ଉମରକୋଟ: କୋଶଗଙ୍ଗ ବରଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ସାମ୍ନାକୁ ଆସିଛି । ସ୍ତ୍ରୀକୁ ସ୍ୱାମୀ ହତ୍ୟା କରି ପାଇଖାନା ଟାଙ୍କିରେ ପକାଇଥିବାର ସୂଚନା ରହିଛି । ପାଇଖାନା ଟାଙ୍କିରୁ ମୃତଦେହକୁ ଗାଁ ଲୋକେ ଉଦ୍ଧାର କରିଛନ୍ତି । ବାପାର ଗୁମର ଖୋଲିଥିଲା ପୁଅ । ମାଆକୁ ମାରି ବାପ ଲୁଚାଇ ରଖିଥିବା ସୂଚନା ଦେଇଥିଲା ପୁଅ । ଅଭିଯୁକ୍ତ ସ୍ୱାମୀକୁ ରାଇଘର ପୋଲିସ୍ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସ୍ତ୍ରୀର ନିଖୋଜ ନେଇ ଅଭିଯୋଗ କରି ଆସୁଥିଲା ସ୍ୱାମୀଜଣକ ।


