Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଜି ମିଳିତ ଭାବେ ୩ ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ ଭାରତ ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ 
ଅନ୍ତରାଷ୍ଟ୍ରୀୟ

ଆଜି ମିଳିତ ଭାବେ ୩ ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ ଭାରତ ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ 

November 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ରେ ମିଳିତ ଭାବେ ତିନୋଟି ଭାରତ ଦ୍ବାରା ସହାୟତା କରାଯାଇଥିବା ବିକାଶ ପ୍ରକଳ୍ପର ଉଦଘାଟନ କରିବେ। ଏହି ତିନୋଟି ପ୍ରକଳ୍ପ ହେଉଛିଆଖାଉରା – ଅଗରତାଲା ସୀମାପାର ରେଳ ସଂଯୋଗ; ଖୁଲନା – ମୋଙ୍ଗଲା ବନ୍ଦରରେଳ ଲାଇନ; ଏବଂ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟର ୟୁନିଟ୍ – ୨।

ବାଂଲାଦେଶକୁ ଦିଆଯାଇଥିବା ୩୯୨.୫୨ କୋଟି ଟଙ୍କାର ଅନୁଦାନ ସହାୟତାଅଧୀନରେ ଆଖାଉରା-ଅଗରତାଲା ସୀମାପାର ରେଳ ସଂଯୋଗ ପ୍ରକଳ୍ପ କାର୍ଯ୍ୟକାରୀହୋଇଛି। ବାଂଲାଦେଶରେ ୬.୭୮ କିଲୋମିଟର ଡୁଆଲ ଗେଜ୍ ରେଳ ଲାଇନ ସହଏହି ରେଳ ସଂଯୋଗର ଦୈର୍ଘ୍ୟ ୧୨.୨୪ କିଲୋମିଟର ଏବଂ ତ୍ରିପୁରାରେ ୫.୪୬କିଲୋମିଟର ରହିଛି।

ଖୁଲନା-ମୋଙ୍ଗଲା ବନ୍ଦର ରେଳ ଲାଇନ ପ୍ରକଳ୍ପ ଭାରତ ସରକାରଙ୍କ ରିହାତି ଋଣଅଧୀନରେ କାର୍ଯ୍ୟକାରୀ କରାଯାଇଛି ଯାହାର ମୋଟ ପ୍ରକଳ୍ପ ମୂଲ୍ୟ ୩୮୮.୯୨ ନିୟୁତଆମେରିକୀୟ ଡଲାର। ଏହି ପ୍ରକଳ୍ପ ରେ ମୋଙ୍ଗଲା ବନ୍ଦର ଏବଂ ଖୁଲନାରେବର୍ତ୍ତମାନର ରେଳ ନେଟୱାର୍କ ମଧ୍ୟରେ ପ୍ରାୟ ୬୫ କିଲୋମିଟର ବ୍ରଡ ଗେଜ୍ ରେଳ ପଥନିର୍ମାଣ କରାଯିବ। ଏହା ଦ୍ୱାରା ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବନ୍ଦର ମୋଙ୍ଗଲାବ୍ରଡଗେଜ୍ ରେଳ ନେଟୱାର୍କ ସହ ସଂଯୋଗ ହୋଇଛି।

ଭାରତୀୟ ରିହାତି ଆର୍ଥିକ ଯୋଜନା ଋଣ ଅଧୀନରେ ମୈତ୍ରୀ ସୁପର ଥର୍ମାଲ ପାୱାରପ୍ରୋଜେକ୍ଟ ହେଉଛି ବାଂଲାଦେଶର ଖୁଲନା ଡିଭିଜନର ରାମପାଲଠାରେ ଅବସ୍ଥିତ୧୩୨୦ ମେଗାୱାଟ (୨×୬୬୦) ସୁପର ଥର୍ମାଲ ପାୱାର ପ୍ଲାଣ୍ଟ (ଏମଏସଟିପିପି)। ବାଂଲାଦେଶ-ଇଣ୍ଡିଆ ଫ୍ରେଣ୍ଡସିପ୍ ପାୱାର କମ୍ପାନି (ପ୍ରାଇଭେଟ୍) ଲିମିଟେଡ୍ (ବିଆଇଏଫପିସିଏଲ୍) ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି, ଯାହା ଭାରତରଏନଟିପିସି ଲିମିଟେଡ୍ ଏବଂ ବାଂଲାଦେଶ ପାୱାର ଡେଭଲପମେଣ୍ଟ ବୋର୍ଡ (ବିପିଡିବି) ର ୫୦:୫୦ ଯୁଗ୍ମ ଉଦ୍ୟୋଗ କମ୍ପାନୀ ଅଟେ। ସେପ୍ଟେମ୍ବର ୨୦୨୨ରେଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟର ୟୁନିଟ ୧କୁ ଉନ୍ମୋଚନ କରିଥିଲେ ଏବଂ ୧ ନଭେମ୍ବର ୨୦୨୩ରେ ୟୁନିଟ୍ ୨ ଉଦଘାଟିତ ହେବ। ମୈତ୍ରୀ ସୁପର ଥର୍ମାଲ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଦ୍ୱାରା ବାଂଲାଦେଶରେ ଶକ୍ତିସୁରକ୍ଷା ବୃଦ୍ଧି ପାଇବ।

ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳରେ ଯୋଗାଯୋଗ ଏବଂ ଶକ୍ତି ନିରାପତ୍ତାକୁ ସୁଦୃଢ଼କରିବ।

ଉନ୍ନୟନମୂଳକ ପ୍ରକଳ୍ପ ବାଂଲାଦେଶ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.