Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା
ଆଜିର ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

ଭୁବନେଶ୍ବର: ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପ୍ରତିଷ୍ଠାନ (ଏନସିଇଆରଟି) ପକ୍ଷରୁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଶୈଶବ ଯତ୍ନ ଓ ଶିକ୍ଷା(ଇସିସିଇ) ଉପରେ ଏକ ଦୁଇଦିନିଆ କର୍ମଶାଳା ଶୁକ୍ରବାର (୧୩ ମାର୍ଚ୍ଚ) ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୂଳଭୂତ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫଏଲଏନ) ଓ ମୌଳିକ ସ୍ତରରେ (୩-୮ ବର୍ଷ) ଶିଶୁମାନଙ୍କ କଲ୍ୟାଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ଏନସିଇଆରଟି ନୂଆଦିଲ୍ଲୀ ଅନ୍ତର୍ଗତ ପ୍ରାଥମିକ ଶିକ୍ଷା ବିଭାଗ ଓ ଏନସିଇଆରଟି ଭୁବନେଶ୍ବର ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀ, ଗବେଷକ ଓ ତାଲିମଦାତାମାନେ ଯୋଗଦେଇଥିଲେ। କର୍ମଶାଳାରେ ଇସିସିଇ ଓ ଏଫଏଲଏନରେ ନିଆଯାଉଥିବା ପଦକ୍ଷେପ ଓ ନବସୃଜନ ସଂପର୍କରେ ଆଲୋକପାତ କରାଯାଇଥିଲା। ଏହି ସମ୍ମିଳନୀଟି ଜାତୀୟ ଶିକ୍ଷା ନୀତି ୨୦୨୦, ମୂଳଦୁଆ ପର୍ଯ୍ୟାୟ ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ୨୦୨୨ ଏବଂ ଏନଆଇପିୟୁଏନ ଭାରତ ମିଶନର ଦୃଷ୍ଟିକୋଣ ସହ ସମନ୍ବିତ ଥିଲା। ଏଗୁଡ଼ିକ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ତୃତୀୟ ଶ୍ରେଣୀ ସୁଦ୍ଧା ସମସ୍ତ ପିଲାଙ୍କ ପାଇଁ ମୌଳିକ ଶିକ୍ଷା ଦକ୍ଷତା ହାସଲ କରିବା ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥାନ୍ତି।

ଉଦଘାଟନୀ ଅଧିବେଶନରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ବରର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ବାମୀ ଶିଶୁମାନଙ୍କ ସମଗ୍ର ବିକାଶ ଓ ଦେଶର ଜାତୀୟ ପ୍ରଗତି ଲାଗି ସାର୍ବଜନୀନ ମୂଳଭୂତ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଗୁରୁତ୍ବ ଆରୋପ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସର୍ବୋତ୍ତମ ଅଭ୍ୟାସ ଓ ଶିକ୍ଷାର ଆଦାନପ୍ରଦାନ ଏ କ୍ଷେତ୍ରରେ ସ୍ବତନ୍ତ୍ର ପଦକ୍ଷେପ ଗୁଡ଼ିକର ଯୋଜନା ଓ କାର୍ଯ୍ୟାନ୍ବୟନ ଦିଗରେ ବେଶ ସହାୟକ ହେବ।

