Categories
ଆଞ୍ଚଳିକ

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ସମାରୋହ ଉଦଯାପିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ୧୯୪୯ ମସିହାରେ ପ୍ରତିଷ୍ଠିତ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି। ଦୀର୍ଘ ଦୁଇ ଦିନ ଧରି ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ପାଳିତ ହେଉଥିବା ବେଳେ ବୁଧବାର ସନ୍ଧ୍ୟାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଗହଣରେ ଉଦଯାପିତ ହୋଇଛି।

ବହୁ ପ୍ରାକ୍ତନ ଛାତ୍ରଛାତ୍ରୀ ନିଜ ସ୍କୁଲ ସମୟରେ ଅଭୁଲା ଦିନର ସ୍ମୃତି ମନେ ପକାଇ ଭାବବିହ୍ଵଳ ହେଉଥିବା ଦେଖିବାକୁ ମିଳିଥିଲା। ଏଥିସହିତ ବହୁ ଦିନ ପରେ ଏପରି ଏକ ସ୍ମରଣୀୟ ଦିନରେ ପୁରୁଣା ସାଙ୍ଗ ସାଥି ଏକାଠି ପାଇ ଭାବର ଆଦାନ ପ୍ରଦାନ କରିଥିଲେ। ଦିନ ତମାମ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳା ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା।

ଅପରାହ୍ନରେ ହୀରକ ଜୟନ୍ତୀ ସମାରୋହ କମିଟି ସଭାପତି ବିଜୟ କୁମାର ନାୟକଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୃହନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ସମ୍ମାନିତ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁ, ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଧିନା ମଞ୍ଜରୀ ବେହେରା, ମୁଖ୍ୟବକ୍ତା ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ଡ଼. ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

ସଭା ପ୍ରାରମ୍ଭରେ ଅତିଥି ଗହଣରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ହୀରକ ଜୟନ୍ତୀ ସମାରୋହ କମିଟି ସମ୍ପାଦକ ମୁରଲୀଧର ସାମନ୍ତସିଂହାର ବାର୍ଷିକ ବିବରଣୀ ପାଠ କରିଥିଲେ।

ମୁଖ୍ୟ ବକ୍ତା ଡ଼.ସ୍ୱାଇଁ ନିଜ ଅଭିଭାଷଣରେ ସଫଳତାର ଶିଡି ଚଢ଼ିବାକୁ ହେଲେ ଶୃଙ୍ଖଳାଗତ ଗୁଣାତ୍ମକ ଶିକ୍ଷା ଦ୍ୱାରା ଶୈକ୍ଷିକ ପରିବେଶକୁ ବିକଶିତ କରିଥାଏ ବୋଲି କହିଥିଲେ। ମୁଖ୍ୟ ଅତିଥି ଉଷା ଦେବୀ ଦୀର୍ଘ ୭୫ ବର୍ଷର ଘାତ ପ୍ରତିଘାତ ମଧ୍ୟରେ ବିଦ୍ୟାଳୟ ପ୍ରତିବର୍ଷ ବହୁ ଉଜ୍ବଳମୟୀ ଭବିଷ୍ୟତ ଗଠନ କରିଆସିଛି। ବହୁ ମାନି ଗୁଣି ଏମାଟିରୁ ଜନ୍ମିତ। ଏପରିକି ଏହି ବିଦ୍ୟାଳୟରୁ ବହୁ ଉଚ୍ଚ ପଦାଧିକାରୀ ଅଧିକାରୀ ଦେଶ ତଥା ବିଦେଶରେ ଅନେକ ଖ୍ୟାତି ଅର୍ଜନ କରିପାରିଛନ୍ତି। ଯାହାକି ଉତ୍ତମ ଶିକ୍ଷା ଭବିଷ୍ୟତ ଆଶାକୁ ଆଗକୁ ବଢ଼ିବାରେ ସହାୟକ ହୋଇପାରିବ ବୋଲି କହିଥିଲେ। ଏହିଅବସରରେ ବିଦ୍ୟାଳୟର ମୁଖ୍ୟ ଅତିଥିଙ୍କ ଦ୍ଵାରା ମୁଖପାତ୍ର ଚିଲିକା ଉନ୍ମୋଚିତ କରାଯାଇଥିଲା।

