Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ୧୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ, “ଆଜି କୋଲକାତାର ଏହି ଭୂମିରୁ ପଶ୍ଚିମବଙ୍ଗ ଓ ସମଗ୍ର ପୂର୍ବ ଭାରତ ପାଇଁ ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି।”

ପ୍ରଧାନମନ୍ତ୍ରୀ କହିଥିଲେ, ଏହି କାର୍ଯ୍ୟକ୍ରମରେ ରାସ୍ତା, ରେଳ ଓ ବନ୍ଦର ଭିତ୍ତିଭୂମି ସହ ସମ୍ପୃକ୍ତ ୧୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି। ସେ କହିଥିଲେ, ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗ ଓ ସମଗ୍ର ପୂର୍ବ ଭାରତକୁ ନୂତନ ଗତି ଦେବା ସହ ବାଣିଜ୍ୟ ଓ ଶିଳ୍ପକୁ ପ୍ରୋତ୍ସାହିତ କରିବ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରି ଜୀବନକୁ ସହଜ କରିବ। ପ୍ରଧାନମନ୍ତ୍ରୀ ଖଡଗପୁର–ମୋରେଗ୍ରାମ ଏକ୍ସପ୍ରେସୱେ ସମାପ୍ତି ଦ୍ୱାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି କହିଥିଲେ।

ସେ ଏହାସହ ଦୁବରାଜପୁର ବାଇପାସ୍ ଏବଂ କଂସାବତୀ ନଦୀ ଓ ଶିଳାବତୀ ନଦୀ ଉପରେ ନିର୍ମିତ ପ୍ରମୁଖ ସେତୁଗୁଡ଼ିକ ସଂଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ଉଲ୍ଲେଖ କରିଥିଲେ। ଶେଷରେ ସେ ପଶ୍ଚିମବଙ୍ଗ ଓ ପୂର୍ବ ଭାରତର ଲୋକମାନଙ୍କୁ ଏହି ପରିବର୍ତ୍ତନକାରୀ ପ୍ରକଳ୍ପ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଭାରତୀୟ ରେଳବାଇକୁ ଆଧୁନିକୀକରଣ କରିବା ପାଇଁ ସାରା ଦେଶରେ ଏକ ଜୋରଦାର ଅଭିଯାନ ଚାଲିଛି ଏବଂ ପଶ୍ଚିମବଙ୍ଗ ଏହି ମିଶନରେ ଯେପରି ପଛରେ ନ ରହେ, ସେଥିପାଇଁ ସରକାରଙ୍କର ଦୃଢ଼ ସଂକଳ୍ପ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ରେଳବାଇ ଭିତ୍ତିଭୂମିକୁ ଦ୍ରୁତ ଗତିରେ ବିସ୍ତାର କରୁଛନ୍ତି। ଏହି ଅବସରରେ, କଲାଇକୁଣ୍ଡା – କାନିମହୁଲି ସେକ୍ସନରେ ସ୍ୱୟଂଚାଳିତ ବ୍ଲକ ସିଗନାଲିଂ ସିଷ୍ଟମକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। “ଏହି ପଦକ୍ଷେପଗୁଡ଼ିକ ବ୍ୟସ୍ତବହୁଳ ରେଳ ରୁଟର କ୍ଷମତା ବୃଦ୍ଧି କରିବ, ଯାତ୍ରାକୁ ସୁରକ୍ଷିତ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ଗତି ଏବଂ ସୁବିଧା ମଧ୍ୟ ବୃଦ୍ଧି କରିବ”।

ପ୍ରଧାନମନ୍ତ୍ରୀ ଛଅଟି ଷ୍ଟେସନ, କାମାକ୍ଷାଗୁଡ଼ି , ଅନରା, ତାମଲୁକ, ହଳଦିଆ, ବାରଭୂମ ଏବଂ ସିଉରିକୁ ଅମୃତ ଭାରତ ଷ୍ଟେସନ ଭାବରେ ଉଦଘାଟନ କରିବା ସମ୍ପର୍କରେ ଘୋଷଣା କରିଥିଲେ। ବଙ୍ଗଳାର ମହାନ ସଂସ୍କୃତି ଏବେ ଏହି ଷ୍ଟେସନଗୁଡ଼ିକରେ ଆହୁରି ଉଜ୍ଜ୍ୱଳ ଭାବରେ ଝଲସୁଛି ଏବଂ ଆହୁରି ଅନେକ ଷ୍ଟେସନର ପୁନଃବିକଶିତ ହେଉଛି।

