(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଦିଗପହଣ୍ଡି ଥାନା ଘୋଡ଼ା ହାଡ଼ ରାସ୍ତା ଭୁଷୁଣ୍ଡା ନିକଟରେ ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ନିରଞ୍ଜନ ଗୌଡ ଓ ସୁମିତ ପଣ୍ଡା ନାମକ ଦୁଇ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଉକ୍ତ ଦୁଇ ଯୁବକ ଦିଗପହଣ୍ଡି ଠାରୁ କାମ ସାରି ନିଜ ଗାଁ ପାଳଝଡି ଫେରୁଥିବା ବେଳେ ସାମ୍ନା ପଟୁ ଆସୁଥିବା ପଥର ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ବେଳେ ପୋଲିସ ଗୋଡ଼ାଇ ଗୋଡ଼ାଇ ନିକଟସ୍ଥ ଶିବ ମନ୍ଦିର ନିକଟରୁ କାବୁ କରିଥିଲେ। ଟ୍ରାକ୍ଟରଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


