Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତ୍ତର ରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ଆଜିର ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତ୍ତର ରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

March 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତ୍ତର ରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ/ସମ୍ବଲପୁର: ସମ୍ବଲପୁରରେ ଏକ ନୂତନ କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନା (CGHS) ୱେଲନେସ୍ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସବୁପ୍ରକାର ଅନୁମୋଦନ ପ୍ରଦାନ କରି ସାରିଛନ୍ତି। ଏହା ଖୁବ ଶୀଘ୍ର ସମ୍ବଲପୁରରେ ସ୍ଥାପନା ହେବାକୁ ଯାଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ତାଙ୍କୁ ଚିଠି ଲେଖି ଏ ସମ୍ପର୍କରେ ସୂଚିତ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ.ପି ନଡ୍ଡା।

ଶ୍ରୀ ପ୍ରଧାନ ଗତ ୮ ସେପ୍ଟେମ୍ବର ୨୦୨୫ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ.ପି୍ ନଡ୍ଡାଙ୍କୁ ପତ୍ର ଲେଖି ସମ୍ବଲପୁରରେ ଏକ ସିଜିଏଚଏସ ହେଲଥ୍ ସେଣ୍ଟରର ଆବଶ୍ୟକତା ବିଷୟରେ ଜଣାଇଥିଲେ । ସେ ପତ୍ରରେ ଉଲ୍ଲେଖ କରିଥିଲେ, ସମ୍ବଲପୁରରେ ବିଏସଏନଏଲ, ଡାକ ବିଭାଗ, ଆୟକର ବିଭାଗ, ପୂର୍ବତଟ ରେଳବାଇ, କେନ୍ଦ୍ରୀୟ ଅବକାରୀ ବିଭାଗ, ସିଆରପିଏଫ ଗ୍ରୁପ୍ ସେଣ୍ଟର, ଆଇଆଇଏମ୍ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ପରି ଅନେକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥା ରହିଛି। ଏଠାରେ ବହୁ ସଂଖ୍ୟାରେ କାର୍ଯ୍ୟରତ କର୍ମଚାରୀ ଓ ଅବସରପ୍ରାପ୍ତ ପେନସନଭୋଗୀ ବସବାସ କରୁଛନ୍ତି। ଏହି ସୁବିଧା ନଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରାୟ ୩୦୦ କିଲୋମିଟର ଦୂର ଭୁବନେଶ୍ୱର, କଟକ କିମ୍ବା ବ୍ରହ୍ମପୁର ଯିବାକୁ ପଡ଼ୁଛି। ଏହା ଦ୍ୱାରା ବିଶେଷ କରି ପ୍ରାପ୍ତ ବୟସ୍କ ପେନସନଭୋଗୀମାନେ ହଇରାଣ ହେଉଛନ୍ତି।

ଏହାର ପ୍ରତ୍ୟୁତରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡା, ଶ୍ରୀ ପ୍ରଧାନଙ୍କୁ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ସମ୍ବଲପୁରରେ ସିଜିଏଚଏସ ସେଣ୍ଟର ପାଇଁ ସବୁପ୍ରକାର ଅନୁମୋଦନ ମିଳିସାରିଛି। ଏହି ସେଣ୍ଟର ପାଇଁ ଆବଶ୍ୟକୀୟ ପଦବୀ ପୂରଣ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ ଦେଇସାରିଛି । ଉକ୍ତ ପଦବୀଗୁଡ଼ିକ ମଧ୍ୟରେ ମେଡିକାଲ ଅଫିସର, ନର୍ସିଂ ଅଫିସର, ଫାର୍ମାସିଷ୍ଟ ଏବଂ ଜୁନିୟର ହେଲଥ ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ ପୋଷ୍ଟ ରହିଛି । ତେବେ ସେଣ୍ଟରଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ, ପେନସନଭୋଗୀମାନେ ନିକଟସ୍ଥ ସିଜିଏଚଏସ ସହରରୁ ସୁବିଧା ପାଇପାରିବେ ଏବଂ କାର୍ଯ୍ୟରତ କର୍ମଚାରୀମାନେ ସେଣ୍ଟରାଲ ସର୍ଭିସ୍(ମେଡିକାଲ ଆଟେନଡାନ୍ସ) ନିୟମ ଅଧୀନରେ ଚିକିତ୍ସା ସୁବିଧା ପାଇବା ଜାରି ରଖିବେ।

ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଜୀବନଧାରଣକୁ ସହଜ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ କହିଛନ୍ତି ।

CGHS ଜେପି ନଡ୍ଡା ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କର୍ତ୍ତବ୍ୟ ପଥରେ ଶକ୍ତି ଓ୍ବାକ୍ ଶି ଲିଡ୍ସ ଭାରତ ପଦଯାତ୍ରା

March 8, 2026

‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

March 8, 2026

ମାନେକଶା ସେଣ୍ଟରଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

March 8, 2026
Latest News

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କର୍ତ୍ତବ୍ୟ ପଥରେ ଶକ୍ତି ଓ୍ବାକ୍ ଶି ଲିଡ୍ସ ଭାରତ ପଦଯାତ୍ରା

March 8, 2026

‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

March 8, 2026

ମାନେକଶା ସେଣ୍ଟରଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

March 8, 2026

ମଧ୍ୟ-ପୂର୍ବରେ ଯୁଦ୍ଧ: ଭାରତର ଭୂମିକା ଓ ଦୃଷ୍ଟିକୋଣ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.