Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆଜି ମିଳିତ ଭାବେ ୩ ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ ଭାରତ ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ରେ ମିଳିତ ଭାବେ ତିନୋଟି ଭାରତ ଦ୍ବାରା ସହାୟତା କରାଯାଇଥିବା ବିକାଶ ପ୍ରକଳ୍ପର ଉଦଘାଟନ କରିବେ। ଏହି ତିନୋଟି ପ୍ରକଳ୍ପ ହେଉଛିଆଖାଉରା – ଅଗରତାଲା ସୀମାପାର ରେଳ ସଂଯୋଗ; ଖୁଲନା – ମୋଙ୍ଗଲା ବନ୍ଦରରେଳ ଲାଇନ; ଏବଂ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟର ୟୁନିଟ୍ – ୨।

ବାଂଲାଦେଶକୁ ଦିଆଯାଇଥିବା ୩୯୨.୫୨ କୋଟି ଟଙ୍କାର ଅନୁଦାନ ସହାୟତାଅଧୀନରେ ଆଖାଉରା-ଅଗରତାଲା ସୀମାପାର ରେଳ ସଂଯୋଗ ପ୍ରକଳ୍ପ କାର୍ଯ୍ୟକାରୀହୋଇଛି। ବାଂଲାଦେଶରେ ୬.୭୮ କିଲୋମିଟର ଡୁଆଲ ଗେଜ୍ ରେଳ ଲାଇନ ସହଏହି ରେଳ ସଂଯୋଗର ଦୈର୍ଘ୍ୟ ୧୨.୨୪ କିଲୋମିଟର ଏବଂ ତ୍ରିପୁରାରେ ୫.୪୬କିଲୋମିଟର ରହିଛି।

ଖୁଲନା-ମୋଙ୍ଗଲା ବନ୍ଦର ରେଳ ଲାଇନ ପ୍ରକଳ୍ପ ଭାରତ ସରକାରଙ୍କ ରିହାତି ଋଣଅଧୀନରେ କାର୍ଯ୍ୟକାରୀ କରାଯାଇଛି ଯାହାର ମୋଟ ପ୍ରକଳ୍ପ ମୂଲ୍ୟ ୩୮୮.୯୨ ନିୟୁତଆମେରିକୀୟ ଡଲାର। ଏହି ପ୍ରକଳ୍ପ ରେ ମୋଙ୍ଗଲା ବନ୍ଦର ଏବଂ ଖୁଲନାରେବର୍ତ୍ତମାନର ରେଳ ନେଟୱାର୍କ ମଧ୍ୟରେ ପ୍ରାୟ ୬୫ କିଲୋମିଟର ବ୍ରଡ ଗେଜ୍ ରେଳ ପଥନିର୍ମାଣ କରାଯିବ। ଏହା ଦ୍ୱାରା ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବନ୍ଦର ମୋଙ୍ଗଲାବ୍ରଡଗେଜ୍ ରେଳ ନେଟୱାର୍କ ସହ ସଂଯୋଗ ହୋଇଛି।

ଭାରତୀୟ ରିହାତି ଆର୍ଥିକ ଯୋଜନା ଋଣ ଅଧୀନରେ ମୈତ୍ରୀ ସୁପର ଥର୍ମାଲ ପାୱାରପ୍ରୋଜେକ୍ଟ ହେଉଛି ବାଂଲାଦେଶର ଖୁଲନା ଡିଭିଜନର ରାମପାଲଠାରେ ଅବସ୍ଥିତ୧୩୨୦ ମେଗାୱାଟ (୨×୬୬୦) ସୁପର ଥର୍ମାଲ ପାୱାର ପ୍ଲାଣ୍ଟ (ଏମଏସଟିପିପି)। ବାଂଲାଦେଶ-ଇଣ୍ଡିଆ ଫ୍ରେଣ୍ଡସିପ୍ ପାୱାର କମ୍ପାନି (ପ୍ରାଇଭେଟ୍) ଲିମିଟେଡ୍ (ବିଆଇଏଫପିସିଏଲ୍) ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି, ଯାହା ଭାରତରଏନଟିପିସି ଲିମିଟେଡ୍ ଏବଂ ବାଂଲାଦେଶ ପାୱାର ଡେଭଲପମେଣ୍ଟ ବୋର୍ଡ (ବିପିଡିବି) ର ୫୦:୫୦ ଯୁଗ୍ମ ଉଦ୍ୟୋଗ କମ୍ପାନୀ ଅଟେ। ସେପ୍ଟେମ୍ବର ୨୦୨୨ରେଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟର ୟୁନିଟ ୧କୁ ଉନ୍ମୋଚନ କରିଥିଲେ ଏବଂ ୧ ନଭେମ୍ବର ୨୦୨୩ରେ ୟୁନିଟ୍ ୨ ଉଦଘାଟିତ ହେବ। ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଦ୍ୱାରା ବାଂଲାଦେଶରେ ଶକ୍ତିସୁରକ୍ଷା ବୃଦ୍ଧି ପାଇବ।

ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳରେ ଯୋଗାଯୋଗ ଏବଂ ଶକ୍ତି ନିରାପତ୍ତାକୁ ସୁଦୃଢ଼କରିବ।

Categories
ଆଞ୍ଚଳିକ

ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିବା ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି।

ଆସିକା ବ୍ଲକ ବାବନପୁର ଗ୍ରାମରେ ସରପଚଂ ସଞ୍ଜୟ କୁମାର ନାୟକ ଓ ସମିତିସଭ୍ୟ ସନ୍ତୋଷ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟିକା ମଞ୍ଜୁଳା ସ୍ୱାଇଁ ବାବନପୁର ଗୋଟିଏ ପଚାଂୟତ ଏବଂ ଗୋଟିଏ ଗ୍ରାମ ରେ ପ୍ରଥମେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଦଣ୍ଡକାଳୀ ମନ୍ଦିରର ମୁଖଶାଳାକୁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ।

ଏହାପରେ ରଘୁନାଥ ମନ୍ଦିର ଷ୍ଟୋର ରୁମର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଯାହାର ବ୍ୟୟ ଅଟକଳ ୪ ଲକ୍ଷ ୫୦ ହଜାର ଟଙ୍କା ରହିଛି। ସେହିଭଳି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପନ୍ଦରା କଲୋନୀ ରାସ୍ତାର ଭିତିପ୍ରସ୍ଥର ସ୍ଥାପନା, ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୁମ୍ଭାର ସମାଜ କୋଠଘର ସମ୍ପ୍ରସାରଣର ଭିତିପ୍ରସ୍ଥର ସ୍ଥାପନ, ଲକ୍ଷ୍ମୀ ମନ୍ଦିର ନିର୍ମାଣ ଓ ସୈାନ୍ଦର୍ଯ୍ୟକରଣ ପାଇଁ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ, ସ୍ୱର୍ଗତ ଲଡୁକିଶୋର ସ୍ୱାଇଁଙ୍କ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋଠ ଘର ନିର୍ମାଣ, ଗଣେଶ ମନ୍ଦିର ନିର୍ମାଣ ଓ ସମ୍ପ୍ରସାରଣର ଭିତିପ୍ରସ୍ଥର ସ୍ଥାପନ ପାଇଁ ୩ ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବଜାର ଗୃହ ନିର୍ମାଣର ଭିତିପ୍ରସ୍ଥର ସ୍ଥାପନ ଆଦି ବିଧାୟିକା ମଞ୍ଜୁଳା ସ୍ୱାଇଁ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆସିକା ବ୍ଲକ ବିଜେଡି ସଭାପତି ରାଜେଶ କୁମାର ପଟ୍ଟନାୟକ, ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହକ, ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ଗଞ୍ଜାମ ଜୋନ ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହି, ବିଜେଡି ନେତା ଅଭିମନ୍ୟୁ ନାହକ, ଆସିକା ବ୍ଲକ ଉପାଧ୍ୟକ୍ଷା ରେଶମା ଦୋରା, ଆସିକା ଏନଏସି ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ, ହରିଡାପଦର ସରପଚଂ ଜୟନ୍ତି ବେହେରା, ଦୈାତାରୀ ବେହେରା, ସରପଚଂ ଜୟସେନ ସ୍ୱାଇଁ, ଦୁର୍ଗା ବେହେରା, ପୂର୍ବତନ ସରପଚଂ ବିଜୟ ନାହକ, ପୁର୍ବତନ ସରପଚଂ ନାଗାର୍ଜୁନ ବିଷୋୟୀ, ପୂର୍ବତନ ସରପଚଂ ଟୁଲୁ ଜେନା, ସନ୍ତୋଷ ସ୍ୱାଇଁ, ଜିଲ୍ଲାପରିଷଦ ବି.ମନୋଜ କୁମାର ଦୋରା, ମଙ୍ଗଳପୁର ସରପଚଂ ଦେବରାଜ ନାହକ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ବିଜେଡି ନେତା ଏବଂ କର୍ମୀ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗ୍ରାମ ପରିକ୍ରମା କରିଥିଲେ। ବାବନପୁର ଗ୍ରାମରେ ବିରାଟ ପଟୁଆର ବେଳେ ବିଭିନ୍ନ ସ୍ଥାନରେ ବିଧାୟିକାଙ୍କୁ ସ୍ୱଂୟ ସହାୟକ ଗୋଷ୍ଠି ପକ୍ଷରୁ ବନ୍ଦାପନା କରି ହୁଳହୁଳିରେ ସ୍ୱାଗତ କରିଥିଲେ।

