ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଭାବେ ରେଢ଼ାଖୋଲର ସୁଷମା ମୁଣ୍ଡାଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ବିଜେପି ନେତ୍ରୀ ସୁଷମା ମୁଣ୍ଡା ପୂର୍ବରୁ ରେଢ଼ାଖୋଲ ଏନ ଏ ସି ର ଅଧ୍ୟକ୍ଷା ଥିଲେ। ସେ ବହୁ ବର୍ଷ ହେଲା ବିଜେପି ପାଇଁ କାମ କରି ଆସୁଛନ୍ତି।
ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିବାରୁ ରେଢ଼ାଖୋଲରେ ସୁଷମା ମୁଣ୍ଡାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।


