ୍ତୁଆଡ଼ର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଚ଼ରଣଚକା ଦେବଙ୍କ ନିମନ୍ତ୍ରଣ କ୍ରମେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମରୁ ୧୬୨ଦେବାଦେବୀ ଦୋଳବିମାନ, ବୃଷଭ, ସିଂହ, ଗରୁଡ଼, ହନୁମାନ ଇତ୍ୟାଦି ବାହାନରେ ବସି ଥାଟ ପଟୁଆର ବାଜା ରୋଷଣିରେ ଯାତ୍ରା ପଡ଼ିଆକୁ ବିଜେ କରିବେ।

ଚଳିତ ବର୍ଷ ଜମାଣ ଦିନ ସଂଧ୍ୟାରୁ ତୁଳସୀ ସଂଧ୍ୟା କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଭଜନ ସମାରୋହ ସହିତ ବିଭିନ୍ନ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତ।୯.୩.୨୬ ରିଖ ସୋମବାର ଅପରାହ୍ନର ଗୋଧିଳୀଲଗ୍ନରେ ଯାତ୍ରାର ମୁଖ୍ୟ ଆକର୍ଷଣ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଦେବଙ୍କ ସହ ମା’ଦେବୀ ଭଗବତୀ କାଠି ଠାକୁରାଣୀ ସ୍ତମ୍ଵେଶ୍ଵରୀଙ୍କ ମହାମିଳନ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ପ୍ରକାଶ କରାଯାଇଛି ଏବଂ ଚଳିତ ବର୍ଷ ପ୍ରଥମଥର ପାଇଁ ମେଳନ ସରିବା ପରେ ସଂଧ୍ୟାରେ ମେଲୋଡ଼ି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।

ଏହି ଶୁଭ ଅନୁକୂଳ କର୍ଯ୍ୟରେ କମିଟିର ଉପସଭାପତି ବୀରଭଦ୍ର କାଣ୍ଡି, ସଂପାଦକ ମାଧବଚ଼ନ୍ଦ୍ର ବାରିକୀ, ସ୍ଥାନୀୟ ଥାନାଧିକାରୀ ରମେଶ କୁମାର ଦେବତା, ଦୁଷ୍ମନ୍ତ କୁମାର ହରିଚ଼ନ୍ଦନ, ବାଳମୁକୁନ୍ଦ ଦାସ, ମହେଶ୍ୱର ଜେନା, ଜୟକୃଷ୍ଣ ଦାସ, ନବକିଶୋର ପ୍ରଧାନ, ଶରତ ଚନ୍ଦ୍ର ଶତୃଶଲ୍ୟ, ଦିଗମ୍ବର ବିଶ୍ଵାଳ, ନନ୍ଦକିଶୋର ମିଶ୍ର, ଭଗବାନ ପ୍ରଧାନ, ଶେଷ ଦେବ ମହାରଣା, ମଇନୁଲ୍ ହକ୍, ନକୁଳ ପ୍ରଧାନ, ପ୍ରଭାକର ଶାସମଲ୍, ପଦ୍ମଚରଣ ସାହୁ, ସତ୍ୟନାରାୟଣ ବିଗ୍ରହ, ସାଗର ମହାପାତ୍ର, ରବୀନ୍ଦ୍ରକୁମାର ମାର୍ଥା ପ୍ରମୁଖ ଉପସ୍ଥିତ ରହି ଏହି ଶୁଭ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

ପଞ୍ଚୁଦୋଳଯାତ୍ରା ବାଣପୁର ଶୁଭ ମୁହୂର୍ତ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026

ଜୟଶ୍ରୀରାମ କୁହନ୍ତୁ: ଚିକିତ୍ସାରେ ରିହାତି ପାଆନ୍ତୁ

April 15, 2026

ଉପକୂଳ ସମୁଦ୍ରରେ ମାଛଧରା ନିଷେଧ

April 15, 2026
Latest News

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026

ଓୟୁଏସ୍‌ଏସ୍‌ଏସ୍‌ସି ପାଇଁ ୭୨ଟି ନୂତନ ପଦବୀ

April 15, 2026

ଜୟଶ୍ରୀରାମ କୁହନ୍ତୁ: ଚିକିତ୍ସାରେ ରିହାତି ପାଆନ୍ତୁ

April 15, 2026

ଉପକୂଳ ସମୁଦ୍ରରେ ମାଛଧରା ନିଷେଧ

April 15, 2026

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.