ଏନସିଇଆରଟି ନୂଆଦିଲ୍ଲୀ ଅନ୍ତର୍ଗତ ପ୍ରାଥମିକ ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ସୁନୀତି ସାନଓ୍ବାଲ୍ ଏନସିଏଫ-ଏଫଏସ ୨୦୨୨ ସଂପର୍କରେ ଏକ ସବିଶେଷ ଉପସ୍ଥାପନା ଦେଇଥିଲେ। ସେ ଏନଆଇପିୟୁଏନ ଭାରତ ମିଶନ, ବିଦ୍ୟା ପ୍ରବେଶ, ଯାଦୁଇ ପିଟାରା ଓ ଇ-ଯାଦୁଇପିଟାରା ଏବଂ ଦକ୍ଷତା-ଆଧାରିତ ଶିକ୍ଷାର ଭୂମିକା ତଥା ଏକବିଂଶ ଶତାବ୍ଦୀରେ ମୂଳଭୂତ ଶିକ୍ଷାରେ ଦକ୍ଷତା ଉପରେ ଆଲୋକପାତ କରିଥିଲେ। ସେହିପରି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ବର ଅନ୍ତର୍ଗତ ପ୍ରାଥମିକ ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ରିତାଞ୍ଜଳୀ ଦାଶ ଇସିସିଇ ଏବଂ ଏଫଏଲଏନର ପ୍ରଭାବଶାଳୀ ଯୋଜନା ଏବଂ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସର ଡକ୍ୟୁମେଣ୍ଟେସନ୍ ଏବଂ ଆଦାନପ୍ରଦାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଏହି ସମ୍ମିଳନୀରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ବରର ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା ସ୍ବାଗତ ଭାଷଣ ଦେଇଥିବାବେଳେ ଏନସିଇଆରଟି ପ୍ରାଥମିକ ଶିକ୍ଷା ବିଭାଗର ପ୍ରଫେସର ତଥା ସଂଯୋଜକ ପ୍ର. ପଦ୍ମା ଯାଦବ ଏହି ଦୁଇଦିନିଆ ସମ୍ମିଳନୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଏହି ଦୁଇ ଦିନିଆ ସମ୍ମିଳନୀରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ବିହାର, ଝାଡ଼ଖଣ୍ଡ, ସିକିମ, ଓଡ଼ିଶା ଏବଂ ତ୍ରିପୁରାର ରାଜ୍ୟ ଅଧିକାରୀ/ଏଫଏଲଏନ ସଂଯୋଜକମାନେ ସେମାନଙ୍କର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନିଆଯାଉଥିବା ପଦକ୍ଷେପ, ସର୍ବୋତ୍ତମ ଅଭ୍ୟାସ ଏବଂ କାର୍ଯ୍ୟାନ୍ୱୟନ ସମସ୍ୟା ଉପସ୍ଥାପନ କରିଥିଲେ।  ଏହି ଅବସରରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ରାଜ୍ୟ ସଂଯୋଜକ ପ୍ରଫେସର ଆର.ସେଠି, ଡକ୍ଟର କଳିଙ୍ଗ କେତକୀ, ଡକ୍ଟର ଏମ୍. ଦୀକ୍ଷିତ, ଡକ୍ଟର ବରୁଣ ଅଶୋକନ ଏବଂ ଡକ୍ଟର ରାହୁଲ ସାହାନା ଉପସ୍ଥିତ ଥିଲେ।

ଚିନ୍ତନ ଅଧିବେଶନଗୁଡ଼ିକୁ ପ୍ରଫେସର ସୁନୀତି ସାନୱାଲ, ପ୍ରଫେସର ପଦ୍ମା ଯାଦବ ଏବଂ ପ୍ରଫେସର ଲକ୍ଷ୍ମୀଧର ବେହେରା ମାର୍ଗଦର୍ଶନ ଏବଂ ସହଯୋଗ କରିଥିଲେ। ଭୁବନେଶ୍ୱରର ସିବିଏସଇ ସ୍କୁଲ ଏବଂ ପିଏମଶ୍ରୀ ଡିଏମ ସ୍କୁଲର ଶିକ୍ଷକମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ଓ ନିଜ ନିଜ ସ୍କୁଲରେ ନିଆଯାଉଥିବା ପଦକ୍ଷେପ, ନବସୃଜନ ଓ ସମସ୍ୟାଗୁଡ଼ିକ ସମ୍ପର୍କରେ କହିଥିଲେ। ଏଥିରେ ୩୮ ଜଣ ଅଂଶଗ୍ରହଣକାରୀ ବିଚାର ଆଲୋଚନାରେ ଭାଗ ନେବା ସହ ଅଭିଜ୍ଞତା ବାଣ୍ଟିଥିଲେ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏନସିଇଆରଟି ଭୁବନେଶ୍ବର ଶୈଶବ ଯତ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.