Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼: ୧୦ ଗିରଫ
ଆଜିର ଖବର

ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼: ୧୦ ଗିରଫ

March 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼: ୧୦ ଗିରଫ
ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼: ୧୦ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ସଂଘବଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୭ ତାରିଖ ଶନିବାର ବିଳମ୍ବିତ ରାତିରେ ମଙ୍ଗଳପୁର ପଞ୍ଚାୟତ ବେଲପୁଞ୍ଜି ଗ୍ରାମରେ ଚଢ଼ିଆପଲ୍ଲୀ ଢେପ ସାହିର ଗୋପାଳକୃଷ୍ଣ ସେଠୀ ଗାଁ ମୁଣ୍ଡ ଠାକୁରାଣୀ ମନ୍ଦିର ନିକଟରେ ଏକ ଶାଢ଼ୀ ପିନ୍ଧି ଫୁଲମାଳ ଗଳାଇ ଗୋଟିଏ ଖପୁରୀ ଧରି ପୂଜାର୍ଚ୍ଚନା କରୁଥିଲେ। ଗୁଣି ଗାରେଡି ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ଏ ବିଷୟରେ ପଚାରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ୨୦/୩୦ ଜଣ ଗ୍ରାମବାସୀ ମାନେ ଗୋପାଳକୃଷ୍ଣଙ୍କ ହାତ ବାନ୍ଧି ପକାଇ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ଗୋପାଳକୃଷ୍ଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହେବା ସହ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି।

ଖବରପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ପୁଅ ଜ୍ୟୋତିର୍ମୟ ସେଠୀଙ୍କ ଲିଖିତ ଅଭିଯୋଗ ଆଧାରରେ ବେଲଗୁଣ୍ଠା ଥାନା କେସ୍ ନଂ ୮୯/୨୫ ମୂଳେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬ (୨), ୧୧୫ (୨),୧୧୭/୧୦୯ (୧),୩୫୧ (୨),୧୯୧ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଆଜି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଖଲି ସ୍ୱାଇଁ, ବୈଦ୍ୟନାଥ ପ୍ରଧାନ, ସନ୍ତୋଷ ବିଶୋଇ, ବାଦଲ ବିଶୋଇ, ମରାଠି ସ୍ୱାଇଁ,ରାମ କୃଷ୍ଣ ସ୍ୱାଇଁ, ପ୍ରଦୀପ ସ୍ୱାଇଁ, ନୀଳାଞ୍ଚଳ ପ୍ରଧାନ,ଶିବରାମ ବିଶୋଇ ଏବଂ ରଞ୍ଜନ ବିଶୋଇ। ଘଟଣାସ୍ଥଳରୁ ପୋଲିସ ଦୁଇଟି ବାଉଁଶ ବାଡ଼ି ଏବଂ ଗୋଟିଏ ରଶି ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

ଗଞ୍ଜାମ ଜିଲ୍ଲା ଗୁଣି ସନ୍ଦେହ ବେଲଗୁଣ୍ଠା ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026

ଇରାନ ବିରୁଦ୍ଧରେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କଲା ତୁର୍କୀ: ମୁତୟନ କଲା ଯୁଦ୍ଧଜାହାଜ

March 9, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧି କଲେ ଏଲପିଜି ସିଲିଣ୍ଡର ପାଇଁ ବୁକିଂ ଅବଧି  

March 9, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ହେତୁ କିଛି ଟ୍ରେନ୍ ଅସ୍ଥାୟୀ ଭାବେ ବାତିଲ

March 9, 2026
Latest News

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026

ଇରାନ ବିରୁଦ୍ଧରେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କଲା ତୁର୍କୀ: ମୁତୟନ କଲା ଯୁଦ୍ଧଜାହାଜ

March 9, 2026

ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼: ୧୦ ଗିରଫ

March 9, 2026

ପଶ୍ଚିମ ଏସିଆ ସ୍ଥିତିକୁ ନେଇ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ସ୍ୱତଃପ୍ରବୃତ୍ତ ବିବୃତ୍ତି

March 9, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧି କଲେ ଏଲପିଜି ସିଲିଣ୍ଡର ପାଇଁ ବୁକିଂ ଅବଧି  

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.