Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାଜପୁର କାଳୀମେଘା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ – ସ୍ତ୍ରୀ କରିଥିଲା ପ୍ଲାନ୍‌
ଆଜିର ଖବର

ଯାଜପୁର କାଳୀମେଘା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ – ସ୍ତ୍ରୀ କରିଥିଲା ପ୍ଲାନ୍‌

April 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ଯାଜପୁର: ସ୍ୱାମୀ-ସ୍ତ୍ରୀର ସମ୍ପର୍କ ସାତଜନ୍ମର । ସାବିତ୍ରୀ ନିଜ ସ୍ୱାମୀଙ୍କୁ ଜୀବନ ବଞ୍ଚାଇବା ପାଇଁ ଯମରାଜାଙ୍କ ସହିତ ଲଢେଇ କରିଥିଲେ । ମାତ୍ର ଆଜିର ଆଧୁନିକ ନାରୀ ନିଜ ପ୍ରେମ ପାଇଁ ନିଜ ସ୍ୱାମୀର ଜୀବନ ନେବାକୁ ମଧ୍ୟ ପଛାଉନାହିଁ । ପ୍ରେମ ପାଇଁ କେତେବେଳେ ନୀଳ ଡ୍ରମ୍‌ରେ ଭିତରେ ହତ୍ୟା କରି ଶବକୁ ଲୁଚାଉଛି ତ କେତେବେଳେ ହନିମୁନିଂ ଯିବା ବାହାନାରେ ଲୋକ ଲଗାଇ ଗୁଳି କରି ମାରୁଛନ୍ତି । ଠିକ୍ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁରଠାରେ । ଯାଜପୁର କାଳୀମେଘାରେ ହୋଇଥିବା ମୃତ ସୌମ୍ୟଙ୍କ ହତ୍ୟାକାଣ୍ଡ ଘଟଣାର ରହସ୍ୟ ପଦାକୁ ଆସିଛି ।
ଯାଜପୁର କାଳୀମେଘା ଅଞ୍ଚଳର ସୌମ୍ୟସାଗର ସାମଲ୍‌ଙ୍କ ହତ୍ୟାକାଣ୍ଡ ଘଟଣାର ଫର୍ଦ୍ଦାଫାସ ଘଟିଛି । ଗତ ୬ ତାରିଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର ଗୁମର ଖୋଲିଛି । ଏହି ଘଟଣାରେ ପୋଲିସ୍ ୫ଜଣଙ୍କୁ ଗିରଫ କରିଛି । ଏହି କ୍ରାଇମ୍ କାହାଣୀର ମୁଖ୍ୟ ଖଳନାୟିକା ହେଉଛନ୍ତି ସୌମ୍ୟଙ୍କ ସ୍ତ୍ରୀ ଶୁଭଶ୍ରୀ ଓରଫ୍ ସୀମା । ସ୍ୱାମୀଙ୍କୁ ମାରିବା ପାଇଁ ପ୍ଲାନ୍ କରିଥିଲା ସ୍ତ୍ରୀ । ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ବାହାହେବା ପରେ ବୟଫ୍ରେଣ୍ଡକୁ ଭୁଲିପାରିଲେନି ଶୁଭଶ୍ରୀ । ସୁନ୍ଦରୀ ନାରୀର ଭୟଙ୍କର କାରନାମା । ନିଜେ ହିଁ ନିଜ ସିନ୍ଦୂରକୁ ଫୋଛିଦେଇଛି । ସୌମ୍ୟଙ୍କ ପତ୍ନୀ ଶୁଭଶ୍ରୀଙ୍କୁ ପୋଲିସ୍ ଗରିଫ କରିଛନ୍ତି । ଏହି ଘଟଣାରେ ତାପସଙ୍କ ଭଉଣୀ ଚିନୁ ମଧ୍ୟ ସାମିଲ୍ ଅଛନ୍ତି । ନିଜ ନାଁରେ ଲୋନ୍ ଉଠାଇ ବନ୍ଧୁକ କିଣିବା ପାଇଁ ପଇସା ଦେଇଥିଲା । ଫୋନ୍ ପେ’ରେ ହୋଇଥିଲା ଟଙ୍କା ଟ୍ରାଞ୍ଜାକସନ୍ । ତାପସ୍ ଏହି ଟଙ୍କାରେ ବନ୍ଧୁକ କିଣିଥିଲା । ଏବଂ ଏହି ବନ୍ଧୁକରେ ସୌମ୍ୟଙ୍କୁ ହତ୍ୟା କରିଥିଲା ତାପସ୍ । ଗତ ୬ ତାରିଖରେ ସୌମ୍ୟ ଘରକୁ ଫେରିବା ବାଟରେ ତାପସ କାଳୀମେଘା ନିକଟରେ ଗୁଳି କରିଥିଲା ।
ସୂଚନାଯୋଗ୍ୟ, ଗତ ହୋଲିରେ ସୌମ୍ୟ ଓ ତାପସଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହି ଗଣ୍ଡଗୋଳ ପରେ ତାପସ ସୌମ୍ୟକୁ ସବୁଦିନ ଶେଷ କରିଦେବା ପାଇଁ ପଣ କରିଥିଲା । ଏଥିରେ ସହଯୋଗ କରିଥିଲେ ସୌମ୍ୟର ସ୍ତ୍ରୀ ଶୁଭଶ୍ରୀ ଓରଫ୍ ସୀମା । ସୌମ୍ୟର ସବୁ ଟିକିନିଖିର ଖବର ଦେଇଥିଲା । ସୀମାଠାରୁ ଖବର ପାଇଁ ତାପସ ସୌମ୍ୟଙ୍କୁ ହତ୍ୟା କରିଥିଲା । ପୋଲିସ୍ ସୌମ୍ୟଙ୍କ ସ୍ତ୍ରୀ ଶୁଭଶ୍ରୀ ଓରଫ୍ ସୀମା, ତାପସ, ଚିନୁଙ୍କ ସମତେ ଆଉ ଦୁଇଜଣଙ୍କୁ ଗିରଫ କରିଛି ।

#murdermistery #Wife #KalimeghaGunshoot #Jajpur
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ସୁନା, କମିଲା ରୂପା: ଜାଣନ୍ତୁ ଆଜିର ତାଜା ମୂଲ୍ୟ 

August 8, 2026

ଆଜି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ  ପ୍ରଧାନମନ୍ତ୍ରୀ

August 8, 2026

ସେପ୍ଟେମ୍ବର ୧୫ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ଜାଣନ୍ତୁ ନବାନ୍ନ ଲାଗିର ଶୁଭ ଲଗ୍ନ

August 8, 2026

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଚିନ୍ତା: ଦୁଇଟି ବଡ଼ ଦାବି ରଖିଲେ ଟିଏମସି ବିଦ୍ରୋହୀ ଗୋଷ୍ଠୀ

August 8, 2026
Latest News

ବଢିଲା ସୁନା, କମିଲା ରୂପା: ଜାଣନ୍ତୁ ଆଜିର ତାଜା ମୂଲ୍ୟ 

August 8, 2026

ଆଜି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ  ପ୍ରଧାନମନ୍ତ୍ରୀ

August 8, 2026

ସେପ୍ଟେମ୍ବର ୧୫ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ଜାଣନ୍ତୁ ନବାନ୍ନ ଲାଗିର ଶୁଭ ଲଗ୍ନ

August 8, 2026

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଚିନ୍ତା: ଦୁଇଟି ବଡ଼ ଦାବି ରଖିଲେ ଟିଏମସି ବିଦ୍ରୋହୀ ଗୋଷ୍ଠୀ

August 8, 2026

ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.