Categories
ବିଶେଷ ଖବର

୫-ଟି ସଚିବଙ୍କ ରାୟଗଡା ଗସ୍ତ: ଆମ ହସ୍ପିଟାଲ ଯୋଜନାରେ ବିକଶିତ ହେବ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ରାୟଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନେଇଛନ୍ତି ।

୫-ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ ରାୟଗଡାସ୍ଥିତ ନବନିର୍ମିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିଦର୍ଶନ କରି ଥିଲେ. ସେଠାରେ ସେ ଜିଲ୍ଲାର ବିଭିନ୍ନ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରି ୫-ଟି ଉପକ୍ରମରେ ଶିକ୍ଷାର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରେଣୀଗୃହ ଶିକ୍ଷାର ଗୁରୁତ୍ୱ, ଶିକ୍ଷାର ଗୁଣାତ୍ମକମାନ ଆଦି ବିଭିନ୍ନ ବିଷୟରେ ପିଲାମାନଙ୍କ ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରିଥିଲେ। କଠିନ ପରିଶ୍ରମର ବିକଳ୍ପ ନାହିଁ ବୋଲି ମତ ଦେଇ ପିଲାମାନଙ୍କୁ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା ଜରିଆରେ ନିଜର ଉନ୍ନତିକରି ନିଜ ପରିବାର ଓ ଦେଶ ପାଇଁ ସୁନାମ ଆଣିବାକୁ ସେ ଆହ୍ୱାନ ଦେଇଥିଲେ। ଜିଲ୍ଲାର ସବୁ ସ୍କୁଲ ଓ କଲେଜର ଭିତ୍ତିଭୂମି ସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ସ୍କୁଲ କଲେଜଗୁଡିକର ଭିତ୍ତିଭୂମିର ଉନ୍ନତିପାଇଁ ୧୪.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ୫-ଟି ସଚିବ କହିଥିଲେ।

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ ସେ ରୋଗୀ, ଡାକ୍ତର ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ଆମ ହସ୍ପିଟାଲ ଯୋଜନାରେ ହସ୍ପିଟାଲର ଉନ୍ନତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ରୁ ଆଜି ପର୍ଯ୍ୟନ୍ତ ରାୟଗଡା ଜିଲ୍ଲା ହସ୍ପିଟାଲ କାୟାକଳ୍ପ ପୁରସ୍କାର ପାଇ ଆସୁଥିବାରୁ ତଥା ଶିଶୁରୋଗରେ ଉଭୟ ଅନ୍ତଃବିଭାଗ ଓ ବର୍ହିଃବିଭାଗ ଚିକିତ୍ସାରେ ମୁସ୍କାନ ପ୍ରମାଣପତ୍ର ପାଇଥିବାରୁ ସେ ଜିଲ୍ଲାର ମେଡିକାଲ ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ। ହସ୍ପିଟାଲରେ ନିୟୋଜିତ ଥିବା ମା ମଙ୍ଗଳା ମିଶନ ଶକ୍ତି ଗୋଷ୍ଠୀ ସଦସ୍ୟାମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ କାମର ସମୀକ୍ଷା କରିଥିଲେ। ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣାତ୍ମକ ମାନର ଉଚ୍ଚ ପ୍ରଶଂସା କରିଥିଲେ। ରୋଗୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟ, ପରିସ୍କାର ପରିଛନ୍ନତା, ସ୍ୱଚ୍ଛ ପାନୀୟ ଜଳ ତଥା ଅନ୍ୟାନ୍ୟ ସେବାର ଗୁଣାତ୍ମକ ମାନ ଯେପରି ସବୁ ବେଳେ ଉଚ୍ଚ ସ୍ତରରେ ରହିବ ସେଥିପାଇଁ ସେ ମିଶନ ଶକ୍ତିର ସଦସ୍ୟାମାନଙ୍କୁ ଉତ୍ସାହିତ କରିବା ସହିତ ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ରାୟଗଡାରେ ନିର୍ମାଣାଧିନ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରି ଏହାର କାମକୁ ତ୍ୱରାନ୍ୱିତ କରିବା ସହିତ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ କ୍ରୀଡାବିତମାନଙ୍କ ସହିତ ଆଲୋଚନା କରିଥିଲେ। ଦେଶ ଓ ରାଜ୍ୟ ପାଇଁ ସୁନାମ ଆଣିବାକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର କ୍ରୀଡାବିତମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।

