Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟ ‘ଗ୍ରାଣ୍ଡ ଆଲୁମନି ମିଟ୍’ ପାଇଁ ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ‘ଗ୍ରାଣ୍ଡ ଆଲୁମନି ମିଟ୍’ ପାଇଁ ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

March 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଷାଠିଏ ବର୍ଷ ଅବସରରେ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଦୀର୍ଘବର୍ଷ ଧରି ପୁରାତନ ଛାତ୍ରଛାତ୍ରୀ କମିଟି ଗଠନ ହୋଇପାରିନଥିଲା। ନୂତନ ଭାବେ ବିନାୟକ ହୋତା କଲେଜର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର କମିଟି ଗଠନ କରି ଗ୍ରାଣ୍ଡ ଆଲୁମନି ମିଟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛନ୍ତି।

ଗତ କିଛଦିନ ପୂର୍ବେ ପୁରାତନ ଛାତ୍ର ସଂଘର କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଚୟନ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ଉକ୍ତ କମିଟିର ସଭାପତି ଭାବେ ମନୋନୀତ ହୋଇଥିଲେ। ତେବେ ଆଜି କଲେଜ ଅଧ୍ୟୟନ କକ୍ଷରେ ସଭାପତିଙ୍କ ଆବାହାନ କ୍ରମେ ପ୍ରଥମଥର କାର୍ଯ୍ୟକାରୀ କମିଟିର ବୈଠକ ଆହୁତ ହୋଇଥିଲା।

ସଂଗଠନକୁ ରେଜିଷ୍ଟ୍ରେସନ କରିବା, ଉଚ୍ଚ ପଦ ପଦବୀରେ ଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା, ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସଂଗଠନରେ ସାମିଲ କରିବା ଏବଂ ସେମାନଙ୍କ ମାଧ୍ୟମରେ କଲେଜର ଉନ୍ନତି କରିବାକୁ ଲକ୍ଷ୍ୟ ରଖି ଆଗକୁ ବଢିବାକୁ ସର୍ବସମ୍ମତ କ୍ରମେ ଏକାଧିକ ପ୍ରସ୍ତାବ ଗୃହୀତ ହୋଇଥିଲା।

ତତସହିତ ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବଡଧରଣର ସମ୍ମିଳନୀ କରିବାକୁ ପ୍ରସ୍ତାବ ନିଆଯାଇଥିଲା। ଯେଉଁଥିପାଇଁ ସଂଗଠନରେ ସଦସ୍ୟମାନେଏକ ସର୍ବନିମ୍ନ ରାଶି ରସିଦ ଜରିଆରେ ସଂଗଠନକୁ ଦେବେ। ଯାହାକୁ ସଭାପତି, ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କ ନାମରେ ବ୍ୟାଙ୍କରେ ଜମା କରାଯିବ।

ଉକ୍ତ ସଂଗଠନରେ କଲେଜର ଉନ୍ନତି ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ ହେବାକୁ ସଭାପତି ଏବଂ ଅଧ୍ୟକ୍ଷ ନିବେଦନ କରିଛନ୍ତି।

ଏହି ବୈଠକରେ ସଭାପତି ଓ ଅଧ୍ୟକ୍ଷଙ୍କ ସମେତ ସମ୍ପାଦକ ଲକ୍ଷ୍ମୀପ୍ରସାଦ ମିଶ୍ର, ଉପ ସଭାପତି ଅମରେନ୍ଦ୍ର ରଣସିଂହ, ମହେଶ୍ୱର ଜେନା, ମୋହିନୁଲ ହକ, ଗୋପୀନାଥ ମହାରଣା, ସଂଗ୍ରାମ କେଶରୀ ସାହୁ, ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଏବଂ ସମସ୍ତ କମିଟି ସଭ୍ୟ ଉପସ୍ଥିତ ଥିଲେ।

ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର ହୀରକ ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ NSS ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

September 8, 2026
Latest News

ଦିଲ୍ଲୀରେ ପୁଟିନ, ମୋଦୀଙ୍କ ସହ ଆଜି ମହାବୈଠକ: ପ୍ରତିରକ୍ଷାଠାରୁ ଶକ୍ତି-ବାଣିଜ୍ୟ, ରହିବ ଏହି ବଡ଼ ପ୍ରସଙ୍ଗ

September 11, 2026

ନୂଆଦିଲ୍ଲୀରେ ବ୍ରିକ୍ସ ମହାକୁମ୍ଭ: ପୁଟିନ, ଜିନ୍‌ପିଙ୍ଗଙ୍କ ସହ ଏକାଠି ହେବେ ୧୧ ରାଷ୍ଟ୍ରମୁଖ୍ୟ

September 11, 2026

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ଯାଏଁ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଅଭିଯାନ

September 11, 2026

ଆଜିଠାରୁ ଆରମ୍ଭ ହେବ ‘କୋଠା ଓ ଅନ୍ୟାନ୍ୟ ଶ୍ରମିକ’ଙ୍କ ଜାତୀୟ ସମ୍ମିଳନୀ

September 11, 2026

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.