Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

April 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ରାଟ ଚୌଧୁରୀ
ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ସମ୍ରାଟ ଚୌଧୁରୀଙ୍କ ଊର୍ଜା, ଜନସେବା ପ୍ରତି ତାଙ୍କର ସମର୍ପଣ ଏବଂ ତୃଣମୂଳସ୍ତରର ଅଭିଜ୍ଞତା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ତାଙ୍କର ଦକ୍ଷ ନେତୃତ୍ୱରେ ବିହାର ସାମଗ୍ରିକ ବିକାଶର ନୂତନ ଶିଖର ଛୁଇଁବା ସହିତ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି।

ସେହିପରି ବିହାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ବିଜୟ କୁମାର ଚୌଧୁରୀ ଏବଂ ଶ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି।

ସେ ବିଶ୍ୱାସର ସହିତ କହିଛନ୍ତି, ତୃଣମୂଳସ୍ତରରେ ସେମାନଙ୍କର ଅଭିଜ୍ଞତା ଏବଂ ଜନ କଲ୍ୟାଣ ପ୍ରତି ସମର୍ପଣ ବିହାରର ବିକାଶକୁ ନୂଆ ମାର୍ଗ ଓ ଗତି ଦେବ। ଏଥିସହିତ ରାଜ୍ୟ ସୁଶାସନ, ପାରଦର୍ଶିତା ଏବଂ ଜନକଲ୍ୟାଣର ନୂଆ ମାନଦଣ୍ଡ ପ୍ରତିଷ୍ଠା କରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

‘‘ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ସମ୍ରାଟ ଚୌଧୁରୀ ଜୀଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା ! ତାଙ୍କର ଊର୍ଜା, ଜନସେବା ପ୍ରତି ସମର୍ପଣ ଏବଂ ତୃଣମୂଳସ୍ତରର ଅଭିଜ୍ଞତା ରାଜ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ମୋର ପୂର୍ଣ୍ଣ ବିଶ୍ୱାସ ଯେ ତାଙ୍କ ଦକ୍ଷ ନେତୃତ୍ୱରେ, ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରି ବିହାର ସାମଗ୍ରିକ ବିକାଶର ନୂତନ ଶିଖରରେ ପହଞ୍ଚିବ।’’

@samrat4bjp’’

‘‘ବିହାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ବିଜୟ କୁମାର ଚୌଧୁରୀ ଏବଂ ଶ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ମଧ୍ୟ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା! ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, ଏମାନଙ୍କର ତୃଣମୂଳସ୍ତରର ଅଭିଜ୍ଞତା ଏବଂ ଜନ କଲ୍ୟାଣ ପ୍ରତି ସମର୍ପଣ ବିହାରର ବିକାଶକୁ ନୂଆ ମାର୍ଗ ଓ ଗତି ଦେବ। ଏଥିସହିତ ରାଜ୍ୟ ସୁଶାସନ, ପାରଦର୍ଶିତା ଏବଂ ଜନକଲ୍ୟାଣର ନୂଆ ମାନଦଣ୍ଡ ପ୍ରତିଷ୍ଠା କରିବ।’’

 

ନରେନ୍ଦ୍ର ମୋଦୀ ବିଜୟ କୁମାର ଚୌଧୁରୀ ବିଜେନ୍ଦ୍ର ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026

ବୁର୍ଲା ଭିସୁଟ ପରିସରରେ ‘ଜୋହୋ ସ୍କିଲ୍ ହବ୍’ ଓ ପେଟିଏମ୍ ‘ଜ୍ଞାନ ବାହାନ’ ଲୋକାର୍ପିତ

April 15, 2026

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

April 15, 2026

ମା’ଭଗବତୀଙ୍କ ପୀଠରେ ବୈଶାଖୀ ପର୍ବ: ପଣାଯାତ୍ରା ସାରି ଭାଟପଡ଼ାରୁ ଫେରିଲେ ମା’ କାଠି ଠାକୁରାଣୀ

April 15, 2026
Latest News

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026

ବୁର୍ଲା ଭିସୁଟ ପରିସରରେ ‘ଜୋହୋ ସ୍କିଲ୍ ହବ୍’ ଓ ପେଟିଏମ୍ ‘ଜ୍ଞାନ ବାହାନ’ ଲୋକାର୍ପିତ

April 15, 2026

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

April 15, 2026

ମା’ଭଗବତୀଙ୍କ ପୀଠରେ ବୈଶାଖୀ ପର୍ବ: ପଣାଯାତ୍ରା ସାରି ଭାଟପଡ଼ାରୁ ଫେରିଲେ ମା’ କାଠି ଠାକୁରାଣୀ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.