ସାନ୍ଧ୍ୟ ଅଧିବେଶନରେ ଅତିଥି କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ବହୁ ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ହୀରକ ଜୟନ୍ତୀ ସମାରୋହ କମିଟି ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୀରକ ଜୟନ୍ତୀ ସମାରୋହ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଦୀର୍ଘ ଦୁଇ ଦିନ ଧରି ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ପାଳିତ ହେବାକୁ ଥିବା ବେଳେ ଆଜି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମା’ ଉତ୍ତରାୟଣୀ ମନ୍ଦିର ଠାରୁ ବିଦ୍ୟାଳୟ ପରିସର ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା। ବିଦ୍ୟାଳୟ ପରିସରରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଓ ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଧୀନା ମଞ୍ଜରୀ ବେହେରା ଛାତ୍ରଛାତ୍ରୀ ମାନଙ୍କ ଠାରୁ ମଶାଲ ଗ୍ରହଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ବହୁ ପ୍ରାକ୍ତନ ଛାତ୍ରଛାତ୍ରୀ ନିଜ ସ୍କୁଲ ସମୟରେ ଅଭୁଲା ଦିନର ସ୍ମୃତି ମନେ ପକାଇ ଭାବବିହ୍ଵଳ ହେଉଥିବା ଦେଖିବାକୁ ମିଳିଥିଲା। ଏଥିସହିତ ବହୁ ଦିନ ପରେ ଏପରି ଏକ ସ୍ମରଣୀୟ ଦିନରେ ପୁରୁଣା ସାଙ୍ଗ ସାଥି ଏକାଠି ପାଇ ଭାବର ଆଦାନ ପ୍ରଦାନ କରିଥିଲେ। ମଧ୍ୟାହ୍ନରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା।

ଅପରାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଧୀନା ମଞ୍ଜରୀ ବେହେରାଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ଼.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ,ମୁଖ୍ୟବକ୍ତା ଭାବେ ସାଂସଦ ତଥା କିଟ ପ୍ରତିଷ୍ଠାତା ପ୍ରଫେସର ଡ଼.ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଡ଼.ସାମନ୍ତ ନିଜ ଅଭିଭାଷଣରେ ସଫଳତାର ଶିଡି ଚଢ଼ିବାକୁ ହେଲେ ଶୃଙ୍ଖଳା ନିହାତି ଆବଶ୍ୟକ।ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସ୍କୁଲରେ ସମସ୍ତ ସୁବିଧା ସୁଯୋଗ ରହିଛି।

କେବଳ ପାଠ ପଢିବାର ଆବଶ୍ୟକ ରହିଛି। କାହିଁକି ନା ଗୁଣାତ୍ମକ ଶିକ୍ଷା ଦ୍ୱାରା ଭକ୍ତି,ସାଧୁତା ସହ ଶୈକ୍ଷିକ ପରିବେଶକୁ ବିକଶିତ କରିଥାଏ ବୋଲି କହିଥିଲେ। ମୁଖ୍ୟ ଅତିଥି ଡ଼.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ନିଜ ଅଭିଭାଷଣରେ ଦୀର୍ଘ ୭୫ ବର୍ଷର ଘାତ ପ୍ରତିଘାତ ମଧ୍ୟରେ ବିଦ୍ୟାଳୟ ପ୍ରତିବର୍ଷ ବହୁ ଉଜ୍ବଳମୟୀ ଭବିଷ୍ୟତ ଗଠନ କରିଆସିଛି। ବହୁ ମାନି ଗୁଣି ଏମାଟିରୁ ଜନ୍ମିତ। ଏପରିକି ଏହି ବିଦ୍ୟାଳୟରୁ ବହୁ ଉଚ୍ଚ ପଦାଧିକାରୀ ଅଧିକାରୀ ଦେଶ ତଥା ବିଦେଶରେ ଅନେକ ଖ୍ୟାତି ଅର୍ଜନ କରିପାରିଛନ୍ତି। ଯାହାକି ଉତ୍ତମ ଶିକ୍ଷା ଭବିଷ୍ୟତ ଆଶାକୁ ଉଜ୍ବଳିତ କରିଥାଏ। ପ୍ରାଥମିକ,ମାଧ୍ୟମିକ,ଉଚ୍ଚ ମାଧ୍ୟମିକ ଶିକ୍ଷା ଛାତ୍ରଛାତ୍ରୀ ଜୀବନରେ ପ୍ରଥମ ସୋପାନ।ପ୍ରଥମ ସୋପାନର କୃତିତ୍ୱ ହିଁ ଆଗକୁ ବାଟ ଚାଲିବାର ରାସ୍ତା ଦେଖାଇଥାଏ। ଆପ୍ରାଣ ଚେଷ୍ଟା,କର୍ତଵ୍ୟନିଷ୍ଠା ଓ ପରିଶ୍ରମ ପ୍ରତିଟି କ୍ଷେତ୍ରରେ ଆଗକୁ ବଢ଼ିବାରେ ସହାୟକ ହୋଇପାରିବ ବୋଲି କହିଥିଲେ।

