ବାଣପୁର: ୪ ମାସର ବ୍ୟବଧାନ ପରେ ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି ଖୋଲାଯାଇଛି। ସକାଳ ୧୦ ଘଟିକା ସମୟରେ ମା’ଙ୍କ ପାଖରେ ଧୂପଦୀପ ଜାଳି ସମର୍ପିତ ହେବାପରେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର ଟି. ପଦ୍ମନାଭ ଦୋରା, କମିଟିର ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ବିକାଶକୁମାର ମହାନ୍ତି, ଅନ୍ୟତମ ସଭ୍ୟ ସ୍ଥାନୀୟ ଥାନା ଭାରପ୍ରାପ୍ତ ନିରୀକ୍ଷକ ରମେଶ କୁମାର ଦେବତା, ସ୍ଥାନୀୟ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, କାର୍ଯ୍ୟାଳୟର କର୍ମଚାରୀ ସୁରେନ୍ଦ୍ରକୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମିଶ୍ର, କମଳ ମିଶ୍ର, ମନ୍ଦିର ନିଯୋଗୀ ସେବାୟତ ସଞ୍ଜୟ କୁମାର ମହାପାତ୍ର, ପବିତ୍ର କୁମାର ନାୟକ, ରୁଦ୍ର ନାୟକ, ରବୀନ୍ଦ୍ର ସୁଆର, କ୍ୟାମେରାମ୍ୟାନ ବ୍ରଜକିଶୋର ଜେନା ଶ୍ରଦ୍ଧାଳୁ ନବକିଶୋର ପ୍ରଧାନଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା।
ଗଣତି ମଣତି ପରେ ସମୁଦାୟ ୧,୭୭,୫୨୮ (ଏକ ଲକ୍ଷ, ସତସ୍ତରୀ ହଜାର, ପାଞ୍ଚଶହ ଅଠେଇଶି) ଟଙ୍କା ମାତ୍ର ନଗଦ ଏବଂ ୦ ଗ୍ରାମ.୬୮୦ ମିଲିଗ୍ରାମର ୨ଟି ରୂପା ଆଖି ଓ ୦ ଗ୍ରାମ.୨୫୦ ମିଲିଗ୍ରାମର ଗୋଟିଏ ରୂପାର ଝୁମ୍ଫା ମିଳିଥିବାର ଜଣାଗଲା। ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମା’ଙ୍କ ମନ୍ଦିର ନାମରେ ଥିବା ସ୍ଥାନୀୟ ୟୁକୋ ବ୍ୟାଙ୍କ ଜମାଖାତାରେ ଜମା କରାଯାଇଥିବା ବେଳେ ଏହି ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ସେବାରେ ଲାଗିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦାସ ଠାରୁ ପ୍ରକାଶ।


