Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ
ଆଜିର ଖବର

ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

April 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ
ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଜୟଯାତ୍ରା ଜାରି ରଖି, ରିଲାଏନ୍ସ ଜିଓ ଚଳିତ ବର୍ଷ ଫେବୃଆରୀ ମାସରେ ରାଜ୍ୟରେ ସର୍ବାଧିକ ୧.୮୮ ଲକ୍ଷ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଫେବୃଆରୀରେ ଓଡ଼ିଶାରେ ୧.୭୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୧୩୬୦୦ ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଜିଓ ନେଟୱାର୍କରେ ଯୋଡି ହୋଇଛନ୍ତି । ଉଲ୍ଲେଖନୀୟ ଭାବରେ ଜିଓ ଫେବୃଆରୀ ମାସରେ ଓଡ଼ିଶାରେ ତାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ପ୍ରାୟ ଚାରି ଗୁଣ ଅଧିକ ନୂତନ ଗ୍ରାହକ ଯୋଡିଛି।

ଏହା ସହିତ, ଜିଓ ଓଡିଶାରେ ୱାୟାରଲେସ୍‌, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୁଦୃଢ କରିଛି ଏବଂ ରାଜ୍ୟରେ ଏହାର ସର୍ବାଧିକ ୧.୭୫ କୋଟି ମୋବାଇଲ୍ ଉପଭୋକ୍ତା, ୩.୬୬ ଲକ୍ଷ ଜିଓଫାଇବର ଉପଭୋକ୍ତା ଏବଂ ୩.୬୩ ଲକ୍ଷ ଜିଓଏୟାରଫାଇବର ଉପଭୋକ୍ତା ରହିଛନ୍ତି। ଓଡ଼ିଶାର ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳଗୁଡ଼ିକରେ ହଜାର ହଜାର ଗ୍ରାମ ଓ ନଗର ଗୁଡିକରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେଇ, ଜିଓ ସେମାନଙ୍କ ଘର ପାଖରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ଉପଲବ୍ଧ କରାଇଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ୱାୟାରଲେସ୍ କ୍ଷେତ୍ରରେ, ଫେବୃଆରୀ ମାସରେ ରିଲାଏନ୍ସ ଜିଓ ସର୍ବାଧିକ ୧,୭୪,୮୧୦ ନୂତନ ମୋବାଇଲ୍ ସବସ୍କ୍ରାଇବର ଯୋଡିଥିବା ବେଳେ ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିବା ଭାରତୀ ଏୟାରଟେଲ୍ ୪୬,୧୯୨ ନୂତନ ମୋବାଇଲ୍ ଉପଭୋକ୍ତା ଏବଂ ଭୋଡାଫୋନ୍ ଆଇଡିଆ ୧୭୦୬୭ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡିଥିବା ବେଳେ ବିଏସଏନଏଲ ଏହି ସମୟରେ ୫୫୩୨ ମୋବାଇଲ୍ ଉପଭୋକ୍ତା ହରାଇଛି।

ଫେବୃଆରୀ ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୨.୩୨ ଲକ୍ଷରୁ ଅଧିକ ବୃଦ୍ଧି ପାଇ ୨୮ ଫେବୃଆରୀ ୨୦୨୬ ସୁଦ୍ଧା ୩.୭୭ କୋଟି ଅତିକ୍ରମ କରିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ଜିଓ ଫେବୃଆରୀ ମାସରେ ୧୬.୨୪ ଲକ୍ଷରୁ ଅଧିକ ନୂତନ ୱାୟାରଲେସ୍ ଗ୍ରାହକ, ୧.୧୭ ଲକ୍ଷ ନୂତନ ୱାୟାରଲାଇନ୍ (ଜିଓଫାଇବର) ଗ୍ରାହକ ଏବଂ ୩.୪୧ ଲକ୍ଷରୁ ଅଧିକ ନୂତନ ଏଫଡବ୍ଲୁଏ (ଜିଓଏୟାରଫାଇବର) ଗ୍ରାହକ ଯୋଡ଼ିଛି।

ଏହାର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଦୃଢ଼ ଡିଜିଟାଲ ଭିତ୍ତିଭୂମି ଏବଂ ଗ୍ରାହକ-ପ୍ରଥମ ନୀତି ସହିତ, ଜିଓ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗକୁ ନେଉଛି। ଜିଓଏୟାରଫାଇବର ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ସହିତ ଶେଷ ମାଇଲ୍ କନେକ୍ଟିଭିଟି ଆହ୍ୱାନକୁ ଦୂର କରିବା ଏବଂ ସହର ଉପକଣ୍ଠ ଓ ଗ୍ରାମାଞ୍ଚଳରେ ଘର ଓ ଛୋଟ ବ୍ୟବସାୟଗୁଡିକୁ ଭରସାଯୋଗ୍ୟ ଯୋଗାଯୋଗ ସଂଯୋଗ ଉପଲବ୍ଧ କରିବାରେ ସଫଳତା ହାସଲ କରିଛି। ଏହା ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ, ୮୦୦+ ଟିଭି ଚ୍ୟାନେଲ୍‌, ୧୧+ ଓଟିଟି ଆପ୍‌, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ କିଛି ସୁବିଧା ସୁଗମ ତଥା ସହଜଲବ୍ଧ କରିଛି, ଯାହା ଆଜିକାର ଡିଜିଟାଲ୍ ଯୁଗରେ ଆଗକୁ ବଢିବା ପାଇଁ ଛାତ୍ରଛାତ୍ରୀ, ବୃତ୍ତିଗତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଗୁଡିକୁ ସଶକ୍ତ କରୁଛି।

ଜିଓ ଓଡ଼ିଶା ଜିଓଏୟାରଫାଇବ‍ର ଜିଓଫାଇବର ଫେବୃଆରୀ ମାସ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ହୋମ୍ ବ୍ରଡବ୍ୟାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026
Latest News

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.