ପରିଶେଷରେ ସେ ମା ମଝିଆଘରଣୀ ମନ୍ଦିର ପରିଦର୍ଶନକରି ସେଠାରେ ସେ ମା’ଙ୍କୁ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର କମିଟି ସଦସ୍ୟମାନଙ୍କ ସହିତ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ରିପୋର୍ଟ ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Categories
ବିଶେଷ ଖବର

ମାଲକାନଗିରିରେ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇ ନେବ।

ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ମାଲକାନଗିରି ସବୁବେଳେ ମୋ ପାଇଁ ସ୍ବତନ୍ତ୍ର ହୋଇ ରହିଛି। ମାଲକାନଗିରିର ବିକାଶ କାମ ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ। ମୋର ପୂର୍ଣ୍ଣ ବିଶ୍ବାସ, ମାଲକାନଗିରି ପରିଚୟ ଆଗକୁ ଆହୁରି ଉଜ୍ଜଳ ହେବ। ରାଜ୍ୟର ଏକ ଆଗୁଆ ଜିଲ୍ଲା ଭାବରେ ବିକାଶ ମାନଚିତ୍ରରେ ମାଲକାନଗିରି ନିଜର ସ୍ଥିତିକୁ ଆହୁରି ଦୃଢ କରିବ।’

ଆଜି ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି – ଅନ୍ବେଷା କାର୍ଯ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଜାତି ପିଲାମାନଙ୍କ ପାଇଁ ଦୁଇଟି ହଷ୍ଟେଲ। ଏଥିରେ ୬୦୦ ପୁଅ ଓ ୬୦୦ ଝିଅ ରହିବପାଇଁ ବ୍ୟବସ୍ଥା କରାଯାଇଛି। ମୋଟୁ ଟ୍ରାଇ ଜଙ୍କସନ୍ଠାରେ ବିଜୁ ପଟ୍ଟନାୟକ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ। ଏହା ଜିଲ୍ଲା ସହିତ ଛତିଶଗଡ ଓ ଅନ୍ଧ୍ରପ୍ରଦେଶକୁ ଗମନାଗମନ ସୁଗମ କରିଛି। ଏହାସହିତ ମାଲକାନଗିରି ବଣ୍ଡା ଅଞ୍ଚଳକୁ ଯୋଡୁଥିବା ଏକ ଉଚ୍ଚସ୍ତରୀୟ ସେତୁ ଓ ବାଲିମେଳା ଠାରେ ତମସା ନଦୀ ଉପରେ ବିଜୁ ସେତୁ, କ୍ରୀଡାର ବିକାଶ ପାଇଁ ଏକ ଜୁଡୋ ଏକାଡେମୀ ଓ ପିଲାମାନଙ୍କ ପାଇଁ ଏକ ସ୍ବଧାର ଗୃହ।

ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମାଲକାନଗିରିବାସୀ ଆଜି ବିକାଶ ସହ ଯୋଡି ହୋଇ ରହିଛନ୍ତି। ବିକାଶ କାମରେ ଆପଣମାନଙ୍କ ସହଯୋଗ ସବୁବେଳେ ଆମକୁ ଉତ୍ସାହିତ କରି ଆସିଛି। ଜିଲ୍ଲାରେ ଶିକ୍ଷା ଓ ସଚେତନତା ପ୍ରସାର ଘଟିଛି। ଯୋଗାଯୋଗରେ ଉନ୍ନତି ଆସିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣ ଯୋଜନାର ସୁଯୋଗ ଆପଣମାନେ ନେଉଥିବା ଖୁସିର କଥା। ମାଲକାନଗିରିର ସଫଳ ଚାଷୀ, ମିଶନଶକ୍ତିର ମା ମାନେ, ଛାତ୍ରଛାତ୍ରୀ, ଯୁବବର୍ଗ – ଏ ସମସ୍ତଙ୍କ ସଫଳତା ଆଜି ଜିଲ୍ଲା ପାଇଁ ନୂଆ ପରିଚୟ ଆଣିଛି ବୋଲି ସେ କହିଥିଲେ।

