୬୦ ବର୍ଷରେ ପଦାର୍ପଣ କଲା ଗୋଦାବରୀଶ ମହାବିଦ୍ୟାଳୟ, ଧୁମଧାମରେ ପାଳିତ ହେବ ହୀରକ ଜୟନ୍ତୀ

Published: Jul 5, 2023, 9:06 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବରେ ଗୋଦାବରୀଶ ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ପରିଚିତ। ଆସନ୍ତା ଜୁଲାଇ ୨୬ ତାରିଖ ଅନୁଷ୍ଠାନର ୬୦ ତମ ପ୍ରତିଷ୍ଠା ଦିବସ। ଉକ୍ତ ଶିକ୍ଷାନୁଷ୍ଠାନ ୬୦ ବର୍ଷରେ ପଦାର୍ପଣ କରିଥିବାବେଳେ ପୁରାତନ ଛାତ୍ରସଙ୍ଘ ୨୬ ଓ ୨୭ ତାରିଖ ଦୁଇଦିନ ଧରି ହୀରକ ଜୟନ୍ତୀ ପାଳନ କରିବାକୁ ଅଣ୍ଟା ଭିଡ଼ିଛି।

ଆଜି କଲେଜର ଅଡିଟୋରିଅମ ହଲରେ ପୁରାତନ ଛାତ୍ରସଂଘ କମିଟି ସଭାପତି ଡଃ ଦେବେନ୍ଦ୍ର ନାଥ ମାନସିଂହଙ୍କ ଅଧ୍ୟକ୍ଷତାରେ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଥିବାରୁ ଏହାକୁ ସୀମିତ ଭାବରେ ପାଳନ କରିବାକୁ ପରିଚାଳନା ସମିତି ସଭାପତି ପୁର୍ବରୁ ନିଷ୍ପତି ନେଇଥିବା ବେଳେ ଏହାକୁ ପ୍ରବଳ ବିରୋଧ କରିଥିଲେ ପୁରାତନ ଛାତ୍ରସଂଘର କର୍ମକର୍ତ୍ତା।  ଏବଂ ଉକ୍ତ ହୀରକ ଜୟନ୍ତୀକୁ ଖୁବ ଧୂମଧାମରେ ଦୁଇ ଦିନ ଧରି ପାଳନ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଉକ୍ତ ନିଷ୍ପତ୍ତିନାମାର ଏକକିତା ନକଲ କଲେଜ ଅଧ୍ୟକ୍ଷ ଓ କଲେଜ ପରିଚାଳନା ସମିତି ସଭାପତିଙ୍କୁ ଦିଆଯିବାପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Related posts