ଭୁବନେଶ୍ଵର: କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳ BSFର ହୀରକ ଜୟନ୍ତୀ ଜୟପୁର ରାଜମହଲରେ ପାଳିତ ହୋଇଛି। ଡିଆଇଜି ସତ୍ୟବାନ ଖାଞ୍ଚି ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ସୁରକ୍ଷା ସାମଗ୍ରୀର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦମାନଙ୍କ ପରିବାର ସଦସ୍ୟ ଓ ପୂର୍ବତନ ସୁରକ୍ଷା କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲ। ସିଆରପିଏଫ କୋବ୍ରା ୟୁନିଟ ପକ୍ଷରୁ ଯୁଦ୍ଧ କୌଶଳ ଓ ସିଆଇଏସଏଫ ପକ୍ଷରୁ ଅଗ୍ନିନିର୍ବାପନ ଏବଂ ଉଦ୍ଧାର କାର୍ଯ୍ୟର ନମୁନା ପ୍ରଦର୍ଶନ କରାଯାଇଥିଲା।


