ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ପୋଲିସକୁ ବଡ଼ ସଫଳତା ମିଳିଛି। ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ୧୧ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଚାରିଜଣ ପୁରୁଷ ଏବଂ ସାତ ଜଣ ମହିଳା ଅଛନ୍ତି। ବଂଶଧରା ନଗାବଳୀ ଘୁମୁସର ଡିଭିଜନର ଏହି ୧୧ ଜଣିଆ ଦଳରେ ଜଣେ ଡିଭିଜନାଲ କମିଟି ସଭ୍ୟ, ୫ ଜଣ ଏରିଆ କମିଟି ସଭ୍ୟ ଏବଂ ୫ ଜଣ ସକ୍ରିୟ କ୍ୟାଡର ସାମିଲ ଅଛନ୍ତି।
ଏହା ସହ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ପ୍ରାୟ ଶେଷ ହୋଇଥିବାରୁ ଜିଲ୍ଲାଟି ପ୍ରାୟ ମାଓମୁକ୍ତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଆହୁରି ରାଜ୍ୟରେ ୧୦ ରୁ ୧୫ ଜଣ ମାଓବାଦୀ ଅଛନ୍ତି ଏବଂ ସେମାନଙ୍କୁ ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ମହାନିର୍ଦ୍ଦେଶକ ନିବେଦନ କରିଛନ୍ତି।


