Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱ-ଗଣନା ପୋର୍ଟାଲ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ନିଜସ୍ଵ ତଥ୍ୟ ପ୍ରଦାନ
ଆଜିର ଖବର

ସ୍ୱ-ଗଣନା ପୋର୍ଟାଲ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ନିଜସ୍ଵ ତଥ୍ୟ ପ୍ରଦାନ

April 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
C.S. Submits Personal Data on Self-Enumeration Portal
C.S. Submits Personal Data on Self-Enumeration Portal

ଭୁବନେଶ୍ଵର: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟରେ ସମଗ୍ର ଓଡ଼ିଶାର ୩୦ ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଅପ୍ରେଲ୍ ୧୬ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏହା ପୂର୍ବରୁ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନାର ପ୍ରାବଧାନ ରହିଛି। ଏହି କାର୍ଯ୍ୟକ୍ରମରେ ସେଲ୍ଫ ଏନ୍ୟୁମେରେସନ ପୋର୍ଟାଲ-ଏସଇ (https://se.census.gov.in) ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରି ପାରିବେ।

ଏହି ସ୍ଵ-ଗଣନା କାର୍ଯ୍ୟକ୍ରମ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଅପ୍ରେଲ୍ ୧୬ ତାରିଖରୁ ତାଲିମପ୍ରାପ୍ତ ଗଣନାକାରୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଏବଂ ଆପଣ ପ୍ରଦତ୍ତ କରିଥିବା ତଥ୍ୟର ଯାଞ୍ଚ କରି ଚୂଡ଼ାନ୍ତ କଲା ପରେ ଦାଖଲ କରିବେ। ଭାରତୀୟ ଜନଗଣନାରେ ପ୍ରଥମଥର କରି ସ୍ଵ – ଗଣନାର ପ୍ରାବଧାନ ରଖାଯାଇଛି , ଯାହା ଆଜି ଠାରୁ ଆରମ୍ଭ ହେଉଛି ଏବଂ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନିଜେ ପୋର୍ଟାଲ ମାଧ୍ୟମରେ ନିଜସ୍ଵ ତଥ୍ୟ ପ୍ରଦାନ କରିଛନ୍ତି। ଏହି ଜାତୀୟ କାର୍ଯ୍ୟକ୍ରମରେ ସ୍ଵ-ଗଣନା ମାଧ୍ୟମ ରେ ସଠିକ ତଥ୍ୟ ପ୍ରଦାନ କରି ସହଯୋଗ ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିବା ସହ ଏହି ଅବସରରେ ସେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ଏହି ସ୍ୱ-ଗଣନା ପ୍ରକ୍ରିୟା କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ, ଯୁଗ୍ମ ନିର୍ଦ୍ଦେଶକ ହେମନ୍ତ କୁମାର ସିଂହ ଓ ହାରାଧନ କର୍ମୀ ଏବଂ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାହୁ ଏବଂ ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ କମିଶନର ପ୍ରିୟଦର୍ଶିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Personal Data Self-Enumeration Portal ଓଡିଶା ଗୃହ ମନ୍ତ୍ରଣାଳୟ ଜନଗଣନା ନିର୍ଦ୍ଦେଶାଳୟ ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୨ ତାରିଖ ଗୁରୁବାର ଦିନ କ’ଣ ରହିଛି ଆପଣଙ୍କ ରାଶିରେ, ପଢନ୍ତୁ ବିସ୍ତୃତ ରାଶିଫଳ

April 2, 2026

ସୋଆରେ ଉତ୍କଳ ଦିବସ ପାଳିତ

April 1, 2026

ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ

April 1, 2026

ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ: ଓଡ଼ିଶା ସମେତ ୮ ରାଜ୍ୟକୁ ୧,୫୩୬ କୋଟି ମଞ୍ଜୁର

April 1, 2026
Latest News

ସ୍ୱ-ଗଣନା ପୋର୍ଟାଲ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ନିଜସ୍ଵ ତଥ୍ୟ ପ୍ରଦାନ

April 2, 2026

ଜନଗଣନା-୨୦୨୭: ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ

April 2, 2026

ଆଜି ଏପ୍ରିଲ ୨ ତାରିଖ ଗୁରୁବାର ଦିନ କ’ଣ ରହିଛି ଆପଣଙ୍କ ରାଶିରେ, ପଢନ୍ତୁ ବିସ୍ତୃତ ରାଶିଫଳ

April 2, 2026

ସୋଆରେ ଉତ୍କଳ ଦିବସ ପାଳିତ

April 1, 2026

ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.