Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡାରେ ସଡ଼କ ଦୁର୍ଘଟଣା ଘଟି ଯୁବକଙ୍କ ପ୍ରାଣହାନୀ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଆଜି ସଂନ୍ଧ୍ୟାରେ ନାଚୁଣୀ ଥାନା ଗମ୍ଭାରୀମୁଣ୍ଡା ସ୍କୁଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଢ଼େଙ୍କନାଳ ଜିଲ୍ଲା ରାସଳୋ ଥାନା ଅନ୍ତର୍ଗତ ହିଲିସର ଗ୍ରାମର ଚନ୍ଦନ ଦେହୁରୀ (୨୨) ବୋଲି ଜଣାପଡିଛି।

ସୂଚନା ମୁତାବକ ଦେଙ୍କନାଳ ଅଞ୍ଚଳର କିରଣ ଟେଣ୍ଟ ହାଉସ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଏକ ବିବାହ ଭୋଜି ନିମନ୍ତେ ଟେଣ୍ଟ କାର୍ଯ୍ୟ କରିବାକୁ ଠିକା ନେଇଥିଲେ। ମୃତକ ଚନ୍ଦନ ଉକ୍ତ ଟେଣ୍ଟ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ।

ତେବେ ଟେଣ୍ଟ କାର୍ଯ୍ୟ ସାରି ଚନ୍ଦନ ନିକଟସ୍ଥ ବିଲ ମଧ୍ୟରେ ଶୋଇ ପଡ଼ିଥିବା ବେଳେ କ୍ୟାଟରିଙ୍ଗ ପାଇଁ ଆସିଥିବା ଏକ ୧୧୦୯ ଗାଡିଟି ବୁଲେଇଲା ବେଳେ ଅସାବଧାନତାବଶତଃ ଚନ୍ଦନଙ୍କ ଉପରେ ଚଢାଇ ଦେଇଥିଲା। ଯାହା ଫଳରେ ଚନ୍ଦନ ଗୁରୁତର ଭାବେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ସାଥିରେ ଥିବା ଅନ୍ୟ ସହଯୋଗୀ ମାନେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତରଖାନାରେ ଚନ୍ଦନ ମୃତ୍ୟୁବରଣ କରିଥିବା ଡାକ୍ତର ଏ. କେ ପାତ୍ର ସୂଚନା ଦେଇଛନ୍ତି।

ସୂଚନା ପାଇ ବାଣପୁର ପୋଲିସ ଡାକ୍ତରଖାନାରେ ପହଂଚିଥିବାବେଳେ ମାମଲାକୁ ନାଚୁଣୀ ଥାନାକୁ ହସ୍ତାନ୍ତର କରିଛି।

Categories
ଆଞ୍ଚଳିକ

ବାଣପୁର: ବିଦ୍ୟୁତ ଆଘାତରେ ଯୁବକଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଅଂଚଳର ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ତୋରସିଂ ଗ୍ରାମ ପଂଚାୟତର ଲହଂଗାଡିହ ଗ୍ରାମର ମଦନ ମୋହନ ସାହୁ (୪୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଖବର ମୁତାବକ ମଦନ ବିଭିନ୍ନ ଜାଗାରେ ବିଦ୍ୟୁତ କାମ କରୁଥିବା ବେଳେ ଉକ୍ତ ଗ୍ରାମର ନରେଶ ସାହୁଙ୍କର ଗମ୍ଭାରୀମୁଣ୍ଡା ସ୍ଥିତ ଏକ ମାର୍କେଟ କମ୍ପ୍ଲେସ ଠାରେ ଆଜି ବିଦ୍ୟୁତ ମରାମତି କାର୍ଯ୍ୟ କରୁଥିଲେ। ଅସାବଧାନତା ବଶତଃ କୌଣସି କାରଣରୁ ମଦନଙ୍କୁ ବିଦ୍ୟୁତ ଆଘାତ ଲାଗିଥିବା ବେଳେ ନରେଶ ତାଙ୍କୁ ଗମ୍ଭାରୀମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରୁ ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିବା ବେଳେ ଏଠାରେ ଡାକ୍ତର ମଦନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ମଦନ ତାଙ୍କ ପିତାମାତାଙ୍କର ଏକମାତ୍ର ପୁଅ ଥିବାବେଳେ ଆତ୍ମୀୟ ସ୍ୱଜନଙ୍କର କ୍ରନ୍ଦନ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଡାକ୍ତରଖାନା ତରଫରୁ ବାଣପୁର ପୋଲିସକୁ ସୂଚନା ଦେବାପରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଲରି ରେଳ ଷ୍ଟେସନ ଠାରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ପ୍ରାଣହାନୀ!