ପୁରୁଲିଆ ଏବଂ ଆନନ୍ଦ ବିହାର ଟର୍ମିନାଲ ମଧ୍ୟରେ ଏକ ନୂତନ ଏକ୍ସପ୍ରେସ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।। “ଏହି ଟ୍ରେନ ସେବା କେବଳ ପଶ୍ଚିମବଙ୍ଗର ଲୋକଙ୍କୁ ନୁହେଁ ବରଂ ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀର ଲୋକଙ୍କୁ ମଧ୍ୟ ଲାଭ ଦେବ “।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଆର୍ଥିକ ପ୍ରଗତିକୁ ଆଗେଇ ନେବାରେ ସଡ଼କ ଏବଂ ରେଳ ସଂଯୋଗୀକରଣ ଭଳି ବନ୍ଦର ଏବଂ ଜଳ ପରିବହନ ବ୍ୟବସ୍ଥା ସମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଅନେକ ଦଶନ୍ଧି ଧରି ପୂର୍ବ ଭାରତର ଏହି ବିଶାଳ ସମ୍ଭାବନାକୁ ମୁଖ୍ୟତଃ ଅବହେଳିତ କରାଯାଇଥିଲା, କିନ୍ତୁ ଆଜି ଜଳପଥ ବାଣିଜ୍ୟ ଏବଂ ଶିଳ୍ପ ପ୍ରଗତି ପାଇଁ ନୂତନ ରାସ୍ତା ଖୋଲିବାରେ ଲାଗିଛି। ଏହି ଦିଗରେ, ପ୍ରମୁଖ ବନ୍ଦର ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି। କୋଲକାତା ଏବଂ ହଳଦିଆ ବନ୍ଦର ଦୀର୍ଘ ଦିନ ଧରି ପୂର୍ବ ଭାରତରେ ବାଣିଜ୍ୟର ପ୍ରମୁଖ କେନ୍ଦ୍ର ହୋଇ ରହିଆସିଛି, ଏବଂ ହଳଦିଆ ଡକ୍ କମ୍ପ୍ଲେକ୍ସର ଯାନ୍ତ୍ରିକୀକରଣ ମାଲ୍ ପରିବହନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ, ବନ୍ଦର କ୍ଷମତା ବୃଦ୍ଧି କରିବ ଏବଂ ବାଣିଜ୍ୟ ପାଇଁ ନୂତନ ସୁବିଧା ପ୍ରଦାନ କରିବ।

ଏହା ସହିତ, କୋଲକାତା ଡକ୍ ସିଷ୍ଟମରେ ବାସ୍କ୍ୟୁଲ୍ ସେତୁର ନବୀକରଣ ଏବଂ କିଦରପୋର୍ ଡକ୍ ରେ କାର୍ଗୋ ପରିଚାଳନା କ୍ଷମତା ମଧ୍ୟ ବୃଦ୍ଧି କରାଯାଉଛି। “ଏହି ସମସ୍ତ ପ୍ରକଳ୍ପ ପୂର୍ବ ଭାରତର ଲଜିଷ୍ଟିକ୍ସ ସିଷ୍ଟମକୁ ଆହୁରି ମଜବୁତ କରିବ”।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, ରାସ୍ତା, ରେଳ ଏବଂ ବନ୍ଦର ସହିତ ଜଡିତ ନୂତନ ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗ ପାଇଁ ଏକ ଆଧୁନିକ ଭବିଷ୍ୟତ ଲାଗି ପଥ ପ୍ରଶସ୍ତ କରୁଛି। ଏହି ପ୍ରକଳ୍ପଗୁଡ଼ିକର ଲାଭ କୃଷକ, ବ୍ୟବସାୟୀ, ଉଦ୍ୟୋଗୀ, ଛାତ୍ର ଏବଂ ସମାଜର ପ୍ରତ୍ୟେକ ବର୍ଗ ପାଖରେ ପହଞ୍ଚିବ। ପର୍ଯ୍ୟଟନ ଭଳି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ ଏବଂ ସ୍ଥାନୀୟ ଶିଳ୍ପ ଏବଂ ସେବା ନୂତନ ଗତି ପାଇବ। ପ୍ରଧାନମନ୍ତ୍ରୀ ଭାରତକୁ ମାର୍ଗ ଦର୍ଶନ କରାଇବା କ୍ଷେତ୍ରରେ ବଙ୍ଗର ଐତିହାସିକ ଭୂମିକାକୁ ମନେ ପକାଇଥିଲେ। ଦୃଢ଼ ସଂଯୋଗୀକରଣ ଏବଂ ଆଧୁନିକ ଭିତ୍ତିଭୂମି ଏକ ବିକଶିତ ବଙ୍ଗର ମୂଳଦୁଆ ଗଠନ କରିବ ବୋଲି ଦୃଢ଼ ବିଶ୍ୱାସ ପ୍ରକାଶ କରିଥିଲେ। ଯେପରି ସର୍ବଦା ଭାରତକୁ ମାର୍ଗ ପ୍ରଦର୍ଶନ କରିଆସିଥିବା ବଙ୍ଗ ପୁଣି ଥରେ ‘ବିକଶିତ ବଙ୍ଗ’ ହୋଇ ସେହି ଗୌରବ ହାସଲ କରିବ “, ତାହା ହେଉଛି ଆମର ସଂକଳ୍ପ ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ।

ଉନ୍ନୟନମୂଳକ ପ୍ରକଳ୍ପ କୋଲକାତା ନରେନ୍ଦ୍ର ମୋଦୀ ଶିଳାନ୍ୟାସ ଏବଂ ଉଦଘାଟନ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ସିଲଚରରେ ୨୩୫୫୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 14, 2026
Latest News

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.