Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ
ଆଜିର ଖବର

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନ୍ୟାୟିକ ପ୍ରକ୍ରିୟା
ପୋଲିସକୁ ଫାଶୀ

ଭୁବନେଶ୍ଵର: ଏକ ମନ୍ଦିର ମୂର୍ତ୍ତି ଚୋରି ସମ୍ବନ୍ଧୀୟ ମାମଲାରେ ଦ୍ରୁତ ବିଚାର କରି ସମ୍ବଲପୁର ଜିଲ୍ଲାର ସମ୍ବଲପୁର SDJM ଅଦାଲତ ଅଭିଯୁକ୍ତ ରଜନୀକାନ୍ତ ଭୈଁସାଲ ଓରଫ ମୋନୁକୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୧ (୩)/୩୦୫ (ଡ଼ି) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡ ସହିତ ୧,୦୦୦ ଟଙ୍କା ଜରିମାନାର ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ୨୮ ଦିନ ମଧ୍ୟରେ ତଦନ୍ତରୁ ଦଣ୍ଡାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବା ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତାର ଏକ ଉଲ୍ଲେଖନୀୟ ଉଦାହରଣ।

ମାମଲାର ବିବରଣୀ ଅନୁଯାୟୀ, ୨୦୨୬ ମସିହା ଫେବୃୟାରୀ ୧୭ ତାରିଖରେ ସମ୍ବଲପୁର ଟାଉନ୍ ଥାନା ଅଧୀନ ସୋମନାଥ ବାବା ମନ୍ଦିର, ବାଲିବନ୍ଧରୁ ପ୍ରାୟ ୨ କିଲୋ ଓଜନର ପିତଳର ଗଣେଶ ମୂର୍ତ୍ତି ଚୋରି ହୋଇଥିବା ସମ୍ପର୍କରେ ମନ୍ଦିର ଟ୍ରଷ୍ଟି ଲୋକନାଥ ପାଣ୍ଡେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ସମ୍ବଲପୁର ପୋଲିସ ତ୍ୱରିତ ତଦନ୍ତ କରି ୨୦ ଫେବୃଆରୀରେ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ମୂର୍ତ୍ତିକୁ ଉଦ୍ଧାର କରିଥିଲେ। ମାତ୍ର ୧୧ ଦିନ ମଧ୍ୟରେ ଅର୍ଥାତ ୨୭ ଫେବୃଆରୀରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ନୂତନ ଭାରତୀୟ ଆଇନ କାର୍ଯ୍ୟକାରୀ ହେବା ପରେ ଅପରାଧ ମାମଲାରେ ତ୍ୱରିତ ତଦନ୍ତ ଓ ବିଚାର ପ୍ରକ୍ରିୟା ଗତିଶୀଳ ହୋଇ ଦଣ୍ଡାଦେଶ ହାର ବୃଦ୍ଧି ପାଉଛି। ସମ୍ବଲପୁର ପୋଲିସଙ୍କ ଏହି ସଫଳତା ଆଇନ-ଶୃଙ୍ଖଳା ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାର ଏକ ସ୍ପଷ୍ଟ ପ୍ରମାଣ।

ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାରୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏସପି, ସମ୍ବଲପୁର ଓ ତଦନ୍ତକାରୀ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭାରତୀୟ ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତା ରଜନୀକାନ୍ତ ଭୈଁସାଲ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ

April 7, 2026

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026

ଗୁଳିମାଡ଼ରେ ଯୁବକ ମୃତ

April 7, 2026

୯ ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଯୋଗଦେଲେ ଡିଜିପି

April 7, 2026
Latest News

ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ

April 7, 2026

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026

ଗୁଳିମାଡ଼ରେ ଯୁବକ ମୃତ

April 7, 2026

୯ ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଯୋଗଦେଲେ ଡିଜିପି

April 7, 2026

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.