Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏସଆଇଆର-ଆଇଏମଏମଟି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ
ଆଜିର ଖବର

ସିଏସଆଇଆର-ଆଇଏମଏମଟି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

April 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିଏସଆଇଆର-ଆଇଏମଏମଟି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ
ସିଏସଆଇଆର-ଆଇଏମଏମଟି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: କାଉନସିଲ୍ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ – ଇନଷ୍ଟିଚ୍ୟୁଟ୍ ଅଫ ମିନେରାଲ୍ସ ଆଣ୍ଡ ମଟେରିଆଲ୍ସ ଟେକ୍ନୋଲୋଜି (ସିଏସଆଇଆର-ଆଇଏମଏମଟି), ଭୁବନେଶ୍ୱରରେ ଏହାର ପ୍ରତିଷ୍ଠା ଦିବସ ପାଳନ କରିଛି। ୧୩ ଏପ୍ରିଲ ୧୯୬୪ରେ ଆଞ୍ଚଳିକ ଗବେଷଣାଗାର (ଆରଆରଏଲ୍) ଭାବେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଆଜି ଖଣିଜ, ଧାତୁ ଏବଂ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ଗବେଷଣା କେନ୍ଦ୍ର ଭାବେ ମାନ୍ୟତା ପାଇଛି। ଏହି ଅବସରରେ ଅନୁଷ୍ଠାନର ବର୍ତ୍ତମାନ ଓ ପୂର୍ବତନ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଡା. ରାମାନୁଜ ନାରାୟଣ ଗତ ଆର୍ଥିକ ବର୍ଷର ସଫଳତା ଏବଂ ଗବେଷଣା କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ। ସେ ବିଶେଷ କରି ଡିକାର୍ବୋନାଇଜେସନ୍ ଏବଂ କ୍ରିଟିକାଲ୍ ମିନେରାଲ୍ସ କ୍ଷେତ୍ରରେ ନୂତନ ସୁବିଧା ସୃଷ୍ଟି ଓ ଆଧୁନିକ ଗବେଷଣା ଉପରେ ଗୁରୁତ୍ୱ ଦେଇଥିଲେ। ବୈଜ୍ଞାନିକମାନଙ୍କୁ ପ୍ରେରଣା ଦେଇ ସେ କହିଥିଲେ ଯେ, ଗବେଷଣା କେବଳ ପରୀକ୍ଷାଗାର ମଧ୍ୟରେ ସୀମିତ ନ ରହି ଜାତୀୟ ଉନ୍ନତିରେ ସହାୟକ ହେବା ଉଚିତ, ଯାହାଦ୍ୱାରା ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ।

ଏହି ସମାରୋହରେ ନାଲକୋର ନିର୍ଦ୍ଦେଶକ(ପ୍ରୋଜେକ୍ଟ୍ସ ଏବଂ ଟେକ୍ନିକାଲ୍) ଜଗଦୀଶ ଆରୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଆଲୁମିନିୟମ ଶିଳ୍ପର ବିଭିନ୍ନ ପ୍ରଯୁକ୍ତିଗତ ସମସ୍ୟା, ସ୍ୱଦେଶୀ ସ୍ମେଲ୍ଟର୍ ଟେକ୍ନୋଲୋଜିର ଆବଶ୍ୟକତା ଏବଂ ଶିଳ୍ପ ବର୍ଜ୍ୟବସ୍ତୁ ଯଥା ରେଡ୍ ମଡ୍ ଓ ଫ୍ଲାଇ ଆଶ୍‌ର ସଠିକ୍ ବିନିଯୋଗ ଉପରେ ଆଲୋକପାତ କରିଥିଲେ। ଏଥିସହ ସେ ଯୁବ ଗବେଷକମାନଙ୍କୁ କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ଣ୍ଣିଂ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆପଣେଇବାକୁ ଆହ୍ୱାନ କରିଥିଲେ।