ଏହିଅବସରରେ ବିଦ୍ୟାଳୟର ମୁଖ୍ୟ ଅତିଥିଙ୍କ ଦ୍ଵାରା ମୁଖପାତ୍ର ଚିଲିକା ଉନ୍ମୋଚିତ କରାଯାଇଥିଲା ସାନ୍ଧ୍ୟ ଅଧିବେଶନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ହୀରକ ଜୟନ୍ତୀ ସମାରୋହ କମିଟି ସଭାପତି,ସମ୍ପାଦକ ଓ ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Categories
ଆଞ୍ଚଳିକ

୬୦ ବର୍ଷରେ ପଦାର୍ପଣ କଲା ଗୋଦାବରୀଶ ମହାବିଦ୍ୟାଳୟ, ଧୁମଧାମରେ ପାଳିତ ହେବ ହୀରକ ଜୟନ୍ତୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବରେ ଗୋଦାବରୀଶ ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ପରିଚିତ। ଆସନ୍ତା ଜୁଲାଇ ୨୬ ତାରିଖ ଅନୁଷ୍ଠାନର ୬୦ ତମ ପ୍ରତିଷ୍ଠା ଦିବସ। ଉକ୍ତ ଶିକ୍ଷାନୁଷ୍ଠାନ ୬୦ ବର୍ଷରେ ପଦାର୍ପଣ କରିଥିବାବେଳେ ପୁରାତନ ଛାତ୍ରସଙ୍ଘ ୨୬ ଓ ୨୭ ତାରିଖ ଦୁଇଦିନ ଧରି ହୀରକ ଜୟନ୍ତୀ ପାଳନ କରିବାକୁ ଅଣ୍ଟା ଭିଡ଼ିଛି।

ଆଜି କଲେଜର ଅଡିଟୋରିଅମ ହଲରେ ପୁରାତନ ଛାତ୍ରସଂଘ କମିଟି ସଭାପତି ଡଃ ଦେବେନ୍ଦ୍ର ନାଥ ମାନସିଂହଙ୍କ ଅଧ୍ୟକ୍ଷତାରେ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଥିବାରୁ ଏହାକୁ ସୀମିତ ଭାବରେ ପାଳନ କରିବାକୁ ପରିଚାଳନା ସମିତି ସଭାପତି ପୁର୍ବରୁ ନିଷ୍ପତି ନେଇଥିବା ବେଳେ ଏହାକୁ ପ୍ରବଳ ବିରୋଧ କରିଥିଲେ ପୁରାତନ ଛାତ୍ରସଂଘର କର୍ମକର୍ତ୍ତା।  ଏବଂ ଉକ୍ତ ହୀରକ ଜୟନ୍ତୀକୁ ଖୁବ ଧୂମଧାମରେ ଦୁଇ ଦିନ ଧରି ପାଳନ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଉକ୍ତ ନିଷ୍ପତ୍ତିନାମାର ଏକକିତା ନକଲ କଲେଜ ଅଧ୍ୟକ୍ଷ ଓ କଲେଜ ପରିଚାଳନା ସମିତି ସଭାପତିଙ୍କୁ ଦିଆଯିବାପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ଗବେଷକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ (ହୀରକ ଜୟନ୍ତୀ) ପାଳନ ଅବସରରେ ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡାଙ୍କୁ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ତଥା ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଗୁରୁବାର ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ରାଜଧାନୀ ପ୍ରତିଷ୍ଠା କମିଟି ପକ୍ଷରୁ ଆୟୋଜିତ ଏହି ସମାରୋହରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଫେସର ପରିଡାଙ୍କୁ ସମ୍ମାନିତ କରିଥିଲେ।

ଏହି ଅବସରରେ ବିଏମସି ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବରୁ ପ୍ରଫେସର ପରିଡା ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଦୁଇ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନିତ ହୋଇ ସାରିଛନ୍ତି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ‘ଗ୍ରାଣ୍ଡ ଆଲୁମନି ମିଟ୍’ ପାଇଁ ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଷାଠିଏ ବର୍ଷ ଅବସରରେ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଦୀର୍ଘବର୍ଷ ଧରି ପୁରାତନ ଛାତ୍ରଛାତ୍ରୀ କମିଟି ଗଠନ ହୋଇପାରିନଥିଲା। ନୂତନ ଭାବେ ବିନାୟକ ହୋତା କଲେଜର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର କମିଟି ଗଠନ କରି ଗ୍ରାଣ୍ଡ ଆଲୁମନି ମିଟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛନ୍ତି।

