ଭୁବନେଶ୍ୱର: ଓଏଏସ ଓ ଓଆରଏସ୍ଙ୍କ ବଦଳି ନୀତି ଆଣିଛନ୍ତି ସରକାର । ଏଣିକି ନିଜ ଜିଲ୍ଲାରେ ନିଯୁକ୍ତି ହୋଇପାରିବେନି ଏବଂ ଗୋଟିଏ ଜିଲ୍ଲାରେ ସର୍ବାଧିକ ୬ ବର୍ଷ ରହିପାରିବେ ବୋଲି ସୂଚନା ରହିଛି । ସେହିପରି ବଦଳି ପାଇଁ ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବ । ଅବସର ୨ ବର୍ଷ ପୂର୍ବରୁ ବଦଳି ନୀତିରେ କୋହଳ କରାଯିବ । ପ୍ରତିବର୍ଷ ଏପ୍ରିଲ୍ ୧୫ରୁ ଜୁନ୍ ୧୫ ଭିତରେ ବଦଳି ପ୍ରକ୍ରିୟା ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ, ଗାଦିମଡ଼ା ପୋଲିସ୍ବାବୁଙ୍କ ପାଇଁ ମଧ୍ୟ ସରକାର ନିର୍ଦ୍ଦେଶାବଳୀ ଆଣିଛନ୍ତି । ଏଣିକି ପୋଲିସ୍ ବାବୁମାନେ ମଧ୍ୟ ଗୋଟିଏ ଜିଲ୍ଲାରେ ୬ବର୍ଷରୁ ଅଧିକ ବର୍ଷ ରହିପାରିବେନି ।


