ଭୁବନେଶ୍ୱର: ଡାକ୍ତରମାନଙ୍କ ସୁରକ୍ଷା ଲାଗି ରାଜ୍ୟସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଡାକ୍ତରଙ୍କ ସୁରକ୍ଷା ଲାଗି ରାଜ୍ୟର ୧୪ଟି ମେଡ଼ିକାଲ କଲେଜରେ ସିକ୍ୟୁରିଟି ଅଫିସର୍ ନିଯୁକ୍ତି ହେବେ । ଅତିରକ୍ତି ଏସ୍ପି, ଡିଏସ୍ପି କିମ୍ବା ଡେପୁଟି କମାଣ୍ଡାଣ୍ଟର୍ୟାଙ୍କର ଅଫିସର୍ଙ୍କୁ ଏନେଇ ନିଯୁକ୍ତି ମିଳିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଇନ୍ସପେକ୍ଟର ର୍ୟାଙ୍କର ଅଫିସରଙ୍କୁ ମିଳିବ ଦାୟିତ୍ୱ । ସମସ୍ତ ମେଡ଼ିକାଲ କଲେଜରେ ସ୍ୱତନ୍ତ୍ର ପୋଲିସ୍ ଫାଣ୍ଡି ରହିବ ବୋଲି ସୂଚନା ରହିଛି ।


