ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦକ୍ଷିଣପୁର ଗ୍ରାମ ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକ୍କାପଞ୍ଜା ଫଳରେ ନିରୀହ ମହିଳାଙ୍କ ଜୀବନ ଚାଲି ଯାଇଛି। କିଛି ଯୁବକ ଏକ କାରରେ ଆସି ଭବାନୀ ସାହୁ ନାମକ ଜଣେ ଯୁବକଙ୍କୁ ଖଣ୍ଡା ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଭବାନୀ ଜୀବନ ବଞ୍ଚାଇବାକୁ ଦୌଡି ଥିବା ବେଳେ ବରୋଧି ପକ୍ଷ କାର୍ ରେ ଗୋଡାଉଥିଲେ। ଠିକ ସେତେବେଳେ ରାସ୍ତାରେ ଯାଉଥିବା ଏକ ସ୍କୁଟିକୁ କାରଟି ଧକ୍କା ଦେଇଥିଲା। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


