ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ବଜାର ନେତୃତ୍ୱକୁ ଆହୁରି ସୁଦୃଢ଼ କରି, ରିଲାଏନ୍ସ ଜିଓ ଜାନୁଆରୀ ମାସରେ ରାଜ୍ୟରେ ସର୍ବାଧିକ ୧.୮ ଲକ୍ଷ ନୂତନ ମୋବାଇଲ୍ ଓ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଜାନୁଆରୀ ମାସରେ ଓଡ଼ିଶାରେ ୧.୫୭ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଏବଂ ୨୩୦୦୦ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଜିଓ ନେଟୱାର୍କରେ ଯୋଡି ହୋଇଛନ୍ତି।
ଜାନୁଆରୀ ମାସରେ ଓଡ଼ିଶାରେ ଜିଓ ନେଟୱାର୍କରେ ଯୋଡି ହୋଇଥିବା ନୂତନ ଘରୋଇ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ତୁଳନାରେ ଦୁଇଗୁଣରୁ ଅଧିକ ରହିଥିବା ଜଣାପଡିଛି। ସମ୍ପ୍ରତି ଓଡ଼ିଶାରେ ୪୬ ପ୍ରତିଶତରୁ ଅଧିକ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ ଏବଂ ଘରୋଇ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ୬୦ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ସହିତ ଜିଓ ସର୍ବାଗ୍ରେ ରହିଛି। ଏଥି ସହିତ ଓଡ଼ିଶାରେ ଜିଓ ସର୍ବାଧିକ ୧.୭୪ କୋଟିରୁ ଅଧିକ ମୋବାଇଲ୍ ଉପଭୋକ୍ତା, ୩.୬୪ ଲକ୍ଷ ଜିଓଫାଇବର ଉପଭୋକ୍ତା ଏବଂ ୩.୫୧ ଲକ୍ଷ ଜିଓଏୟାରଫାଇବର ଉପଭୋକ୍ତାଙ୍କ ସହିତ ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଓଡ଼ିଶାର ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳରେ ହଜାର ହଜାର ଗ୍ରାମରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢ଼ାଇ ଜିଓ ସେମାନଙ୍କ ଘରପାଖରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ଉପଲବ୍ଧ କରାଇଛି।
ଟ୍ରାଇ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ, ଜାନୁଆରୀ ମାସରେ ଜିଓ ୨୪ ଲକ୍ଷରୁ ଅଧିକ ନୂତନ ୱାୟାରଲେସ୍ ଉପଭୋକ୍ତା, ୧.୭୯ ଲକ୍ଷ ନୂତନ ୱାୟାରଲାଇନ୍ ଉପଭୋକ୍ତା ଏବଂ ୫.୮୫ ଲକ୍ଷରୁ ଅଧିକ ନୂତନ ଏଫଡବ୍ଲୁଏ (ଜିଓଏୟାରଫାଇବର) ଉପଭୋକ୍ତା ଯୋଡି ଏକ ନମ୍ବର ସ୍ଥାନ ବଜାୟ ରଖିଛି।
ଏହାର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-ସର୍ବପ୍ରଥମ ନୀତି ସହିତ, ଜିଓ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗେଇ ନେଇ ଚାଲିଛି। ଜିଓଏୟାରଫାଇବର ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ସହ ଶେଷ ମାଇଲ୍ ଫାଇବର କନେକ୍ଟିଭିଟି ଚ୍ୟାଲେଞ୍ଜକୁ ଦୂର କରିବା ଏବଂ ସହର, ଉପକଣ୍ଠ ତଥା ଗ୍ରାମାଞ୍ଚଳରେ ଘର ଏବଂ ଛୋଟ ବ୍ୟବସାୟଗୁଡିକୁ ନିର୍ଭରଯୋଗ୍ୟ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସଂଯୋଗ ପ୍ରଦାନ କରିବାରେ ସଫଳ ହୋଇଛି। ଏହା ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ, ୮୦୦ ରୁ ଅଧିକ ଟିଭି ଚ୍ୟାନେଲ୍, ୧୧ରୁ ଅଧିକ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ପ୍ରଦାନ ଜରିଆରେ ଡିଜିଟାଲ୍ ଯୁଗରେ ଛାତ୍ରଛାତ୍ରୀ, ବୃତ୍ତିଗତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଗୁଡିକୁ ଉନ୍ନତି କରିବା ପାଇଁ ସଶକ୍ତ କରୁଛି।


