ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକରେ ଓଡିଶାର ସବୁଠାରୁ ବଡ ଡ୍ୟାନ୍ସ ରିଆଲିଟି ଶୋ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ” ନୂତନ ସିଜିନ ସହ ପୁଣି ସଫଳତାର ସହ ପହଞ୍ଚିଛି ତାର ଶେଷ ସୋପାନରେ, ଅର୍ଥାତ ଗ୍ରାଣ୍ଡ ଫିନାଲେରେ। ଗତ ୨୯ ନଭେମ୍ବର ୨୦୨୫ ର ଆରମ୍ଭ ହୋଇଥିବା ଏହି ଡ୍ୟାନ୍ସ ରିଆଲିଟି ଶୋ, ସାଉଁଟିଛି ଦର୍ଶକଙ୍କ ଅଜସ୍ର ଭଲ ପାଇବା। ପ୍ରତି ଶନିବାର ଓ ରବିବାର ସନ୍ଧ୍ୟା ୯:୩୦ରେ ପ୍ରସାରିତ ହେଉଥିବା ଏହାର ସମସ୍ତ ନୂଆ ନୂଆ ଏପିସୋଡ୍ ହୋଇଥିଲା ଦମଦାର ଓ ଆଉ ରୋମାଞ୍ଚକର। ତେଣୁ ଦେଖିବାକୁ ଭୁଲନ୍ତୁ ନାହିଁ କେବଳ ଜୀ ସାର୍ଥକରେ ଆସନ୍ତା ରବିବାର ୨୯ ମାର୍ଚ୍ଚ ୬:୩୦ରୁ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ”।
ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଲୋକପ୍ରିୟ ଓଡ଼ିଆ ସେଲିବ୍ରେଟିମାନେ ଅସାଧାରଣ ପ୍ରତିଭାଶାଳୀ ଶିଶୁ ପ୍ରତିଯୋଗୀ ମାନଙ୍କ ସହ ଯୋଡ଼ି ହୋଇଥିଲେ ଏହି ନୂତନ ଭାବରେ କଳ୍ପିତ ଡ୍ୟାନ୍ସ ରିଆଲିଟି ଶୋ ରେ। ଟିମ ରଙ୍ଗବତୀ ୨.୦ ଓ ଲଚକମଣି ୨.୦ ଟିମ ନିଜର ହାଇ ଭୋଲଟେଜ୍, ରୋମାଣ୍ଟିକ୍, ଫେଷ୍ଟିଭାଲ୍, କମେଡି, ଆଇଟମ୍ ନମ୍ବର ଏବଂ ଅନ୍ୟାନ୍ୟ ରୋମାଞ୍ଚକର ଡ୍ୟାନ୍ସ ମାଧ୍ୟମରେ ଦର୍ଶକଙ୍କ ମନ ଜିତିଛନ୍ତି ଓ ଗ୍ରାଣ୍ଡ ଫିନାଲେ ବି ଆହୁରି ଗ୍ରାଣ୍ଡ ହେବ ବୋଲି କହିଛି ଜୀ ସାର୍ଥକ ଟିମ । ଆପଣମାନେ ବି ଦେଖିବାକୁ ପ୍ରସ୍ତୁତ ରୁହନ୍ତୁ ଏହି ଦୁଇ ଟିମର କଡା ଟକ୍କର। କେବଳ ଡ୍ୟାନ୍ସ ନୁହେଁ, ଏଥରର ବିଶେଷ ଆକର୍ଷଣ ଭାବରେ ନିଜ କଣ୍ଠର ଯାଦୁରେ ଆପଣଙ୍କୁ ଝୁମଏଇବେ ଓଡ଼ିଶାର ଲୋକପ୍ରିୟ ଗାୟକ ମାନେ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ସତ୍ୟଜିତ, ସ୍ୱୟଂ ପାଢୀ, ବିଷ୍ଣୁମୋହନ ଓ ତାରିକ ଅଜିଜ୍। ପୁଣି ବିଚାରକ ପ୍ୟାନେଲ, ଦେବାଶିଷ ପାତ୍ର, ହରିହର ଦାସ, ଅମିତ ନାୟକ ଏବଂ ସୂର୍ଯ୍ୟମୟୀ ମହାପାତ୍ରଙ୍କ ପ୍ରଦର୍ଶନ ମଧ୍ୟ ସମ୍ପୂର୍ଣ୍ଣ ବିଶେଷ ଓ ଉଚ୍ଚ କୋଟୀର ହେବ ବୋଲି ଟିମ କହିଛି।
ସେଲିବ୍ରେଟି ନିକିତା, ଦେବସ୍ମିତା, ଅନନ୍ୟା, ରୋମ୍ୟାଞ୍ଜଳି, ସୁଶ୍ରୀ, ପିହୁ, ସୋନାଲିସା, ସୁଲଗ୍ନା, ହିତେସା ଓ ମାନସୀ ପ୍ରତ୍ୟେକ ଏପିସୋଡରେ ନୃତ୍ୟର ବିଭିନ୍ନ ଶୈଳୀ ମାଧ୍ୟମରେ ନିଜର ଲିଟିଲ୍ ମାଷ୍ଟର୍ସ ଯୋଡିମାନଙ୍କ ସହ ଓଡ଼ିଶାର ଦର୍ଶକଙ୍କ ପାଇଁ ଆଣିଥିଲେ ଏକ ନିଆରା ଅନୁଭୂତି ତେଣୁ ଏହି ଡ୍ୟାନ୍ସ ରିଆଲିଟି ଶୋ’ର ଗ୍ରାଣ୍ଡ ଫିନାଲେ ବି ଆହୁରି ଦମଦାର ଓ ରୋମାଞ୍ଚକର ହେବ ତେଣୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ବୋଲି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।