ବଣ୍ଡା ଘାଟିର ଝିଅ କରମା ମୁଦୁଲି ଭୁବନେଶ୍ବରର ସବୁଠାରୁ ଭଲ ସରକାରୀ ମହିଳା ୟୁନିଭରସିଟିରେ ପାଠ ପଢୁଥିବାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ସୁଯୋଗ ଆଣିଥାଏ ଓ ଶିକ୍ଷା ହିଁ ଏ ରୂପାନ୍ତର ଆଣିଛି। ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗଲୁ ପ୍ରମୁଖ ବକ୍ତବ୍ୟ ରଖି ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ପୌରପରିଷଦ ଓ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ରମେଶ ମହାନ୍ତି
ଜଗତସିଂହପୁର: ସ୍ୱାଧୀନତା ଦିବସ ଅବସରରେ ଆଜି ଜଗତସିଂହପୁର ପୌରପରିଷଦ ଓ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି।

ଏହି ଉତ୍ସବରେ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇଥିଲେ। ସମୁଦାୟ ୧୧ଟି ପ୍ରକଳ୍ପ ମଧ୍ୟରୁ ୬ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜଗତସିଂହପୁର ପୌରପରିଷଦର ବଙ୍ଗଳା ଛକଠାରୁ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚଲାପଥ ଓ ସୌନ୍ଦର୍ଯ୍ୟକରଣ, ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସେଲ୍ କାଉଣ୍ଟର ଅଳକା, ଜିଲ୍ଲା ପ୍ରାଣୀଚିକିତ୍ସା କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ତାଲିମ୍ କେନ୍ଦ୍ର, ହାଟପୋଲ ଠାରୁ ଅନୁକୂଳଚନ୍ଦ୍ର ଆଶ୍ରମ ପର୍ଯ୍ୟନ୍ତ ମାଛଗାଁ କେନାଲ ରାସ୍ତା ପ୍ରଶସ୍ତିକରଣ, ମୃତିକା ସଂରକ୍ଷଣ ଓ ବୃକ୍ଷରୋପଣ, ନୂଆପଡ଼ା ସାଁପୁର ଠାରେ ନୂତନ ଭାବେ ନିର୍ମିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଶୁଭ ଉଦଘାଟନ ସହିତ ବାଗସାହି ଟାଉନହଲ୍ ନିକଟ ଜାଭିୟର୍ ସ୍କୁଲ୍ ନିକଟରେ ଭେଣ୍ଡିଂ ଜୋନ୍, ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ତିନିମହଲା ବିଶିଷ୍ଟ ୬ଟି ଇ-ଟାଇପ୍ ଷ୍ଟାଫ୍ କ୍ୱାଟର୍, ପୌରପରିଷଦ ୱାର୍ଡ଼ ନଂ ୧୦ ହରିହରପୁର ଠାରେ ମିସନଶକ୍ତି ଗୃହ, ମାଛଗାଁ ମୁଖ୍ୟ କେନାଲ ବାମପଟ ବନ୍ଧ ଉନ୍ନତିକରଣ ଓଡିଶ ଠାରୁ କାଳିଆବୋରା ପର୍ଯ୍ୟନ୍ତ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ରାଜସ୍ବ କର୍ମଚାରୀଙ୍କ ନିମନ୍ତେ ଜଗତସିଂହପୁର ତହସିଲ୍ ନିକଟରେ ୧୨ଟି ଇ-ଟାଇପ୍ କ୍ୱାଟର୍ ନବନିର୍ମିତ ଗୃହର ଶୁଭ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବୀର କିଶୋର ପରିଡା, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ରାଜକିଶୋର ଦାସ, ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀ, ରାସ୍ତା ଓ କୋଠାବାଡ଼ି ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସ, ଡେପୁଟି ସିଇଓ ଓରମାସ ସତ୍ୟସୁନ୍ଦର ଶିବରାମ ପାଇଟାଲ, ଡିଡିଏମ୍ ନାବାର୍ଡ ବିଶ୍ୱ ଭୂଷଣ ମହାନ୍ତିଙ୍କ ସମେତ ସହରର ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

ଏଥିସହିତ ୭୫ତମ ସ୍ୱାଧୀନତା ଦିବସ ଅବସରରେ ପୌର କର୍ମଚାରୀଙ୍କ ଦ୍ବାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଉଦଘାଟନ କରାଯିବା ସହିତ ଏହି ରକ୍ତଦାନ ଶିବିରରେ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ପୌର ଚିକିତ୍ସକ ଡଃ ସରୋଜ କୁମାର ଷଡଙ୍ଗୀଙ୍କ ସମେତ କର୍ମଚାରୀ ମାନେ ରକ୍ତଦାନ କରିଥିଲେ।