Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

March 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ବର୍ତ୍ତମାନ ସମୟର ଆହ୍ୱାନ ବୋଲି ଆଜି ନୂଆଦିଲ୍ଲୀ ଠାରେ ‘ଭାରତୀ-ନାରୀ ସେ ନାରାୟଣୀ’ର ଉଦଯାପନୀ ଅଧିବେଶନ ‘କୃତି’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ରାଷ୍ଟ୍ରୀୟ ବିଦ୍ୱତ ପରିଷଦ ଏବଂ ରାଷ୍ଟ୍ର ସେବିକା ସମିତି ଦ୍ୱାରା ଆୟୋଜିତ ଦୁଇ ଦିନିଆ ମହିଳା ବିଚାରକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ମାତୃଶକ୍ତିର ଗୌରବ ଗାନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ଅଭିଭାଷଣ ରଖି କହିଛନ୍ତି ଯେ, ‘ନାରୀ ତୁ ନାରାୟଣୀ’ ଆମ ସଂସ୍କୃତି ଓ ସଭ୍ୟତାର ମୂଳ ଅବଧାରଣା। ଏହି ସମ୍ମିଳନୀ ସେହି ପବିତ୍ର ବିଚାରଧାରାର ଏକ ପ୍ରତିଫଳନ। ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୨୦୩୫ ସୁଦ୍ଧା ଭାରତକୁ ମାକାଉଲେଙ୍କ ଗୋଲାମୀ ମାନସିକତାରୁ ମୁକ୍ତ କରିବାକୁ ହେବ। ଏହି ଔପନିବେଶିକ ମାନସିକତା ଯୋଗୁଁ ସମାଜରେ ଯେଉଁ ବିଚାରଗତ ବିଭ୍ରାଟ ସୃଷ୍ଟି ହୋଇଛି, ତାହାର ସବୁଠାରୁ ଅଧିକ କ୍ଷତି ଆମର ମାତୃଶକ୍ତି ସହିଛନ୍ତି। ଆମର ମୂଳ ପରମ୍ପରାକୁ ବଦଳାଇବା ପାଇଁ ହୋଇଥିବା ପ୍ରୟାସକୁ ଏବେ ସଂସ୍କାର କରିବାର ସମୟ ଆସିଛି।

ମହିଳା ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ହୋଇଥିବା ମନ୍ଥନ ପ୍ରଶଂସନୀୟ। ବେଟି ଏବଂ ମାତୃଶକ୍ତିର ସଶକ୍ତିକରଣ ସଂକଳ୍ପକୁ ସିଦ୍ଧ କରିବା ପାଇଁ ଆମକୁ ଏକ ସମାବେଶୀ ଦୃଷ୍ଟିଭଙ୍ଗୀ ଏବଂ ସାମଗ୍ରିକ ଦୃଷ୍ଟିକୋଣ ସହ ଆଗକୁ ବଢ଼ିବାକୁ ହେବ। ଶ୍ରୀ ପ୍ରଧାନ ଏହି ଦୁଇ ଦିନିଆ ସମ୍ମିଳନୀରୁ ନିର୍ଗତ ହୋଇଥିବା ଅମୃତ ବିଚାରକୁ ଦେଶବାସୀଙ୍କ ସମ୍ମୁଖରେ ପ୍ରଖରତାର ସହ ଉପସ୍ଥାପନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଟି. ପ୍ରଧାନ, ପ୍ରତିଷ୍ଠିତ ହିନ୍ଦୁ ସନ୍ନ୍ୟାସିନୀ ତଥା ସମାଜସେବୀ ପଦ୍ମଭୂଷଣ ସାଧ୍ୱୀ ରିତାମ୍ଭରା, ବହୁ ବିଶିଷ୍ଟ ମହିଳା ବିଚାରକ ଏବଂ ଶିକ୍ଷାବିତମାନେ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟ ମହିଳା ଦିବସ ଧର୍ମେନ୍ଦ୍ର ପ୍ରଧାନ ନାରୀ ତୁ ନାରାୟଣୀ ଭାରତୀ-ନାରୀ ସେ ନାରାୟଣୀ ମାତୃଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କର୍ତ୍ତବ୍ୟ ପଥରେ ଶକ୍ତି ଓ୍ବାକ୍ ଶି ଲିଡ୍ସ ଭାରତ ପଦଯାତ୍ରା

March 8, 2026

ମାନେକଶା ସେଣ୍ଟରଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

March 8, 2026

ମଧ୍ୟ-ପୂର୍ବରେ ଯୁଦ୍ଧ: ଭାରତର ଭୂମିକା ଓ ଦୃଷ୍ଟିକୋଣ

March 8, 2026
Latest News

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କର୍ତ୍ତବ୍ୟ ପଥରେ ଶକ୍ତି ଓ୍ବାକ୍ ଶି ଲିଡ୍ସ ଭାରତ ପଦଯାତ୍ରା

March 8, 2026

‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

March 8, 2026

ମାନେକଶା ସେଣ୍ଟରଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

March 8, 2026

ମଧ୍ୟ-ପୂର୍ବରେ ଯୁଦ୍ଧ: ଭାରତର ଭୂମିକା ଓ ଦୃଷ୍ଟିକୋଣ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.