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ସୋଲରି ରେଳ ଷ୍ଟେସନ ଠାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ। ଯୁବକ ଜଣକ ବାଣପୁର ଅଞ୍ଚଳର ଗଗନ ଆଚାର୍ଯ୍ୟଙ୍କ ପୁତ୍ର ଅସିତ ଆଚାର୍ଯ୍ୟ (୨୦) ବୋଲି ଜଣାପଡିଛି। ସୋଲରି ସବ ଷ୍ଟେସନ ନିକଟରେ ତାଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡିରହିଥିବା ବେଳେ ରାତିରେ ଏ ନେଇ ସୂଚନା ପାଇଥିଲା ବାଲୁଗାଁ ଆରପିଏଫ। ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ ଜିଆରପି ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ମେଡିକାଲ ପଠାଇଦେଇଥିବା ଜଣାପଡିଛି।

ତେବେ ପ୍ରାଥମିକ ତଦନ୍ତରୁ ଟ୍ରେନରୁ ଖସି ପଡ଼ିଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଜିଆରପି ଏଏସଆଇ ପରୀକ୍ଷିତ ନାୟକ ସୂଚନା ଦେଇଛନ୍ତି। ଏ ନେଇ ଜିଆରପି କେସ ନମ୍ବର ୨୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ମୃତ ଅସିତ ଦିଲ୍ଲୀରେ ଚାକିରୀ କରୁଥିବାର ଜଣାପଡିଛି।

ଉଲ୍ଲେଖ ଥାଉ କି ଗଗନ ଆଚାର୍ଯ୍ୟଙ୍କର ତିନି ପୁଅ ମଧ୍ୟରୁ ଅସିତ ହେଉଛନ୍ତି ମଝିଆଁ ପୁଅ। ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କର ବଡ ପୁଅ କଟକ ବଡ ମେଡିକାଲରେ ଡାକ୍ତରୀ ପାଠ ପଢୁଥିବା ବେଳେ ସାନ ପୁଅ ରେଭେନ୍ସା କଲେଜରେ ଅଧ୍ୟୟନ କରୁଛନ୍ତି। ହେଲେ ଅସିତ କିଟ୍ ବିଶ୍ୱବିଦ୍ୟାଳୟରେ ଡିପ୍ଲୋମା ପାଠ ସାରି ଦିଲ୍ଲୀରେ ଚାକିରୀ କରିଥିଲେ। କିନ୍ତୁ ସେ ଉଚ୍ଚ ଶିକ୍ଷା (ଡିଗ୍ରୀ) କରିବା ଲକ୍ଷ୍ୟରେ ଗାଁକୁ ଆସିଥିଲେ। ତେଣୁ ସେ ଆଡମିସନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ବର ଯାଉଥିଲେ ବୋଲି ଜଣାପଡିଛି। ହେଲେ ତା’ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଅସିତଙ୍କ ମୃତ୍ୟୁ ଖବର ଶୁଣିବା ପରେ ବାଣପୁରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଣ୍ଡାରେ ସଙ୍ଘବଦ୍ଧ ଆକ୍ରମଣ: ଘଟଣାସ୍ଥଳରେ ଯୁବକଙ୍କ ପ୍ରାଣହାନୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାରରେ ଏକ ହତ୍ୟାକାଣ୍ଡ ଘଟି ସନାତନ ଚୌଧୁରୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ନିହତ ଯୁବକ ଜଣକ ନୁଆ ବସଷ୍ଟାଣ୍ଡରେ ହକର କାମ କରି ପରିବାର ପ୍ରତିପୋଷଣ ଚଳାଇଥିଲେ। ସେ ଘରକୁ ଫେରିବା ବେଳେ ୪ରୁ ୫ ଯୁବକ ହଠାତ୍ ତାକୁ ଖଣ୍ଡାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଯ’ଦ୍ଵାରା ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ହତ୍ୟାକାଣ୍ଡ ଘଟାଇ ଆସାମୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ପୁର୍ବ ଶତ୍ରୁତାରୁ ଏହି ଘଟଣା ଘଟିଛି ବୋଲି ଅଞ୍ଚଳରେ ଆଲୋଚନା ହେଉଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ପ୍ରାଣହାନୀ, ଗାଡ଼ି ଚାଳକ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ସାନ ହନ୍ତୁଆଡ଼ ଗ୍ରାମର ହେମନ୍ତ ସ୍ୱାଇଁ (୨୮) ଓଡଗାଁରୁ କାମ ସାରି ନିଜ ବାଇକରେ ଗଣେଶ ପାଇକରାୟଙ୍କ ସହ ଘରକୁ ଫେରୁଥିବା ବେଳେ ଓଡଗାଁ-କୋଳଥଡିହ ମଝି ରାସ୍ତାରେ ଏକ ବୋଲେରୋ ପିକ ଅପ ଗାଡ଼ି ହେମନ୍ତଙ୍କ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକରୁ ଛିଟିକି ତଳେ ପଡିଯାଇଥିବା ବେଳେ ହେମନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ଗଣେଶଙ୍କୁ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରି ବାଣପୁର ମେଡିକାଲ ପଠାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ମୃତ ହେମନ୍ତଙ୍କ ପିତା ରବୀନ୍ଦ୍ର ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର ୪୯୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।