ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ବିଳମ୍ବିତ ରାତିରେ ଏକ ଅଘଟଣ ଘଟି ବଳିଆ ନାହାକ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସହରର ରାଧାକୃଷ୍ଣ କମିଟି ପକ୍ଷରୁ ଆୟୋଜିତ ଅପେରା “ଯାତ୍ରା ସିଂହବାହିନୀ” ର ନାଟକ ପରିବେଷଣ ଦେଖିବାକୁ ଆସି ବିଦ୍ୟୁତ୍ ଆଘାତରେ ଆସି ବଳିଆ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ବଳିଆଙ୍କ ଘର ନିକଟସ୍ଥ ଆଙ୍କୋରଡା ଗ୍ରାମ ଓ ଅପେରା ଦେଖିବାକୁ ଆସି ଏହି ଭଳି ଅଘଟଣର ସମ୍ମୁଖୀନ ହୋଇଥିବା କୁହାଯାଉଛି।


