Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ
ଆଜିର ଖବର

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

March 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Reliance Digital
Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଉତ୍କଳ ଦିବସ ପାଇଁ ସ୍ୱତନ୍ତ୍ର ଫେଷ୍ଟିଭ ଅଫର୍‌ର ଶୁଭାରମ୍ଭ

Reliance Digital: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଚଳିତ ଉତ୍କଳ ଦିବସ ଅବସରରେ ଓଡିଶାରେ ଏହାର ଷ୍ଟୋରଗୁଡିକରେ ସ୍ୱତନ୍ତ୍ର ଫେଷ୍ଟିଭ ଅଫରଗୁଡିକର ଶୁଭାରମ୍ଭ କରାଯାଇଛି। ଉକ୍ତ ଶୃଙ୍ଖଳା ଆଧୁନିକ ଟେକ୍ନୋଲୋଜି ପାଇଁ ବର୍ଦ୍ଧିତ ଅପଗ୍ରେଡ଼ ସହିତ ସାଂସ୍କୃତିକ ଗୌରବକୁ ଏକତ୍ରିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଉପଯୁକ୍ତ ମୂଲ୍ୟ ସହିତ ଉକ୍ତ ଡିଲ୍‌ଗୁଡିକ ଏହି ଅବସରକୁ ଆହୁରି ଆକର୍ଷଣୀୟ କରିପାରିଛି ଏବଂ ଏଥିସହିତ ଏହି ସ୍ୱତନ୍ତ୍ର କ୍ୟାମ୍ପେନରେ ଗ୍ରାହକଙ୍କ ପାଇଁ ନୂତନ ଇଲେକ୍‌ଟ୍ରୋନିକ୍ସ ଓ ଆପ୍ଲାଏନ୍ସ ସହ ଅପ୍‌ଗ୍ରେଡ କରିବା ଲାଗି ଉପଯୁକ୍ତ ଅଫର ପ୍ରଦାନ କରୁଛି । ଏହି ଅବସରରେ ରିଲାଏନ୍ସ ଡ଼ିଜିଟାଲର ଓଡ଼ିଶା କ୍ଲଷ୍ଟର ମ୍ୟାନେଜର, ବିଶ୍ୱଜିତ ସାହୁ, ଓଡ଼ିଶା ମାର୍କେଟିଂ ମ୍ୟାନେଜର, ପଲକ କୁମାର ସାହୁ ଏବଂ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ତଥା ରିଲାଏନ୍ସ ଡ଼ିଜିଟାଲର ଏକ ନିୟମିତ ଗ୍ରାହକ, କ୍ରିଷ୍ଣା ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଉତ୍କଳ ଦିବସ ଅବସରରେ ଗ୍ରାହକମାନେ ଅଗ୍ରଣୀ ବ୍ୟାଙ୍କ କାର୍ଡ ଉପରେ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ ଆକର୍ଷଣୀୟ ତତ୍କାଳ ରିହାତି ସହିତ ପେପର ଫାଇନାନ୍ସ ବିକଳ୍ପ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ଲାଭ ପାଇପାରିବେ, ଯାହା କ୍ରୟରେ ସୁଲଭତା ଓ ନମନୀୟତା ନିଶ୍ଚିତ କରୁଛି । ଏହି ଅଫର ଅବଧି ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧ ତାରିଖ ୨୦୨୬ ପର୍ଯ୍ୟନ୍ତ ବୈଧ ରହିଛି । ପାର୍ବଣର ଉତ୍ସାହକୁ ବୃଦ୍ଧି କରି ରିଲାଏନ୍ସ ଡିଜିଟାଲ  ନିର୍ଦ୍ଧିଷ୍ଟ ୧.୫ ଟନ-ଏୟାର କଣ୍ଡିସ୍‌ନର କ୍ରୟ ଉପରେ ମାଗଣା କ୍ୟୁଏଲଇଡି ଟିଭି ଏବଂ ନିର୍ଦ୍ଧିଷ୍ଟ ମଡେଲର ଫ୍ରଂଟ-ଲୋଡ ୱାଶିଙ୍ଗ ମେଶିନ କ୍ରୟ ଉପରେ ମାଗଣା ଟିଭି ସମେତ ଆକର୍ଷଣୀୟ ମେଗା କମ୍ବୋ ଡିଲ ପ୍ରଦାନ କରୁଛି, ଯାହା ଗ୍ରୀଷ୍ମ ଋତୁରେ ଅଧିକ କ୍ରୟ ସମୟରେ ଉନ୍ନତ ମୂଲ୍ୟ ଦେଉଛି ।

ଏହି ପଦକ୍ଷେପ ସହଜ ଋଣ ବିକଳ୍ପ, ଆକର୍ଷଣୀୟ ଏକ୍ସଚେଞ୍ଜ ଅଫର, ଶୀଘ୍ର ଡେଲିଭରି ଓ ଇନ୍‌ଷ୍ଟଲେଶନ ସର୍ଭିସ ସହ ସାମଗ୍ରିକ ଗ୍ରାହକ ସୁବିଧାକୁ ଉନ୍ନତ କରିବା ଉପରେ ଧ୍ୟାନ ଦେଉଛି, ଯାହା ଏକ ବାଧାମୁକ୍ତ ସପିଂ ଅନୁଭୂତି ନିଶ୍ଚିତ କରିଥାଏ । ଗ୍ରୀଷ୍ମ ଋତୁର ଆବଶ୍ୟକତା ପାଇଁ ନିର୍ମିତ ଏୟାର କଣ୍ଡିସ୍‌ନର, ରେଫ୍ରିଜରେଟର, ୱାଶିଙ୍ଗ ମେଶିନ ଓ ସ୍ମାର୍ଟ ଟେଲିଭିଜନ ଭଳି ଇଲେକ୍‌ଟ୍ରୋନିକ୍ସ ପ୍ରଡକ୍ଟଗୁଡିକର ଏକ ବିସ୍ତୃତ ରେଞ୍ଜ ସହିତ ରିଲାଏନ୍ସ ଡିଜିଟାଲ  ଓଡିଶାରେ ଉପଭୋକ୍ତାଙ୍କର ବିକଶିତ ଜୀବନଶୈଳୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଏହି ଫେଷ୍ଟିଭ କ୍ୟାମ୍ପେନ ମାଧ୍ୟମରେ ରିଲାଏନ୍ସ ଡିଜିଟାଲ ଆଧୁନିକ ଟେକ୍ନୋଲୋଜିକୁ ଅଧିକ ପହଂଚଯୋଗ୍ୟ ଓ ସୁଲଭ କରିବା ସହ  ଓଡିଆ ପରିଚୟକୁ ପାଳନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । ଏହି ଉତ୍କଳ ଦିବସ ଅଭିଯାନ ରାଜ୍ୟରେ ନିଜର ଗ୍ରାହକଙ୍କୁ ଉଦ୍ଭାବନ, ସୁବିଧା ଓ ମୂଲ୍ୟ ପ୍ରଦାନ କରିବା ସହିତ ସ୍ଥାନୀୟ ଭାବନା ସହ ସଂଯୋଜିତ ହେବା ପାଇଁ ବ୍ରାଣ୍ଡର ନିରନ୍ତର ପ୍ରୟାସର ଏକ ପ୍ରତିଫଳନ ଭାବେ ଉଭା ହୋଇଛି ।

Reliance Digital Utkal Dibas ଉତ୍କଳ ଦିବସ ରିଲାଏନ୍ସ ଡିଜିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.