Close Menu
The Samikhsya OdiaThe Samikhsya Odia
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The Samikhsya OdiaThe Samikhsya Odia
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The Samikhsya OdiaThe Samikhsya Odia
    Home»ଆଜିର ଖବର»ଆଇନ ମନ୍ତ୍ରୀଙ୍କ ଦ୍ବାରା ଚ଼ିଲିକାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
    ଆଜିର ଖବର

    ଆଇନ ମନ୍ତ୍ରୀଙ୍କ ଦ୍ବାରା ଚ଼ିଲିକାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

    April 26, 2025No Comments1 Min Read
    Share Facebook Twitter LinkedIn Email WhatsApp Copy Link

    ଖୋର୍ଦ୍ଧା/ବାଲୁଗାଁ/ବାଣପୁର: ଆଜି ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ନିଜ ନିର୍ବାଚ଼ନ ମଣ୍ଡଳୀ‌‌କୁ ଚିଲିକା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫୧୭.୨୬ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ “ହଜ‌ ଠାରୁ ଦୀନବନ୍ଧୁପୁର ଭାୟା କାଲୁନିଆରୀ ଓ ଗମେଇ ରାସ୍ତା ନିର୍ମାଣ କାର୍ଯ୍ୟ,୫୧୩.୧୮ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ପଣସଡ଼ିହ (ଶାଳିଆ ଡ଼୍ୟାମ) ଠାରୁ ନୀଳାଦ୍ରିପ୍ରସାଦ ଭାୟା ବରକୋଳି ରାସ୍ତା ନିର୍ମାଣ କାର୍ଯ୍ୟ, ୬୮୮.୭୨ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନୀଳାଦ୍ରିପ୍ରସାଦ ଠାରୁ ପଣସଡ଼ିହ ଭାୟା ବରକୋଳି ରାସ୍ତାର ୧୦.୨୦ କି.ମି. ଠାରେ ଶାଳିଆ ୱାଟର ଚ଼ାନେଲ ଉପରେ ସୁ ଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ,୩୧୫.୨୮ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଏନଚ୍ -୫ ଠାରୁ ରାହାଣବେଳି ରାସ୍ତାର‌ ଉନ୍ନତିକରଣ କାର୍ଯ୍ୟ ଓ ପୂର୍ତ୍ତ ବିଭାଗ ପକ୍ଷରୁ ୧୪.୭୮ କୋଟି ଟଙ୍କା‌ ଅଟକଳ ବ୍ୟୟରେ ସୁନାଖଳା ଠାରୁ ଆୟତପୁର ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

    ଏହି ପ୍ରକଳ୍ପ ଗୁଡ଼ିକ ହେବା ଦ୍ୱାରା ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ର ବିଭିନ୍ନ ଗ୍ରାମର ଗ୍ରାମବାସୀମାନେ ଉପକୃତ ହେବା ସହ ଗମନାଗମନ କ୍ଷେତ୍ରରେ ସୁଦୃଢ଼ ହୋଇପାରିବ।ଏହି କାର୍ଯ୍ୟକ୍ରମ ଅବସରରେ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ,ସମାଜସେବୀ ଦୁଷ୍ମନ୍ତ ହରିଚନ୍ଦନ,ବାଣପୁର ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ମାଧବ ପ୍ରଧାନ,୧୪ ନଂ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତପନ ପ୍ରଧାନ,କୁଲେଇ‌ ଗ୍ରା:ପ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ବେହେରା, ନୀଳାଦ୍ରିପ୍ରସାଦ ସରପଞ୍ଚ ଉମାକାନ୍ତ ସାହୁ, ଭେଟେଶ୍ବର ସରପଞ୍ଚ ସାବିତ୍ରୀ ଭୋଳ,ସଂଗଠକ ଜିତେନ୍ଦ୍ର ଭୋଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

    ଉନ୍ନୟନମୂଳକ ପ୍ରକଳ୍ପ ଚିଲିକା ପୃଥ୍ୱୀରାଜ ହରିଚନ୍ଦନ ଭିତ୍ତିପ୍ରସ୍ତର ସ୍ଥାପନ
    Share. Facebook Twitter LinkedIn Email WhatsApp Copy Link

    Related Posts

    ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଜନ ସମ୍ପର୍କ ଦିବସ ୨୦୨୫ ପାଳିତ

    July 17, 2025

    ଛାତ୍ରୀ ମୃତ୍ୟୁ ଘଟଣାରେ ଦୋଷୀମାନଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ଭୁବନେଶ୍ଵର ସାଂସଦ ଅପରାଜିତା

    July 17, 2025

    ଭୁବନେଶ୍ୱରରେ ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ଉପରେ ଜାତୀୟ ସମ୍ମିଳନୀ ଉଦଘାଟିତ

    July 17, 2025

    ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲା ସି.ପି.ଆଇ(ଏମ୍ ଏଲ୍)

    July 17, 2025
    Latest News

    ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଜନ ସମ୍ପର୍କ ଦିବସ ୨୦୨୫ ପାଳିତ

    July 17, 2025

    ଛାତ୍ରୀ ମୃତ୍ୟୁ ଘଟଣାରେ ଦୋଷୀମାନଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ଭୁବନେଶ୍ଵର ସାଂସଦ ଅପରାଜିତା

    July 17, 2025

    ଭୁବନେଶ୍ୱରରେ ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ଉପରେ ଜାତୀୟ ସମ୍ମିଳନୀ ଉଦଘାଟିତ

    July 17, 2025

    ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲା ସି.ପି.ଆଇ(ଏମ୍ ଏଲ୍)

    July 17, 2025

    ଭାରତ ପାଇଁ ଗୌରବ ଆଣିଲେ ପ୍ରଜ୍ଞାନାନନ୍ଦ: ବିଶ୍ୱ ନମ୍ବର-୧ ଚେସ ଖେଳାଳିଙ୍କୁ ପରାସ୍ତ କରି ରଚିଲେ ଇତିହାସ

    July 17, 2025
    Load More
    The Samikhsya Odia
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2025 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.