ମାନବ ସମ୍ପଦ ବିକାଶ ବିଭାଗର ମୁଖ୍ୟ ଡା. ତୃପ୍ତି ଦାସ ବାର୍ଷିକ କାର୍ଯ୍ୟକଳାପର ସାରାଂଶ ପ୍ରଦାନ କରିଥିଲେ। ସେ ଜିଜ୍ଞାସା, ସ୍କିଲ୍ ଡେଭେଲପମେଣ୍ଟ, ଇଣ୍ଟର୍ନଶିପ୍ ଏବଂ AcSIR PhD କାର୍ଯ୍ୟକ୍ରମ ମାଧ୍ୟମରେ ମାନବ ସମ୍ପଦ ଉନ୍ନୟନ ବିଷୟରେ ଉଲ୍ଲେଖ କରିଥିଲେ। ଏହା ସହିତ ଅନୁଷ୍ଠାନର ହିନ୍ଦୀ ପତ୍ରିକା “ଅଭିବ୍ୟକ୍ତି” ମଧ୍ୟ ଉନ୍ମୋଚିତ ହୋଇଥିଲା।

 

 

 

ଏହି ବିଶେଷ ଅବସରରେ ସିଏସଆଇଆର-ଆଇଏମଏମଟିର ବୈଜ୍ଞାନିକ ଡା. ଏସ୍‌.କେ. ସିଂହ ଏବଂ ଶ୍ରୀ ଦେବୀଦତ୍ତ ଦେବାଶିଷଙ୍କ ଦ୍ୱାରା ପ୍ରସ୍ତୁତ ‘ଜିର୍କୋନିୟମ୍ ଡାଇବୋରାଇଡ୍ – ସିଲିକନ୍ କାର୍ବାଇଡ୍ ଅଲ୍ଟ୍ରା-ହାଇ ଟେମ୍ପେରେଚର୍ ସେରାମିକ୍ (ୟୁଏଚଟିସି)’ ପ୍ରଯୁକ୍ତିକୁ ବ୍ୟବସାୟିକ ଉତ୍ପାଦନ ପାଇଁ ଭୁବନେଶ୍ୱରର ‘M/S Regenius Technologies’କୁ ହସ୍ତାନ୍ତର କରାଯାଇଥିଲା।

କାର୍ଯ୍ୟକ୍ରମର ଶେଷରେ ଏମଜିକେ ମେନନ୍ ଏବଂ ଏସଏସବିଏମଟି ଇଣ୍ଡୋର୍ ଟୁର୍ଣ୍ଣାମେଣ୍ଟ-୨୦୨୫ର ବିଜେତାମାନଙ୍କୁ ମଧ୍ୟ ସମ୍ମାନିତ କରାଯିବା ସହ ଡା. ଏଲ୍‌.ଡି. ବେସ୍ରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସିଏସଆଇଆର-ଆଇଏମଏମଟିର ବୈଜ୍ଞାନିକ କୌଶଳ, ନବୀନତା ଏବଂ ଜାତୀୟ ଉନ୍ନତି ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।

ଆଇଏମଏମଟି ଡ. ରାମାନୁଜ ନାରାୟଣ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ସିଏସଆଇଆର
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଇଗ୍ନୋରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଛାତ୍ର ଆଲୋଚନା

April 13, 2026

ଯାତ୍ରୀଙ୍କ ପାଇଁ ଭଲ ଖବର: ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଗଡ଼ିବ ଅଧିକ ସ୍ୱତନ୍ତ୍ର ଟ୍ରେନ

April 13, 2026

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026
Latest News

ସିଏସଆଇଆର-ଆଇଏମଏମଟି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

April 13, 2026

ଭୁବନେଶ୍ୱର ଇଗ୍ନୋରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଛାତ୍ର ଆଲୋଚନା

April 13, 2026

ଯାତ୍ରୀଙ୍କ ପାଇଁ ଭଲ ଖବର: ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଗଡ଼ିବ ଅଧିକ ସ୍ୱତନ୍ତ୍ର ଟ୍ରେନ

April 13, 2026

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.