ଭବାନୀପାଟଣା: କୂଅରୁ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ୍ ୧୨ଜଣକୁ ଗିରଫ କରିଛି ନର୍ଲା ଥାନା ପୋଲିସ୍ । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ୧୨ଜଣଙ୍କ ମଧ୍ୟରେ ଜଣେ ନାବାଳିକା ଥିବାର ସୂଚନା ରହିଛି । ୭ ତାରିଖରେ ପାଣିମୁଣ୍ଡା ଗାଁ କୂଅରୁ ଯୁବକଙ୍କ ମୃତଦେହ ମିଳିଥିଲା । ମୃତକ ଜଣକ ସଦରପୁର ଥାନା ଉଦିତପୁର ଗାଁର । ସେ ୪ ତାରିଖରୁ ନିଖୋଜ ଥିଲେ । ପୋଲିସ୍ ଏହି ଘଟଣାରେ ୮ ତାରିଖ ଦିନ ପ୍ରାୟ ୨୦ ଜଣକୁ ନେଇ ଥାନାରେ ଜେରା କରିଥିଲା ।