ଗତ କିଛଦିନ ପୂର୍ବେ ପୁରାତନ ଛାତ୍ର ସଂଘର କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଚୟନ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ଉକ୍ତ କମିଟିର ସଭାପତି ଭାବେ ମନୋନୀତ ହୋଇଥିଲେ। ତେବେ ଆଜି କଲେଜ ଅଧ୍ୟୟନ କକ୍ଷରେ ସଭାପତିଙ୍କ ଆବାହାନ କ୍ରମେ ପ୍ରଥମଥର କାର୍ଯ୍ୟକାରୀ କମିଟିର ବୈଠକ ଆହୁତ ହୋଇଥିଲା।

ସଂଗଠନକୁ ରେଜିଷ୍ଟ୍ରେସନ କରିବା, ଉଚ୍ଚ ପଦ ପଦବୀରେ ଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା, ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସଂଗଠନରେ ସାମିଲ କରିବା ଏବଂ ସେମାନଙ୍କ ମାଧ୍ୟମରେ କଲେଜର ଉନ୍ନତି କରିବାକୁ ଲକ୍ଷ୍ୟ ରଖି ଆଗକୁ ବଢିବାକୁ ସର୍ବସମ୍ମତ କ୍ରମେ ଏକାଧିକ ପ୍ରସ୍ତାବ ଗୃହୀତ ହୋଇଥିଲା।

ତତସହିତ ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବଡଧରଣର ସମ୍ମିଳନୀ କରିବାକୁ ପ୍ରସ୍ତାବ ନିଆଯାଇଥିଲା। ଯେଉଁଥିପାଇଁ ସଂଗଠନରେ ସଦସ୍ୟମାନେଏକ ସର୍ବନିମ୍ନ ରାଶି ରସିଦ ଜରିଆରେ ସଂଗଠନକୁ ଦେବେ। ଯାହାକୁ ସଭାପତି, ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କ ନାମରେ ବ୍ୟାଙ୍କରେ ଜମା କରାଯିବ।

ଉକ୍ତ ସଂଗଠନରେ କଲେଜର ଉନ୍ନତି ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ ହେବାକୁ ସଭାପତି ଏବଂ ଅଧ୍ୟକ୍ଷ ନିବେଦନ କରିଛନ୍ତି।

ଏହି ବୈଠକରେ ସଭାପତି ଓ ଅଧ୍ୟକ୍ଷଙ୍କ ସମେତ ସମ୍ପାଦକ ଲକ୍ଷ୍ମୀପ୍ରସାଦ ମିଶ୍ର, ଉପ ସଭାପତି ଅମରେନ୍ଦ୍ର ରଣସିଂହ, ମହେଶ୍ୱର ଜେନା, ମୋହିନୁଲ ହକ, ଗୋପୀନାଥ ମହାରଣା, ସଂଗ୍ରାମ କେଶରୀ ସାହୁ, ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଏବଂ ସମସ୍ତ କମିଟି ସଭ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ପତିତପାବନ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଯୋଗ ଦେବେ ଓଡିଶା ଓ ଆନ୍ଧ୍ର ରାଜ୍ୟପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ କରିବ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହାତକୁ ନିଆଯାଇଛି। ତେବେ ଆସନ୍ତା ୧୨ ଏବଂ ୧୩ ତାରିଖ ଦୁଇ ଦିନ ବ୍ୟାପି ଉକ୍ତ ହୀରକ ଜୟନ୍ତୀ ପାଳନ ହେବ। ଫେବୃୟାରୀ ୧୨ ତାରିଖ ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ବାଣପୁର ମାଟିର ପୁଅ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୩ ତାରିଖ ଦିନ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏଥି ନିମନ୍ତେ ବାଣପୁର ଓ ଗମ୍ଭାରୀମୁଣ୍ଡା ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ବାଣପୁର ଅଞ୍ଚଳରେ ଗୋଟାଏ କାର୍ଯ୍ୟକ୍ରମରେ ଦୁଇ ଦୁଇ ଜଣ ରାଜ୍ୟପାଳ ଆସିବା ପ୍ରଥମ ଘଟଣା।  ଉକ୍ତ ଗସ୍ତକୁ ସଫଳ କରିବା ନିମନ୍ତେ ଅଞ୍ଚଳବାସୀଙ୍କୁ ହୀରକ ଜୟନ୍ତୀ କମିଟି ସମ୍ପାଦକ ତଥା ଲୋକପ୍ରିୟ ସମାଜସେବୀ ଡାକ୍ତର ସୁରେନ୍ଦ୍ର ନାଥ ଦାସ ନିବେଦନ କରିଛନ୍ତି।