ଭୁନେଶ୍ୱର: କେନ୍ଦ୍ରସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ପତ୍ର ଲେଖିଛନ୍ତି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଓଡ଼ିଶାର ରାଜନୀତିକ ଅଧିକାରକୁ ଅକ୍ଷୂଣ୍ଣ ରଖିବା ପାଇଁ ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ କରିବାକୁ ସେ ଚିଠି ଦେଇଛନ୍ତି । ପୁନଃସୀମା ନିର୍ଦ୍ଧାରଣରେ ଯେପରି ଓଡ଼ିଶାର କ୍ଷତି ନହୁଏ, ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା ଓଡ଼ିଶାର ଜାତୀୟ ପ୍ରତିନିଧିତ୍ୱ ହ୍ରାସ ପାଇବା ଆଶଙ୍କା କରି ଏହି ପଦକ୍ଷେପ ନେବାକୁ ନବୀନ ଏହି ଚିଠି ଲେଖିଛନ୍ତି ।
ଚିଠିରେ ନବୀନ କହିଛନ୍ତି ଯେ, ଡିଲିମିଟେସନ୍ ବିଲ୍ ବା ସୀମା ନିର୍ଦ୍ଧାରଣ ବିଲ୍ ସଂସଦରେ ପାରିତ ହେଲେ ଜାତୀୟସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ ଆନୁପାତିକ ଭାବେ କ୍ଷତିଗ୍ରସ୍ତ ହେବ।
ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଓଡ଼ିଶାର ରାଜନୀତିକ ଅଧିକାର ରକ୍ଷା ନିମନ୍ତେ ସଂକଳ୍ପ ପାରିତ କରାଯାଉ ଚିଠିରେ ଦର୍ଶାଇଛନ୍ତି ନବୀନ । ତେବେ ମହିଳା ସଂରକ୍ଷଣ ବିଲକୁ ନବୀନ ସ୍ୱାଗତ କରିଛନ୍ତି ।
ତେବେ ସଂସଦ ଅଧିବେଶନର ପୂର୍ବରୁ ନବୀନଙ୍କ ରାଜନୀତିକ ଗୋଟିଚାଳନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।


