ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଜାତୀୟ ମହିଳା ଆୟୋଗ ଓ ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଏହି ଜନଶୁଣାଣୀ ଶିବିରରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୨୯ଗୋଟି ମୋକଦ୍ଦମା ଦାୟର ହୋଇଥିଲା। ତନ୍ମଧ୍ୟରୁ ଉଭୟ ଦଳ ପକ୍ଷରୁ ୮ଗୋଟି,ଏକ ପକ୍ଷ ୭ଗୋଟି ଅଭିଯୋଗ ଦାଖଲ କରିଥିବା ୭ଜଣ ଏବଂ ଅନ୍ୟ ଏକ ପକ୍ଷରୁ ୨ଜଣ ଏହିପରି ମୋଟ ୧୭ଗୋଟି ଦଳ ଉପସ୍ଥିତ ଥିଲେ।
ସେଥିମଧ୍ୟରୁ ସହମତିକ୍ରମେ ୫ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିବା ବେଳେ ୩ଗୋଟି ମୋକଦ୍ଦମା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରେରଣ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କୁ ୪ଟି ଅଭିଯୋଗ ସମାଧାନ ପାଇଁ ପ୍ରେରଣ କରାଯାଇଥିଲା। ପରବର୍ତ୍ତି ଶୁଣାଣି ନିମନ୍ତେ ୫ଜଣ ଙ୍କୁ ନୋଟିସ ପ୍ରେରଣ କରାଯାଇଥିଲା।
ଏଥି ସହିତ ନୂତନ ଭାବେ ୩ଟି ମାମଲା ପଞ୍ଜୀକୃତ ହୋଇଥିଲା। ଏହି ଜନ ଶୁଣାଣି ରେ ଓଡ଼ିଶା ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି, ସଭ୍ୟ ମୁକ୍ତା ସାହୁ , ପରାମର୍ଶଦାତା ବନ୍ଦନା ପଟ୍ଟନାୟକ ଓ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ରହିଥିଲେ।


