Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରରେ ଜନଗଣନା ତାଲିମ ଶିବିର ଶେଷ: ୧୯୮ ଜଣଙ୍କୁ ପ୍ରଶିକ୍ଷଣ
ଆଜିର ଖବର

ରଣପୁରରେ ଜନଗଣନା ତାଲିମ ଶିବିର ଶେଷ: ୧୯୮ ଜଣଙ୍କୁ ପ୍ରଶିକ୍ଷଣ

April 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଣପୁରରେ ଜନଗଣନା ତାଲିମ ଶିବିର ଶେଷ: ୧୯୮ ଜଣଙ୍କୁ ପ୍ରଶିକ୍ଷଣ
ରଣପୁରରେ ଜନଗଣନା ତାଲିମ ଶିବିର ଶେଷ: ୧୯୮ ଜଣଙ୍କୁ ପ୍ରଶିକ୍ଷଣ

ରଣପୁର: ୨୦୨୭ ଜନଗଣନା ଅଭିଯାନର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ତିନି ଦିନିଆ ଗଣନାକାରୀ ଓ ସୁପରଭାଇଜର ତାଲିମ ଶିବିର ରଣପୁରରେ ସଫଳତାର ସହ ଶେଷ ହୋଇଛି।

ଏହି ତାଲିମ ଶିବିର ରଣପୁର ତହସିଲ ଓ ବିଜ୍ଞାପିତ ପରିଷଦର ମିଳିତ ପ୍ରୟାସରେ ଆୟୋଜିତ ହୋଇଥିଲା। ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇ ଅପ୍ରେଲ ୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ତାଲିମ କାର୍ଯ୍ୟକ୍ରମ ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ ଓ ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ରଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ ହୋଇଥିଲା।

ତାଲିମ ଶିବିରରେ ଅତିରିକ୍ତ ତହସିଲଦାର ବିଜୟ କୁମାର ବାରିକ ଅଧିକାରୀ ଭାବେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ନିରୀକ୍ଷଣ କରିଥିଲେ। ପ୍ରଶିକ୍ଷକ ଭାବେ ଶକ୍ତି ପ୍ରସାଦ ଆଚାର୍ଯ୍ୟ, ଗୋଦାବରୀ ନାୟକ, ବସନ୍ତ କୁମାର ସାହୁ, ଖିରୋଦ ଚନ୍ଦ୍ର ରାଉତରାୟ, ଗୋପୀନାଥ ପ୍ରଧାନ ଓ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ତାଲିମ ଶିବିର ପରିଚାଳନାରେ ସି.ଆର.ସି.ସି ସୁଧାକର ମିଶ୍ର, ସୁଶୀଲ କୁମାର ରଣା, ପୂର୍ଣ୍ଣଚନ୍ଦ୍ର ଜେନା, ସିମାଞ୍ଚଳ ସିଠ, ଶିବନାରାୟଣ ପ୍ରଧାନ ଓ ପ୍ରଭାତ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୯୮ ଜଣ ଗଣନାକାରୀ ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ତାଲିମର ଅନ୍ତିମ ପର୍ଯ୍ୟାୟରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଶପଥ ପାଠ କରାଯାଇଥିଲା।

ଏହି ତାଲିମ ଶିବିର ମାଧ୍ୟମରେ ଜନଗଣନା କାର୍ଯ୍ୟକୁ ସୁଚାରୁ ଓ ସଫଳ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ସୁନିଶ୍ଚିତ ହୋଇଥିବା ମତ ପ୍ରକାଶ ପାଇଛି।

ଜନଗଣନା ଅଭିଯାନ ତାଲିମ ଶିବିର ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ବ ସ୍ବପରାୟଣତା ଦିବସ ପାଳନ ଓ ଦିବ୍ୟାଙ୍ଗ ଉପଯୋଗୀ ଉପକରଣ ବଣ୍ଟନ

April 2, 2026

ଆଜି କିଏ ଜିତିବ, କୋଲକାତା ଏବଂ ହାଇଦ୍ରାବାଦ ମଧ୍ୟରେ କାହାର ପଲ୍ଲା ଭାରି?

April 2, 2026

ଡିଏଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026
Latest News

ରଣପୁରରେ ଜନଗଣନା ତାଲିମ ଶିବିର ଶେଷ: ୧୯୮ ଜଣଙ୍କୁ ପ୍ରଶିକ୍ଷଣ

April 2, 2026

ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକିଲେ ସରକାର: ମହିଳା ସଂରକ୍ଷଣ ବିଲ୍ ଉପରେ ହେବ ଆଲୋଚନା

April 2, 2026

‘ହର୍ମୁଜ୍’ ପାଇଁ ୩୫ଟି ରାଷ୍ଟ୍ରର ବୈଠକ: ଭାରତକୁ ମଧ୍ୟ ମିଳିଲା ନିମନ୍ତ୍ରଣ

April 2, 2026

‘କର୍ମଯୋଗୀ ସାଧନା ସପ୍ତାହ’ କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

April 2, 2026

‘ଅରେଞ୍ଜ ଇକୋନୋମି’କୁ ଗତି: ସାରା ଦେଶରେ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ ର ବିସ୍ତାର

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.